ବଳ ପୂର୍ବକ ଧର୍ମାନ୍ତୀକରଣ କରି ନଥିଲେ ମୁସଲିମ ଯୁବକ, ସ୍ୱୀକାର କଲେ ସରକାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ନୂଆ ଧର୍ମାନ୍ତୀକରଣ ଆଇନ ବଳରେ ଅଭିଯୁକ୍ତ ସାଜିଥିବା ମୁସଲିମ ଯୁବକ ଏବେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସେ ବଳ ପୂର୍ବକ କୌଣସି ପ୍ରକାରର କାହାର ବି ଧର୍ମ ପରିବର୍ତ୍ତନ କରିନାହାନ୍ତି। ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିବା ଖୋଦ୍‌ ଉତ୍ତର ପ୍ରଦେଶ ସରକାର ସ୍ୱୀକାର କରିଛନ୍ତି। ଏ ସମ୍ପର୍କରେ ଯୋଗୀ ଆଦିତ୍ୟନାଥ ସରକାର ଆହ୍ଲାବାଦ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ବଳ ପୂର୍ବ ଧର୍ମାନ୍ତୀକରଣ ରୋକିବାକୁ କିଛି ଦିନ ତଳେ ଉତ୍ତର ପ୍ରଦେଶ […]

u

Hemant Lenka
  • Published: Thursday, 07 January 2021
  • , Updated: 07 January 2021, 08:47 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ନୂଆ ଧର୍ମାନ୍ତୀକରଣ ଆଇନ ବଳରେ ଅଭିଯୁକ୍ତ ସାଜିଥିବା ମୁସଲିମ ଯୁବକ ଏବେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସେ ବଳ ପୂର୍ବକ କୌଣସି ପ୍ରକାରର କାହାର ବି ଧର୍ମ ପରିବର୍ତ୍ତନ କରିନାହାନ୍ତି। ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିବା ଖୋଦ୍‌ ଉତ୍ତର ପ୍ରଦେଶ ସରକାର ସ୍ୱୀକାର କରିଛନ୍ତି।

ଏ ସମ୍ପର୍କରେ ଯୋଗୀ ଆଦିତ୍ୟନାଥ ସରକାର ଆହ୍ଲାବାଦ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ବଳ ପୂର୍ବ ଧର୍ମାନ୍ତୀକରଣ ରୋକିବାକୁ କିଛି ଦିନ ତଳେ ଉତ୍ତର ପ୍ରଦେଶ ସରକାର ଗୋଟିଏ ଅଧ୍ୟାଦେଶ ଜାରି କରିଥିଲେ। ଏହାପରେ ଅର୍ଥାତ ୨୦୨୦ ମସିହା ନଭେମ୍ବର ୨୯ରେ ୩୨ ବର୍ଷୀୟ ନଦୀମ ଓ ତାଙ୍କ ଭାଇ ସଲମାନଙ୍କୁ ଏହି ଆଇନ ବଳରେ ଅଭିଯୁକ୍ତ ସଜା ଯାଇଥିଲା।

ଆବେଦନକାରୀ ଅକ୍ଷୟ କୁମାର ତ୍ୟାଗୀ କହିଥିଲେ ଯେ ନଦୀମ ମୁଜାଫରନଗରରେ ଥିବା ତାଙ୍କ ଘରକୁ ଆସୁଥିଲେ। ଏହି ସମୟରେ ସେ ଅକ୍ଷୟଙ୍କ ପତ୍ନୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଧର୍ମ ପରିବର୍ତ୍ତନ କରିବା ପାଇଁ ସେ ଏପରି କରିଥିବା ଅକ୍ଷୟ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ଖାଲି ସେତିକି ନୁହେଁ, ଅକ୍ଷୟଙ୍କ ପତ୍ନୀଙ୍କ ବିବାହ କରିବା ପାଇଁ ନଦୀମ ମୋବାଇଲ ଫୋନ ମଧ୍ୟ ଉପହାର ଦେଇଥିବା ଏଫଆଇଆରରେ ଉଲ୍ଲେଖ କରିଥିଲେ।

ଏହି ଏଫଆଇଆରକୁ ଖାରଜ କରିବାକୁ ନଦୀମ ଆହ୍ଲାବାଦ ହାଇକୋର୍ଟ ଯାଇଥିଲେ। ଆହ୍ଲାବାଦ ହାଇକୋର୍ଟ ଏହାର ଶୁଣାଣି କରି ନଦୀମ ଓ ସଲମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପୁଲିସ୍‌କୁ କହିଥିଲେ। ଆଜି କୋର୍ଟର ଶୁଣାଣି ବେଳେ ରାଜ୍ୟ ସରକାର କହିଛନ୍ତି ଯେ ନଦୀମ ଓ ସଲମାନଙ୍କ ବିରୋଧରେ ରୁଜୁ ଏଫଆଇଆରରେ ଏକାଧିକ ଅଭିଯୋଗ ରହିଥିଲା।

ହେଲେ ତଦନ୍ତ ବେଳେ ଏନେଇ କୌଣସି ପ୍ରମାଣ ମିଳିନାହିଁ। ସେ କାହାର ବି ବଳ ପୂର୍ବକ ଧର୍ମ ପରିବର୍ତ୍ତନ କରି ବିବାହ କରିନାହାନ୍ତି। ସରକାର ଜାରି କରିଥିବା ଆଇନର ଧାରା ୨୫ରେ କୁହାଯାଇଛି ଯେ ଜଣେ ବ୍ୟକ୍ତି ବା ମହିଳା ନିଜ ଇଚ୍ଛାରେ ବିବାହ କରିପାରିବେ। ଏଥିରେ କେହି ବି ବାଧା ଦେଇପାରିବେ ନାହିଁ।

ସରକାର କୌଣସି ପ୍ରକାରରେ କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିପାରିବେ ନାହିଁ। ତଦନ୍ତ ବେଳେ ଜଣାପଡ଼ିଛି ଯେ ନଦୀମ କିମ୍ବା ସଲମାନ UP Prohibition of Unlawful Conversion of Religion Ordinance 2020ର କୌଣସି ପ୍ରକାରର ଉଲ୍ଲଙ୍ଘନ କରିନାହାନ୍ତି। ତେବେ ନଦୀମ ଆବେଦନକାରୀ ଅକ୍ଷୟଙ୍କୁ ଧମକ ଦେଉଥିବାରୁ ପ୍ରମାଣ ମିଳିଛି। ଏନେଇ ପୁଲିସ୍‌ ଡିସେମ୍ବର ୩୧ରେ ଚାର୍ଜଶିଟ ଦାଖଲ କରି ସାରିଛି।

Related story