Advertisment

୨ ଘଣ୍ଟାରେ କରୋନା ଟେଷ୍ଟ, ଭାରତୀୟ ବଂଶୋଦ୍ଭବ ଟିମ୍‌ ବାହାର କଲା ପ୍ରକ୍ରିୟା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ରାଷ୍ଟ୍ରମାନଙ୍କୁ ‘ଟେଷ୍ଟ, ଟେଷ୍ଟ ଏବଂ ଟେଷ୍ଟ’ର ପରାମର୍ଶ ଦେଇଛି। ଏହପରେ ବିଭିନ୍ନ ଗବେଷକମାନେ ପ୍ରତିଷେଧକ ବ୍ୟବସ୍ଥା, ଚିକିତ୍ସା ଏବଂ ଉନ୍ନତ ପରୀକ୍ଷା ତରିକା ଆଦି ବାବଦରେ ଗବେଷଣା ଚଲାଇଛନ୍ତି। ଏବେ ଆମେରିକାର କିଛି ବୈଜ୍ଞାନିକ ଏକ ଆଣ୍ଟିବଡି ପରୀକ୍ଷା ବିକଶିତ କରିଛନ୍ତି ଯାହାକି କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା ଆକଳନ କରିପାରିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କିଛି ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ମଧ୍ୟ ନୂଆ ଏବଂ ନିର୍ଭୁଲ ପରୀକ୍ଷା ପାଇଁ […]

ଅଦ୍ୟତନ ହୋଇଛି
ଭାରତର ପଡ଼ୋଶୀ ଦେଶରେ କେମିତି ରହିଛି କରୋନା ସ୍ଥିତି?

Corona-4

Advertisment

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ରାଷ୍ଟ୍ରମାନଙ୍କୁ ‘ଟେଷ୍ଟ, ଟେଷ୍ଟ ଏବଂ ଟେଷ୍ଟ’ର ପରାମର୍ଶ ଦେଇଛି। ଏହପରେ ବିଭିନ୍ନ ଗବେଷକମାନେ ପ୍ରତିଷେଧକ ବ୍ୟବସ୍ଥା, ଚିକିତ୍ସା ଏବଂ ଉନ୍ନତ ପରୀକ୍ଷା ତରିକା ଆଦି ବାବଦରେ ଗବେଷଣା ଚଲାଇଛନ୍ତି। ଏବେ ଆମେରିକାର କିଛି ବୈଜ୍ଞାନିକ ଏକ ଆଣ୍ଟିବଡି ପରୀକ୍ଷା ବିକଶିତ କରିଛନ୍ତି ଯାହାକି କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା ଆକଳନ କରିପାରିବ ବୋଲି କୁହାଯାଉଛି।

Advertisment

ଅନ୍ୟପକ୍ଷରେ କିଛି ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ମଧ୍ୟ ନୂଆ ଏବଂ ନିର୍ଭୁଲ ପରୀକ୍ଷା ପାଇଁ ଗବେଷଣାରେ ସଫଳତା ପାଇଛନ୍ତି। ଡକ୍ଟର ରବୀନ୍ଦ୍ର କୋହ୍ଲେ ଏହାର ନେତୃତ୍ୱ ନେଉଛନ୍ତି। ଏହା ମାତ୍ର ୨ ଘଣ୍ଟାରେ ଜଣାଇଦେବ ଯେ ଜଣେ କରୋନା ଆକ୍ରାନ୍ତ କି ନା।

ବର୍ତ୍ତମାନ ଏହି ପରୀକ୍ଷା ରବୀନ୍ଦ୍ର କାର୍ଯ୍ୟ କରୁଥିବା ଅଗୁସ୍ତା ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ବିଭାଗକୁ ଆସିଥିବା ନମୁନାସବୁ ପାଇଁ ବ୍ୟବହାର କରାଯାଉଛି। ଏହା ବର୍ତ୍ତମାନ ସେହି ଅଞ୍ଚଳ ବାହାରେ ମଧ୍ୟ ନମୁନାର ପରୀକ୍ଷାରେ ବ୍ୟବହାର କରାଯିବ। ଲ୍ୟାବ୍‌ ମୁଖ୍ୟ ଡାକ୍ଟର ରବୀନ୍ଦ୍ରଙ୍କ କହିବା ଅନୁଯାୟୀ, “ଆମେ ଚାହୁଁଛୁ ଠିକ୍‌ ସମୟରେ ଭୂତାଣୁ ବାବଦରେ ସୂଚନା ମିଳିପାରୁ, ଫଳରେ ଏହାକୁ ବ୍ୟାପିବାରେ ରୋକିହେବ।”

Advertisment

ଜେମ୍‌ ନାମକ ଏହି ଲ୍ୟାବ୍‌ର ଟିମ୍‌ରେ ଲ୍ୟାବ୍‌ ସୁପରଭାଇଜର ଡକ୍ଟର ଆଶିଷ ମଣ୍ଡଳ, ଲ୍ୟାବ୍‌ ମ୍ୟାନେଜର କିମ୍ୟା ଜୋନ୍ସ, ରିସର୍ଚ୍ଚ ଆସୋସିଏଟ୍ସ ସୁଧା ଅନନ୍ତ, ୟସମୀନ୍‌ ଜିଲାନୀ, ପଙ୍କଜ ଆଲୁୱାଲିଆ, ନିଖିଲ ସହଜପାଲ ଏବଂ ମୀନାକ୍ଷୀ ଆଲୁୱାଲିଆ ଆଦି ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe