ଅନ୍ତିମ ୩ ମାସର ରିପୋର୍ଟ ଅନୁଯାୟୀ ପାଖାପାଖି ୧୩୨ଟି ଗାଁରେ ୨୧୬ ଜଣ ଶିଶୁ ଜନ୍ମଲାଭ କରିଛନ୍ତି। ହେଲେ ଏହି ସମସ୍ତ ଶିଶୁ ହେଉଛନ୍ତି ପୁଅ। ଉତ୍ତରକାଶୀର ଜିଲ୍ଲାପାଳ ଆଶିଷ ଚୌହ୍ୱାନ ପ୍ରତିକ୍ରିୟାରେ କହିଛନ୍ତି, ଏହାର ଅନୁସନ୍ଧାନ ପାଇଁ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଯେଉଁ ଅଞ୍ଚଳରେ ୩ ମାସ ହେବ ଝିଅ ଜନ୍ମ ଲାଭ କରି ନାହାନ୍ତି ସେହି ସବୁ ସ୍ଥାନକୁ ଚିହ୍ନଟ କରିଛି। ଏକ ସର୍ଭେ କରିବା ପରେ ଝିଅ ଜନ୍ମ ନହେବା ପଛର କାରଣ କଣ, ତା'ର ଅନୁସନ୍ଧାନ କରାଯିବ ବୋଲି ସେ କହିଛନ୍ତି।