ପୁରୁଣା ନୋଟ୍‌ ବଦଳ ପାଇଁ ଆଉ ସମୟ ଦେଇ ହେବନି: ସୁପ୍ରିମକୋର୍ଟରେ ଜବାବ ରଖିଲା କେନ୍ଦ୍ର

ନୂଆଦିଲ୍ଲୀ: ପୁରୁଣା ୫୦୦ ଏବଂ ହଜାରେ ଟଙ୍କି ଆ ନୋଟ ବଦଳ ପାଇଁ  ଆଉ ଅଧିକ ସମୟ ଦେଇ ହେବ ନାହିଁ। ଏପରି ହେଲେ ବିମୁଦ୍ରାକରଣ ଏକ ଅର୍ଥହୀନ ପ୍ରସଙ୍ଗ ହୋଇଯିବ। ସେହିପରି କଳା ଟଙ୍କା ଉପରେ ରୋକ ନେଇ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ମଧ୍ୟ ଫଳପ୍ରଦ ହେବ ନାହିଁ। ଆଜି ଏମିତି କିଛି ମତ ରଖିଛନ୍ତି କେନ୍ଦ୍ର ସରକାର। ପୁରୁଣା ନୋଟ ବଦଳେଇବା ସଂକ୍ରାନ୍ତରେ ଲୋକଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର […]

note-1

Rakesh Mallick
  • Published: Monday, 17 July 2017
  • , Updated: 17 July 2017, 10:27 PM IST

ନୂଆଦିଲ୍ଲୀ: ପୁରୁଣା ୫୦୦ ଏବଂ ହଜାରେ ଟଙ୍କି ଆ ନୋଟ ବଦଳ ପାଇଁ  ଆଉ ଅଧିକ ସମୟ ଦେଇ ହେବ ନାହିଁ। ଏପରି ହେଲେ ବିମୁଦ୍ରାକରଣ ଏକ ଅର୍ଥହୀନ ପ୍ରସଙ୍ଗ ହୋଇଯିବ। ସେହିପରି କଳା ଟଙ୍କା ଉପରେ ରୋକ ନେଇ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ମଧ୍ୟ ଫଳପ୍ରଦ ହେବ ନାହିଁ। ଆଜି ଏମିତି କିଛି ମତ ରଖିଛନ୍ତି କେନ୍ଦ୍ର ସରକାର। ପୁରୁଣା ନୋଟ ବଦଳେଇବା ସଂକ୍ରାନ୍ତରେ ଲୋକଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ।

ଏଥିସହ ଏ ସଂକ୍ରାନ୍ତରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଆଜି କେନ୍ଦ୍ର ସରକାର ତାଙ୍କ ମତ କୋର୍ଟ ନିକଟରେ ରଖିଛନ୍ତି। ସୂଚନା ଅନୁଯାୟୀ ପୁରୁଣାନୋଟ ବଦଳେଇ ନ ଥିବା କିଛି ଲୋକ ଏ ସଂକ୍ରାନ୍ତରେ ସୁପ୍ରିମ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଆବେଦନରେ ଟଙ୍କା ଜମା କରିବାକୁ ଅଧିକ ସମୟ ମାଗିଥିଲେ। ଏନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ କରିଥିଲେ। ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଗତ ବର୍ଷ ନଭେମ୍ବର ୮ରେ ବିମୁଦ୍ରାକରଣ ଘୋଷଣା କରିଥିଲେ।

ଏଥିପାଇଁ ବ୍ୟଙ୍କରେ ପୁରୁଣା ଟଙ୍କା ଜମା ପାଇଁ ୩୦ ଡିସେମ୍ବର ୨୦୧୬ ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏହି ସମୟସୀମାରେ ଯେଉଁମାନେ ଟଙ୍କା ବଦଳ କରି ନ ପାରିବେ ସେମାନଙ୍କ ପାଇଁ ଆରବିଆଇ ବ୍ରାଞ୍ଚରେ ୨୦୧୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶେଷ ସୁଯୋଗ ଦିଆଯାଇଥିଲା। ହେଲେ କେତେକ ଲୋକ ଏହି ସମୟରେ ଟଙ୍କା ଜମା କରି ନ ଥିବାରୁ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇ ଥିଲେ।

Related story