ସୀମା ବିବାଦ ସମାଧାନ ପାଇଁ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ନୋବେଲ ଶାନ୍ତି

ଓସ୍‌ଲୋ: ଶୁକ୍ରବାର ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଚଳିତ ଥର ନୋବେଲ ପାଇଁ ମନୋନୀତ ହୋଇଛନ୍ତି। ସୀମା ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଉପାୟରେ କରିପାରିଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯାଉଥିବା ନୋବେଲ କମିଟି ପକ୍ଷରୁ କୁହାଯାଇଛି। ବିଚାରକମାନେ କହିଛନ୍ତି, “ଶାନ୍ତି ସ୍ଥାପନ ପାଇଁ ଓ ଅନ୍ତର୍ଜାତୀୟ ସହଯୋଗ ପାଇଁ ଏବଂ ବିଶେଷ କରି ପଡ଼ୋଶୀ ରାଷ୍ଟ୍ର ଏରିଟ୍ରିଆ ସହିତ ସୀମା ବିବାଦର ସମାଧାନ ପାଇଁ ସେ ନେଇଥିବା ପଦକ୍ଷେପ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଉଛି।” ଗତ […]

nobel

Subrat Kumar Nayak
  • Published: Friday, 11 October 2019
  • , Updated: 11 October 2019, 03:38 PM IST

ଓସ୍‌ଲୋ: ଶୁକ୍ରବାର ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଚଳିତ ଥର ନୋବେଲ ପାଇଁ ମନୋନୀତ ହୋଇଛନ୍ତି। ସୀମା ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଉପାୟରେ କରିପାରିଥିବାରୁ ତାଙ୍କୁ ଏହି ସମ୍ମାନ ଦିଆଯାଉଥିବା ନୋବେଲ କମିଟି ପକ୍ଷରୁ କୁହାଯାଇଛି।

ବିଚାରକମାନେ କହିଛନ୍ତି, “ଶାନ୍ତି ସ୍ଥାପନ ପାଇଁ ଓ ଅନ୍ତର୍ଜାତୀୟ ସହଯୋଗ ପାଇଁ ଏବଂ ବିଶେଷ କରି ପଡ଼ୋଶୀ ରାଷ୍ଟ୍ର ଏରିଟ୍ରିଆ ସହିତ ସୀମା ବିବାଦର ସମାଧାନ ପାଇଁ ସେ ନେଇଥିବା ପଦକ୍ଷେପ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଉଛି।”

ଗତ ବର୍ଷ ଏପ୍ରିଲରେ ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାପରେ ଅଭିନବ ନୀତି ସବୁ ଆପଣାଇଥିଲେ, ଫଳରେ ସୀମା ବାହାରେ ମଧ୍ୟ ସମ୍ପର୍କ ମଜଭୁତ କରିବାରେ ସଫଳ ହୋଇଥିଲେ। ଶପଥ ନେବାର ୬ ମାସ ମଧ୍ୟରେ ହିଁ ଚିର ଶତ୍ରୁ ରାଷ୍ଟ୍ର ଏରିଟ୍ରିଆ ସହିତ ସମ୍ପର୍କରେ ସୁଧାର ଆଣିପାରିଥିଲେ।

ସେ ବିଦ୍ରୋହୀଙ୍କୁ ଜେଲରୁ ମୁକ୍ତ କରିବା ସହ ସରକାରଙ୍କ ନିର୍ଯାତନା ନେଇ କ୍ଷମା ମାଗିଥିଲେ। ଏଥିସହ ତାଙ୍କ ପୂର୍ବ ସରକାର ଆତଙ୍କବାଦୀ ଭାବେ ଅଭିହିତ କରିଥିବା ବିଦ୍ରୋହୀ ଗୋଷ୍ଠୀଙ୍କୁ ସେ ବୁଝାଇବାରେ ସମର୍ଥ ହୋଇଥିଲେ। ତେବେ ତାଙ୍କ ନୀତିକୁ ନେଇ ବର୍ତ୍ତମାନ ସମାଲୋଚନା ମଧ୍ୟ ଆରମ୍ଭ ହୋଇଛି।

Related story