ମୁଁ କିମ୍ବା ମନମୋହନ ପାକିସ୍ତାନ ଯିବାର ପ୍ରଶ୍ନ ଉଠୁନି: ଅମରିନ୍ଦର

ଅମୃତସର: ଶିଖ୍‌ ଧର୍ମର ପ୍ରମୁଖ ତୀର୍ଥସ୍ଥାନ କର୍ତ୍ତାରପୁରକୁ କରିଡରର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେନି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି। ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ପାକିସ୍ତାନ ଯିବାର ନାହିଁ। ସେ କହିଛନ୍ତି ସର୍ବଦଳୀୟ ପ୍ରତିନିଧି ଆସନ୍ତା ଅକ୍ଟୋବର ୩୦ରୁ ନଭେମ୍ବର ୩ ମଧ୍ୟରେ କେବଳ ନାନକାନା ସାହିବଠାରେ ପ୍ରାର୍ଥନା କରିବାକୁ ଯିବେ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟଠାରୁ ଅନୁମତି ପାଇବା ପରେ ସେମାନେ ତୀର୍ଥଯାତ୍ରୀ ଭାବେ ସେଠାକୁ ଯିବେ। କିଛି […]

Amarinder Singh

Subrat Kumar Nayak
  • Published: Thursday, 03 October 2019
  • , Updated: 03 October 2019, 07:49 PM IST

ଅମୃତସର: ଶିଖ୍‌ ଧର୍ମର ପ୍ରମୁଖ ତୀର୍ଥସ୍ଥାନ କର୍ତ୍ତାରପୁରକୁ କରିଡରର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେନି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି। ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ପାକିସ୍ତାନ ଯିବାର ନାହିଁ।

ସେ କହିଛନ୍ତି ସର୍ବଦଳୀୟ ପ୍ରତିନିଧି ଆସନ୍ତା ଅକ୍ଟୋବର ୩୦ରୁ ନଭେମ୍ବର ୩ ମଧ୍ୟରେ କେବଳ ନାନକାନା ସାହିବଠାରେ ପ୍ରାର୍ଥନା କରିବାକୁ ଯିବେ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟଠାରୁ ଅନୁମତି ପାଇବା ପରେ ସେମାନେ ତୀର୍ଥଯାତ୍ରୀ ଭାବେ ସେଠାକୁ ଯିବେ।

କିଛି ଜାତୀୟ ଗଣମାଧ୍ୟମରେ ପୂର୍ବରୁ ଚର୍ଚ୍ଚା ହୋଇଥିଲା ମନମୋହନ ପାକିସ୍ତାନର ନିମନ୍ତ୍ରଣ ପ୍ରତି ସମ୍ମତି ପ୍ରଦାନ କରିଛନ୍ତି। ସେ କର୍ତ୍ତାରପୁର କରିଡର ଉଦ୍‌ଘାଟନୀରେ ଯୋଗଦେବେ ବୋଲି କୁହାଯାଉଥିଲା।

କିନ୍ତୁ ପ୍ରକୃତରେ ମନମୋହନ ଅମରିନ୍ଦରଙ୍କ ନିମନ୍ତ୍ରଣ ରକ୍ଷା କରି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବା ‘ଜଠ’ରେ ସାମିଲ ହେବେ କହିଥିଲେ। ସେମାନେ ଐତିହାସିକ କର୍ତ୍ତାରପୁର ସାହିବ ଗୁରୁଦ୍ୱାରା ଗସ୍ତ କରି ଗୁରୁ ନାନକଙ୍କ ୫୫୦ ତମ ଜନ୍ମ ବାର୍ଷିକୀ ଅବସରରେ ବିଶେଷ ପ୍ରାର୍ଥନା କରିବେ।

ଅମରିନ୍ଦର କହିଛନ୍ତି ଆମେ ଇମ୍ରାନ୍‌ ଖାନ୍‌ ସରକାରଙ୍କ ନଭେମ୍ବର ୯ କାର୍ଯ୍ୟକ୍ରମରେ ଯୋଗ ଦେବାର ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ନାନକାନା ସାହିବ ଯିବାକୁ ହେଲେ ପାକିସ୍ତାନୀ ଭିସା ମଧ୍ୟ ଦରକାର ନାହିଁ। ଏହି ଗସ୍ତ ପାକିସ୍ତାନର କାର୍ଯ୍ୟକ୍ରମ ସହ କୌଣସି ଭାବେ ଜଡ଼ିତ ନୁହେଁ।

ଅମରିନ୍ଦର କହିଛନ୍ତି, ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ ନକଲେ ସେ ପାକିସ୍ତାନ ଯିବାର ନାହିଁ। ଏପରି କାର୍ଯ୍ୟକଳାପରେ ପଞ୍ଜାବ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି।

Related story