ସାହିତ୍ୟ ପାଇଁ ଲୁଇସଙ୍କୁ ନୋବେଲ

ଷ୍ଟକହୋମ: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଆମେରିକାର କବି ଲୁଇସ ଗ୍ଲୁକ୍‌ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବେ। ଆଜି ନୋବେଲ ପୁରସ୍କାର କମିଟି ଲୁଇସଙ୍କ ନାଁରେ ମୋହର ମାରିଛି। ଲୁଇସି ୧୯୬୮ରେ ସାହିତ୍ୟ ଜଗତରେ ପାଦ ଦେଇ ପାଷ୍ଟବର୍ଣ୍ଣ ଲେଖିଥିଲେ। ଏହା ରାତାରାତି ଲୋକଙ୍କୁ ପସନ୍ଦ ଆସିଥିଲା। ଏହାପରେ ଲୁଇସ ଆମେରିକାରେ ଲୋକପ୍ରିୟତା ହାସଲ କରିଥିଲେ। ନୋବେଲ ପୁରସ୍କାର କମିଟିର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ କୁହାଯାଇଛି ଯେ ୨୦୨୦ ବର୍ଷ ପାଇଁ ଆମେରିକା କବି […]

c

Hemant Lenka
  • Published: Thursday, 08 October 2020
  • , Updated: 08 October 2020, 05:03 PM IST

ଷ୍ଟକହୋମ: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଆମେରିକାର କବି ଲୁଇସ ଗ୍ଲୁକ୍‌ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବେ। ଆଜି ନୋବେଲ ପୁରସ୍କାର କମିଟି ଲୁଇସଙ୍କ ନାଁରେ ମୋହର ମାରିଛି। ଲୁଇସି ୧୯୬୮ରେ ସାହିତ୍ୟ ଜଗତରେ ପାଦ ଦେଇ ପାଷ୍ଟବର୍ଣ୍ଣ ଲେଖିଥିଲେ। ଏହା ରାତାରାତି ଲୋକଙ୍କୁ ପସନ୍ଦ ଆସିଥିଲା।

ଏହାପରେ ଲୁଇସ ଆମେରିକାରେ ଲୋକପ୍ରିୟତା ହାସଲ କରିଥିଲେ। ନୋବେଲ ପୁରସ୍କାର କମିଟିର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ କୁହାଯାଇଛି ଯେ ୨୦୨୦ ବର୍ଷ ପାଇଁ ଆମେରିକା କବି ଲୁଇସ ଗ୍ଲୁକଙ୍କୁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ମିଳିବ। ସେ ବ୍ୟକ୍ତିର ଅସ୍ତିତ୍ୱ ସମ୍ପର୍କରେ ଚମତ୍କାର କବିତା ରଚନା କରିଛନ୍ତି।

୧୯୯୨ରେ ଗ୍ଲୁକଙ୍କ ‘ଦି ୱାଇଲ୍ଡ ଇରିସ’ ଅନେକ ସଫଳତା ସାଉଁଟି ଥିଲା। ୧୯୩୪ରେ ନ୍ୟୁୟର୍କରେ ଜନ୍ମ ଗ୍ରହଣ କରିଥିବା ଗ୍ଲୁକ କ୍ୟାମ୍ବରିଜ୍‌ରେ ରହୁଥିଲେ। ଲେଖାଲେଖି ବ୍ୟତୀତ ସେ ୟାଲେ ବିଶ୍ୱବିଦ୍ୟାଳୟରେ ଇଂଲିଶ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରନ୍ତି।

Related story