ଖୋଲିଲା ନୋଏଡା-ଫରିଦାବାଦ ରାସ୍ତା, ଗୋଟିଏ ପାର୍ଶ୍ୱ ରାସ୍ତା ଖାଲି କରିବା ପାଇଁ ରାଜି ହେଲେ ଆନ୍ଦୋଳନକାରୀ

ନୂଆଦିଲ୍ଲୀ: ଦୀର୍ଘ ୭୦ ଦିନ ପରେ ଦିଲ୍ଲୀର ନୋଏଡା-ଫରିଦାବାଦ ରାସ୍ତା ଖୋଲା ହୋଇଛି। ଶାହୀନବାଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଛି। ତେଣୁ ଏହି ରାସ୍ତା ସେବେଠାରୁ ବନ୍ଦ ରହିଥିଲା। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ମଧ୍ୟସ୍ଥି ସାଧନା ରାମଚନ୍ଦ୍ରନ ଏବଂ ଓକିଲ ସଞ୍ଜୟ ହେଗଡ଼େ ଆଜି ଆନ୍ଦୋଳନାକାରୀଙ୍କ ସହ କଥାବାର୍ତ୍ତା କରିବା ପରେ ଏହି ରାସ୍ତା ଖୋଲିଛି। ତେବେ ଆନ୍ଦୋଳନ କିନ୍ତୁ ଆଗକୁ ଜାରି ରହିବ ବୋଲି ସୂଚନା ରହିଛି। ଆଜି ସକାଳେ […]

Noida Faridabad Road

Subhransu Sekhar
  • Published: Saturday, 22 February 2020
  • , Updated: 22 February 2020, 06:05 PM IST

ନୂଆଦିଲ୍ଲୀ: ଦୀର୍ଘ ୭୦ ଦିନ ପରେ ଦିଲ୍ଲୀର ନୋଏଡା-ଫରିଦାବାଦ ରାସ୍ତା ଖୋଲା ହୋଇଛି। ଶାହୀନବାଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଛି। ତେଣୁ ଏହି ରାସ୍ତା ସେବେଠାରୁ ବନ୍ଦ ରହିଥିଲା। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ମଧ୍ୟସ୍ଥି ସାଧନା ରାମଚନ୍ଦ୍ରନ ଏବଂ ଓକିଲ ସଞ୍ଜୟ ହେଗଡ଼େ ଆଜି ଆନ୍ଦୋଳନାକାରୀଙ୍କ ସହ କଥାବାର୍ତ୍ତା କରିବା ପରେ ଏହି ରାସ୍ତା ଖୋଲିଛି। ତେବେ ଆନ୍ଦୋଳନ କିନ୍ତୁ ଆଗକୁ ଜାରି ରହିବ ବୋଲି ସୂଚନା ରହିଛି।

ଆଜି ସକାଳେ ଚତୁର୍ଥ ଥର ପାଇଁ ମଧ୍ୟସ୍ଥି ରାମଚନ୍ଦ୍ରନ ଶାହୀନବାଗରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ରାସ୍ତା ଖୋଲିବା ପାଇଁ ସେ ଆନ୍ଦୋଳନାକାରୀଙ୍କୁ ପରାମର୍ଶ ଦେଇଥିଲେ। ହେଲେ ଆନ୍ଦୋଳନକାରୀ କହିଥିଲେ ଯେତେପର‌୍ୟ୍ୟନ୍ତ ସିଏଏ ପ୍ରତ୍ୟାହାର ନହୋଇଛି ସେତିଦିନ ଯାଏ ଆନ୍ଦୋଳନ ଚାଲିବ। ଏହାପରେ ସକାଳ ୧୦ଟା ୩୦ରେ ରାମଚନ୍ଦ୍ରନ କହିଥିଲେ, ଯଦି ରାସ୍ତା ଖୋଲାନଯିବ ତାହେଲେ କୌଣସି ପ୍ରକାର ସହଯୋଗ କରିହେବନି। ରାସ୍ତା ଖୋଲିବାର ଅର୍ଥ ଆନ୍ଦୋଳନ ପ୍ରତ୍ୟାହାର ନୁହେଁ ବୋଲି ମଧ୍ୟସ୍ଥି କହିଥିଲେ।

ମଧ୍ୟସ୍ଥି ଜଣଙ୍କ କହିଥିଲେ, ମୁଁ ସରକାରଙ୍କ ତରଫରୁ ଆସିନାହିଁ ବରଂ ସୁପ୍ରିମକୋର୍ଟଙ୍କ ତରଫରୁ ଆସିଛି। ଆପଣମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ। ଆପଣମାନଙ୍କୁ ଏକ ପାର୍କ ଦିଆଯିବ। ସେଠାକୁ ଯାଇ ଆନ୍ଦୋଳନ କରିପାରିବେ’।

ଏହାପରେ ଆନ୍ଦୋଳନକାରୀମାନେ ଗୋଟିଏ ସ୍ୱରରେ ମଧ୍ୟସ୍ଥିଙ୍କ ପରାମର୍ଶକୁ ଖଣ୍ଡନ କରିଥିଲେ। ଆନ୍ଦୋଳନକାରୀ କହିଛନ୍ତି, ‘ରାସ୍ତା ଯଦି ଖୋଲା ହୋଇଛି ତାହେଲେ ତାଙ୍କର ସୁରକ୍ଷା ପାଇଁ ଆବଶ୍ୟକ ସିଟ୍ ଦେବା ଦରକାର। ଏହାସହିତ ଶାହୀନବାଗର ଲୋକ ଏବଂ ଜାମିଆ ବିଦ୍ୟାର୍ଥୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ହେବା ଦରକାର’।

ଆନ୍ଦୋଳନକାରୀ ଆହୁରି କହିଥିଲେ, ‘ଏନପିଆର ଲାଗୁ ନହେବା ଦରକାର। ଯେଉଁ କେନ୍ଦ୍ରମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସେମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହେବା ଦରକାର। ଆନ୍ଦୋଳନ ବେଳେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସମ୍ପର୍କୀୟ ଓ ଏବଂ ଆହତଙ୍କୁ କ୍ଷତିପୂରଣ ରାଶି ଦାବି କରିଛନ୍ତି’।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ଦିଲ୍ଲୀର ଶାହୀନବାଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦୁଇ ମାସରୁ ଅଧିକ ଦିନ ହେବ ଧାରଣାରେ ବସିଛନ୍ତି ମହିଳାମାନେ। ଫଳରେ ଦୀର୍ଘ ଦିନ ହେବ ନୋଏଡା-ଫରିଦାବାଦ ରାସ୍ତା ବନ୍ଦ ରହିଛି। ହେଲେ ଆଜି କିଛି ସମୟ ପାଇଁ ରାସ୍ତା ଖୋଲିଥିଲା। ଏହାପରେ ପୁଣିଥରେ ରାସ୍ତା ବନ୍ଦ କରି ଦିଆଯାଇଛି।

Related story