କୋମାରେ ଅଛନ୍ତି କିମ ଜଙ୍ଗ ଉନ, ଉଭଣୀଙ୍କ ହାତରେ ସୁପ୍ରିମ କମାଣ୍ଡ

ସିଓଲ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ବିଗିଡ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ କିମ ଜଙ୍ଗ ଉନ୍ କୋମାକୁ ଚାଲି ଯାଇଥିବା ଏକାଧିକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛନ୍ତି। ସେହିପରି ଆଉ କିଛି ରିପୋର୍ଟରେ କିମ ଜଙ୍ଗ ଉନ୍‌ ପ୍ରାଣ ହରାଇ ସାରିଛନ୍ତି ବୋଲି କୁହାଯାଇଛି। ଏସବୁ ଭିତରେ କିମ ଜଙ୍ଗ ଉନଙ୍କ ଭଉଣୀ କିମ୍ ୟୋ ଜଙ୍ଗ ଦେଶର ସୁପ୍ରମ କମାଣ୍ଡ ଗ୍ରହଣ କରିଛନ୍ତି। ଦେଶରେ […]

cd

Hemant Lenka
  • Published: Monday, 24 August 2020
  • , Updated: 26 August 2020, 04:24 PM IST

ସିଓଲ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ବିଗିଡ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ କିମ ଜଙ୍ଗ ଉନ୍ କୋମାକୁ ଚାଲି ଯାଇଥିବା ଏକାଧିକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛନ୍ତି। ସେହିପରି ଆଉ କିଛି ରିପୋର୍ଟରେ କିମ ଜଙ୍ଗ ଉନ୍‌ ପ୍ରାଣ ହରାଇ ସାରିଛନ୍ତି ବୋଲି କୁହାଯାଇଛି।

ଏସବୁ ଭିତରେ କିମ ଜଙ୍ଗ ଉନଙ୍କ ଭଉଣୀ କିମ୍ ୟୋ ଜଙ୍ଗ ଦେଶର ସୁପ୍ରମ କମାଣ୍ଡ ଗ୍ରହଣ କରିଛନ୍ତି। ଦେଶରେ କ’ଣ ସବୁ କାର୍ଯ୍ୟକାରୀ ହେବ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ କିମଙ୍କ ଉଭଣୀ ୟୋ ଜଙ୍ଗ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଦକ୍ଷିଣ କୋରିଆର ଦିବଂଗତ ରାଷ୍ଟ୍ରପତି କିମ ଡେ ଜଙ୍ଗଙ୍କ ପୂର୍ବତନ ସହଯୋଗୀ ଚାଙ୍ଗ ସଙ୍ଗ ମିନଙ୍କ ବୟାନକୁ ଆଧାର କରି କମି ଜଙ୍ଗ ଉନ କୋମାରେ ଥିବା କୁହାଯାଇଛି। ମିନ କହିଛନ୍ତି, କିମ ଜଙ୍ଗ ଉନ ପ୍ରାଣ ହରାଇ ସାରିଥିବା ଖବର ମିଳିଥିଲା। ଏହାପରେ ମୁଁ ବ୍ୟକ୍ତିଗତ ଭାବେ ପୂରା ତଥ୍ୟର ତର୍ଜମା କରିଥିଲି।

ଯାଞ୍ଚ ବେଳେ ଜଣାପଡ଼ିଛି ଯେ କିମ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ କୋମାରେ ରଖାଯାଇଛି। କିନ୍ତୁ ସେ ବଞ୍ଚିଛନ୍ତି। କିମ ବଞ୍ଚିଥିବାରୁ ତାଙ୍କ ସ୍ଥାୟୀ ଉତ୍ତରାଧିକାରୀ ଚୟନ ହୋଇନାହାନ୍ତି। କିନ୍ତୁ କିମ ୟୋ ଜଙ୍ଗଙ୍କୁ ସାମ୍ନାକୁ ଅଣାଯାଇଛି। ସେ ହିଁ କିମଙ୍କ ସ୍ଥାନରେ ଏବେ ଉତ୍ତର କୋରିଆ ପାଇଁ ନିଷ୍ପତ୍ତି ନେଉଛନ୍ତି। ଚାଇନା ସୂତ୍ରୁ ମୁଁ କିମ କୋମାରେ ଥିବା ଜାଣିବାକୁ ପାଇଛି ବୋଲି ସେ କହିଛନ୍ତି।

ଏହାପୂର୍ବରୁ ମଧ୍ୟ କିମ ଜଙ୍ଗ ଉନ୍‌ଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ତେବେ ସରକାରଙ୍କ ପକ୍ଷରୁ ଏହାକୁ ଖାରଜ କରାଯିବା ସହ କିମ ଜଙ୍ଗ ସୁସ୍ଥ ଥିବା ଭିଡିଓ ଜାରି କରାଯାଇଥିଲା।

ଅନ୍ୟପକ୍ଷରେ ରୟ କାଲେ ନାମକ ଜଣେ ସାମ୍ବାଦିକ ଉତ୍ତର କୋରିଆ ଯାଇ କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ସେ କହିଛନ୍ତି ଯେ ମୋ ବିଶ୍ୱାସ କିମ ଜଙ୍ଗ ଉନ ଆଉ ଜୀବିତ ନାହାନ୍ତି। କିନ୍ତୁ ଉତ୍ତର କୋରିଆ ଦେଶରେ ପ୍ରମୁଖ ସଙ୍କଟ ସୃଷ୍ଟି ହେବା ଆଶଙ୍କାରେ ଏହାକୁ ଲୁଚାଇ ରଖିଛି।

Related story