ଏଠି ବିନା ଆଧାରରେ ସମ୍ଭୋଗ ମନା !

ପଣାଜି: କେବଳ ବ୍ୟାଙ୍କକି ମୋବାଇଲ ନୁହଁ। ଗ୍ୟାସ କି ରାସନ ସାମଗ୍ରୀ ପାଇଁ ନୁହଁ ଏଣିକି ସେକ୍ସ ପାଇଁ ବି  ଅଧାର ଜରୁରୀ। ହେଲେ ଏହା ସବୁଠି ନୁହଁ। ମୁଖ୍ୟତଃ ଗୋଆରେ ପ୍ୟାଡ ସେକ୍ସ ଅର୍ଥାତ ଦେହ ବ୍ୟବସାୟରେ ଆଧାର ଖୋଜାପଡ଼ୁଛି। ଅବଶ୍ୟ ଏହା ସରକାରୀ ନିୟମ ନୁହଁ। ଦିଲ୍ଲୀର ୫ ଜଣ ଯୁବକ ଗୋଆ ଭ୍ରମଣରେ ଯାଇଥିବା ବେଳେ ଏହି ରୋଚକ ଅଭିଜ୍ଞତାକୁ ସେୟାର କରିଛନ୍ତି। ଆଉ ଗୋଆରେ କେମିତି ବେଆଇନ ଭାବେ ଭିନ୍ନ ତରିକାରେ […]

3

Ordigital Desk
  • Published: Sunday, 17 December 2017
  • , Updated: 17 December 2017, 05:37 PM IST

ପଣାଜି: କେବଳ ବ୍ୟାଙ୍କକି ମୋବାଇଲ ନୁହଁ। ଗ୍ୟାସ କି ରାସନ ସାମଗ୍ରୀ ପାଇଁ ନୁହଁ ଏଣିକି ସେକ୍ସ ପାଇଁ ବି  ଅଧାର ଜରୁରୀ। ହେଲେ ଏହା ସବୁଠି ନୁହଁ। ମୁଖ୍ୟତଃ ଗୋଆରେ ପ୍ୟାଡ ସେକ୍ସ ଅର୍ଥାତ ଦେହ ବ୍ୟବସାୟରେ ଆଧାର ଖୋଜାପଡ଼ୁଛି। ଅବଶ୍ୟ ଏହା ସରକାରୀ ନିୟମ ନୁହଁ। ଦିଲ୍ଲୀର ୫ ଜଣ ଯୁବକ ଗୋଆ ଭ୍ରମଣରେ ଯାଇଥିବା ବେଳେ ଏହି ରୋଚକ ଅଭିଜ୍ଞତାକୁ ସେୟାର କରିଛନ୍ତି। ଆଉ ଗୋଆରେ କେମିତି ବେଆଇନ ଭାବେ ଭିନ୍ନ ତରିକାରେ ଦେହ ବ୍ୟବସାୟ ଚାଲିଛି ତାହା ସେମାନେ ଖୁଲାସା କରିଛନ୍ତି।

ଘଟଣା ଅନୁଯାୟୀ, ଦିଲ୍ଲୀର ସମ୍ପୃକ୍ତ ୫ ଜଣ ଯୁବକ ଗୋଆ ବୁଲିବାକୁ ଆସିଥିଲେ।  ଏମାନେ ନର୍ଥ ଗୋଆରେ ସି-ବିଚ୍‌ ପାଖରେ ଏକ ହୋଟେଲ ବୁକ୍‌ କରିଥିଲେ। ଆଉ ମସ୍ତି ପାଇଁ ଏମାନେ ୫ ଜଣ ଯୁବତୀଙ୍କ ସନ୍ଧାନରେ ଥିଲେ। ଏଥିପାଇଁ ଜଣେ ଦଲାଲଙ୍କ ସହ ଯୋଗାଯୋଗ ହୋଇଥିଲା। ଦଲାଲ ଜଣକ ସବୁ ପ୍ରକାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହା ପରେ ଦଲାଲ ଜଣକ ଫୋନ୍ କରି ଯୁବତୀ ମିଳି ଯାଇଥିବା କହିଥିଲେ। ପରେ ଦଲାଲ ଜଣକ ସମ୍ପୃକ୍ତ ଯୁବକଙ୍କ ଆଧାର ମାଗିଥିଲେ।

ଏମିତିକି ହୋଟେଲ ଠିକଣା ଏବଂ ସେମାନଙ୍କ ପରିଚୟ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ସେହିପରି ଯେଉଁ ଯୁବକ ଜଣକ ଫୋନ୍ କରି ଡିଲ୍‌ କରିଥିଲେ ସେ ପୋଲିସର ଲୋକ କି ପଚାରିଥିଲେ। ଏହା ପରେ ଦଲାଲ ଜଣକ ହ୍ୱାଟସ୍‌ଆପ୍‌ରେ ଆଧାରକାର୍ଡ଼ର ଫଟୋ କପି ପାଠାଇବାକୁ କହିଥିଲେ। ଦଲାଲକୁ  ପୋଲିସର ଡର ଥିଲା। କାରଣ ଗୋଆରେ ଦେହ ବ୍ୟବସାୟ ବଢୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଚଢାଉ କରାଯାଉଛି।

ବିଶେଷ କରି ଦଲାଲଙ୍କ ଉପରେ ପୋଲିସର ସନ୍ଦେହ ବେଶୀ। ତେଣୁ ପୋଲିସ କବଳରୁ ବର୍ତ୍ତିବା ପାଇଁ ଅଜଣା ଗ୍ରାହକଙ୍କ ଠାରୁ ସବୁ ପ୍ରକାର ତଥ୍ୟ ରଖିବାକୁ ପଡ଼ୁଥିବା ଦଲାଲ ଜଣକ କହିଥିଲେ। ଦଲାଲମାନେ ଯୁବତୀ ଯୋଗାଇଦେଲେ ଗ୍ରାହକଙ୍କଠାରୁ ୪୦୦୦ରୁ ୫୦୦୦ ଟଙ୍କା ନେଉଛନ୍ତି। ଆଉ ସୁରକ୍ଷିତ ହୋଟେଲର ଠିକଣା ବତାଉଛନ୍ତି। ଯେଉଁଠି ପୋଲିସ ପହଞ୍ଚିପାରୁନି। ସେଥିପାଇଁ ଦଲାଲମାନେ ଗ୍ରାହକଙ୍କ ପରିଚୟ ରଖୁଛନ୍ତି। କାରଣ ଧରାପଡ଼ିଲେ ସମ୍ପୃକ୍ତ ଦଲାଲମାନେ ଫସିଯିବାରୁ ବର୍ତ୍ତିଯିବେ।

ସୌଜନ୍ୟ: ଟାଇମ୍‌ସ ଅଫ ଇଣ୍ଡିଆ

 

 

 

Related story