ଚୁଟି କଟା ସେଲୁନ୍ ଖୋଲିବାକୁ ଅନୁମତି ଦିଆଯାଇନାହିଁ

ନୂଆଦିଲ୍ଲୀ: ଦୋକାନ ଖୋଲିବା ନେଇ ଗୃହ ମନ୍ତ୍ରଣାଳୟ ଯେଉଁ ଅନୁମତି ଦେଇଛି ସେଥିରେ ଚୁଟିକଟା ଦୋକାନ ନାହିଁ। ବୋଲି ଗୃହ ମନ୍ତ୍ରଣାଳୟର ସଚିବ ପୂଣ୍ୟ ସଲୀଳା ଶ୍ରୀବାସ୍ତବ ଅପରାହ୍ନରେ ଏହି ସୂଚନା ଦେଇଛନ୍ତି। କେବଳ ଜିନିଷ ବିକ୍ରି ହେଉଥିବା ଦୋକାନକୁ ଅନୁମତି ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଥମେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଜାରି କରିଥିଲା। ହେଲେ ଏହାପରେ ଦ୍ୱନ୍ଦ୍ୱ ଉପୁଜିବାରୁ ଶନିବାର ସକାଳେ ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଟୁଇଟ୍ କରି କେଉଁ ଦୋକାନ […]

barber

Subhransu Sekhar
  • Published: Saturday, 25 April 2020
  • , Updated: 25 April 2020, 05:53 PM IST

ନୂଆଦିଲ୍ଲୀ: ଦୋକାନ ଖୋଲିବା ନେଇ ଗୃହ ମନ୍ତ୍ରଣାଳୟ ଯେଉଁ ଅନୁମତି ଦେଇଛି ସେଥିରେ ଚୁଟିକଟା ଦୋକାନ ନାହିଁ। ବୋଲି ଗୃହ ମନ୍ତ୍ରଣାଳୟର ସଚିବ ପୂଣ୍ୟ ସଲୀଳା ଶ୍ରୀବାସ୍ତବ ଅପରାହ୍ନରେ ଏହି ସୂଚନା ଦେଇଛନ୍ତି। କେବଳ ଜିନିଷ ବିକ୍ରି ହେଉଥିବା ଦୋକାନକୁ ଅନୁମତି ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ପ୍ରଥମେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଜାରି କରିଥିଲା। ହେଲେ ଏହାପରେ ଦ୍ୱନ୍ଦ୍ୱ ଉପୁଜିବାରୁ ଶନିବାର ସକାଳେ ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଟୁଇଟ୍ କରି କେଉଁ ଦୋକାନ ଖୋଲିବ କେଇଁ ଦୋକାନ ବନ୍ଦ ରହିବ ସେ ନେଇ ସୂଚନା ଦେଇଥିଲେ। ଏହାପରେ ପୁଣିଥରେ ଅରହାହ୍ନରେ ଚୁଟି କଟା ଦୋକାନ ଖୋଲିବା ନେଇ ଯେଉଁ ଦ୍ୱନ୍ଦ୍ୱ ଉପୁଜିଥିଲା ସେ ନେଇ ସ୍ପଷ୍ଚୀକରଣ ରଖିଛନ୍ତି।

ଗ୍ରାମାଞ୍ଚଳରେ କେବଳ ମଲକୁ ଛାଡ଼ି ଆଉ ସମସ୍ତ ଦୋକନା ଖୋଲିବ। ଏଥିରେ ଜରୁରୀ ସାମଗ୍ରୀ ବିକ୍ରି ହେଉ ନଥିବା ଦୋକାନଗୁଡ଼ିକ ମଧ୍ୟ ସାମିଲ ହେବ। ହେଲେ ଚୁଟି କଟା ଦୋକାନ ଏଥିରେ ସାମିଲ୍ ନାହିଁ।

ସହରାଞ୍ଚଳରେ ମାର୍କେଟ କମ୍ପ୍ଲେକ୍ସ, ମାର୍କେଟ ଓ ଶପିଂ ମଲରେ ଥିବା ଦୋକାନାକୁ ଛାଡ଼ି ଆଉ ସବୁ ପ୍ରତିଷ୍ଠାନ ଖୋଲିବ। ଅର୍ଥାତ ରାସ୍ତା କଡ଼ ଓ ଆବାସିକ ଅଞ୍ଚଳ ବା କଲୋନୀ ମଧ୍ୟରେ ଥିବା ଦୋକାନ ଗୁଡ଼ିକ କାର୍ଯ୍ୟକ୍ଷମ ହେବ। ସେହିପରି ଗଳି ଓ ପରସ୍ପରଠାରୁ ବେଶ ଦୂରତାରେ ଥିବା ଦୋକାନ ଗୁଡ଼ିକ ମଧ୍ୟ ଖୋଲା ଯାଇପାରିବ।

ଇ-କର୍ମସ କମ୍ପାନୀ ଗୁଡ଼ିକ ପୂର୍ବଭଳି କେବଳ ଜରୁରୀ ସାମଗ୍ରୀ ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ। ତେବେ ମଦ ଦୋକାନ ଉପରେ ପୂର୍ବଭଳି କଟକଣା ଲାଗିବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ସ୍ଥାନରେ ବି ମଦ ବିକ୍ରି ହୋଇପାରିବ ନାହିଁ।

ଏହି କଟକଣା କୋହଳ ନୀତି କୌଣସି ବି କଣ୍ଟେନମେଣ୍ଟ ଓ ହଟସ୍ପଟ ଅଞ୍ଚଳରେ ଥିବା ଦୋକାନ ପାଇଁ ଲାଗୁ ହେବନାହିଁ।  ଅନ୍ୟପକ୍ଷରେ ସିନେମା ହଲ, ଶପିଂ କମ୍ପ୍ଲେକ୍ସ, ଜିମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂ ପୁଲ,ବାର ଓ ଥିଏଟର ପୂର୍ବଭଳି ବନ୍ଦ ରହିବ।

ଦୋକାନ ଖୋଲିବାକୁ ଥିଲେ ମଧ୍ୟ ଏଠାରେ ୫୦% କର୍ମଚାରୀ କାମ କରିବେ ଓ ଗ୍ରାହକମାନେ ସାମାଜିକ ଦୂରତା ଅବଲମ୍ବନ କରିବେ। ସେହିପରି କେବଳ ଦୋକାନ ଓ ପ୍ରତିଷ୍ଠାନ ଆଇନରେ ପଞ୍ଜୀକରଣ କରିଥିବା ଦୋକାନ ଗୁଡ଼ିକ ହିଁ କାର୍ଯ୍ୟକ୍ଷମ ହେବ।

କେନ୍ଦ୍ରର ସ୍ପଷ୍ଟୀକରଣ, ସହରରେ ବି ଏହି ସବୁ ଦୋକାନ ଖୋଲିବ

Related story