ମୋଦି-ଜିନପିଙ୍ଗ ଆଲୋଚନା: ଏହି କାରଣ ପାଇଁ ଉଠିଲାନି କଶ୍ମୀର ପ୍ରସଙ୍ଗ

ଚେନ୍ନାଇ: ଦୁଇ ଦିନ ଧରି ଭାରତ-ଚାଇନା ମଧ୍ୟରେ ଚାଲିଥିବା ଅନୌପଚାରିକ ଆଲୋଚନାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା କଶ୍ମୀର ପ୍ରସଙ୍ଗ ଉଠିନାହିଁ। ପାକିସ୍ତାନର ପରମ ବନ୍ଧୁ କୁହାଯାଉଥିବା ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ଠାରୁ ଆରମ୍ଭ କରି ଶିଳ୍ପ ବିକାଶ ପର୍ଯ୍ୟନ୍ତ କଥା ହୋଇଥିଲେ। ହେଲେ ଥରଟିଏ ବି ପାକିସ୍ତାନ କିମ୍ବା କଶ୍ମୀରକୁ ନେଇ ଲାଗି ରହିଥିବା ତିକ୍ତତା କଥା ଉଠାଇ ନଥିଲେ। ଏହି ଅନୌପଚାରିକ ଆଲୋଚନାର ମୂଳ ଏଜେଣ୍ଡା […]

xx

Hemant Lenka
  • Published: Saturday, 12 October 2019
  • , Updated: 12 October 2019, 08:57 PM IST

ଚେନ୍ନାଇ: ଦୁଇ ଦିନ ଧରି ଭାରତ-ଚାଇନା ମଧ୍ୟରେ ଚାଲିଥିବା ଅନୌପଚାରିକ ଆଲୋଚନାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା କଶ୍ମୀର ପ୍ରସଙ୍ଗ ଉଠିନାହିଁ। ପାକିସ୍ତାନର ପରମ ବନ୍ଧୁ କୁହାଯାଉଥିବା ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ଠାରୁ ଆରମ୍ଭ କରି ଶିଳ୍ପ ବିକାଶ ପର୍ଯ୍ୟନ୍ତ କଥା ହୋଇଥିଲେ।

ହେଲେ ଥରଟିଏ ବି ପାକିସ୍ତାନ କିମ୍ବା କଶ୍ମୀରକୁ ନେଇ ଲାଗି ରହିଥିବା ତିକ୍ତତା କଥା ଉଠାଇ ନଥିଲେ। ଏହି ଅନୌପଚାରିକ ଆଲୋଚନାର ମୂଳ ଏଜେଣ୍ଡା କଶ୍ମୀର ରହିବ ବୋଲି ସମସ୍ତେ ଆକଳନ କରୁଥିଲେ। କିନ୍ତୁ ଭାରତ କୌଣସି ପ୍ରକାରର ଚାଇନା ସହ ଏ ସମ୍ପର୍କରେ ଆଲୋଚନା କରନାହିଁ। ଏପରି କି କଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଲୋଡ଼ା ନାହିଁ ବୋଲି ମୋଦି ଚାଇନା ପ୍ରିମିୟର ଜିନପିଙ୍ଗଙ୍କୁ ମଧ୍ୟ କହିନାହାନ୍ତି।

ତେବ ଭାରତ-ଚାଇନା ସମ୍ପର୍କରେ ନୂଆ ଯୁଗର ଆରମ୍ଭ ହେବ ଏବଂ ଚେନ୍ନାଇ କନେକ୍ଟ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଦ୍ୱିତୀୟ ଅନୌପଚାରିକ ସମ୍ମିଳନୀ ପରେ ମୋଦି କହିଛନ୍ତି। ଚେନ୍ନାଇର ମାମଲ୍ଲାପୁରମରେ ଆଜି ପ୍ରାୟ ୯୦ ମିନିଟ୍ ଧରି ସାମ୍ନାସାମ୍ନି କଥା ହୋଇଥିଲେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ। ସେହିପରି ଦ୍ୱିପାକ୍ଷିକ ଆଲୋଚନା ବେଳେ ଦୁଇ ନେତା ଅର୍ଥନୀତି ଓ ଆତଙ୍କବାଦ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ବୈଦେଶିକ ମନ୍ତ୍ରଣାଳୟର ସଚିବ ବିଜୟ ଗୋଖଲେ ବୈଠକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦୁଇ ନେତାଙ୍କ ମଧ୍ୟରେ ଆତଙ୍କବାଦ ଏବଂ ମୌଳବାଦୀ ଚିନ୍ତାଧାରା ପ୍ରସଙ୍ଗରେ ଆଲୋଚନା ହୋଇଛି। କଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ଏହାକୁ ବୈଠକରେ ଉପସ୍ଥାପନ କରାଯାଇନାହିଁ। କଶ୍ମୀର ପ୍ରସଙ୍ଗରେ କୌଣସି ଦେଶ ମୁଣ୍ଡ ପୂରାଇପାରିବା ଠିକ୍‌ ନୁହେଁ ବୋଲି ଭାରତ ପୂର୍ବରୁ ମଧ୍ୟ କହି ସାରିଛି।

ବୈଠକ ବେଳେ ଜିନପିଙ୍ଗ ଗତ ସପ୍ତାହରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଚାଇନା ଗସ୍ତ ସମ୍ପର୍କରେ ମୋଦିଙ୍କୁ ଅବଗତ କରାଇବା ସହ ତାଙ୍କ ପ୍ରଶଂସା କରିଥିଲେ। ସେହିପରି ଚାଇନା ରାଷ୍ଟ୍ରପତି ଜିନପିଙ୍ଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସନ୍ତାବର୍ଷ ଚାଇନା ଆସିବା ପାଇଁ କହିଛନ୍ତି। ମୋଦି ମଧ୍ୟ ତାଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି। ତେବେ ଏ ସମ୍ପର୍କରେ ତାରିଖ ଚୂଡ଼ାନ୍ତ ହୋଇନାହିଁ ବୋଲି ସେ କହିଛନ୍ତି।

ଗତକାଲି ମହାବଳୀପୁରମରେ ଥିବା ବିଭିନ୍ନ ଐତିହ୍ୟ ବୁଲିଥିବା ଜିନପିଙ୍ଗ ଆଜି ମୋଦିଙ୍କ ସହ ଅନୌପଚାରିକ ଆଲୋଚନା କରିଥିଲେ। ସେହିପରି ଭାରତ ଓ ଚାଇନା ମଧ୍ୟରେ ପ୍ରତିନିଧି ସ୍ତରୀୟ ବୈଠକ ମଧ୍ୟ ବସିଥିଲା।

ଚାଇନା ଓ ଭାରତର ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ବେଳେ ଗତବର୍ଷ ଚାଇନାରେ ହୋଇଥିବା ଅନୌପଚାରିକ ସମ୍ମିଳନୀକୁ ମୋଦି ଗେମ ଚେଞ୍ଜର ବୋଲି କହିଥିଲେ। ସେ କହିଛନ୍ତି, ଏହି ବୈଠକ ପରେ ଦୁଇ ଦେଶର ସମ୍ପର୍କରେ ବୃଦ୍ଧି ହୋଇଛି। ଦୁଇ ଦେଶର ମତଭେଦ ଆଗାମୀ ଦିନରେ ବିବାଦରେ ପରିଣତ ହେବା ଠିକ୍ ନୁହେଁ। ଆଗକୁ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ମଜବୁତ କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ମୋଦି ଆହୁରି କହିଛନ୍ତି, ଆଜିର ଏହି ଚେନ୍ନାଇ କନେକ୍ଟ ମିଟିଂ ଦୁଇ ଦେଶର ସମ୍ପର୍କକୁ ଆଗକୁ ନେବ। ଉଭୟ ଦେଶ ପରସ୍ପରକୁ ଆଗାମୀ ଦିନରେ ସହଯୋଗ କରିବେ। ଦୁଇ ଦେଶର ସମ୍ୱେଦନଶୀଳ ମାମଲା ଗୁଡ଼ିକରେ ପରସ୍ପର ଚିନ୍ତା କରିବେ ବୋଲି ସେ କହିଛନ୍ତି।

ସେହିପରି ଭାରତ ତରଫରୁ ଦିଆଯାଇଥିବା ଆତିଥ୍ୟରେ ଅଭିଭୂତ ହୋଇ ଥିବା ଜିନପିଙ୍ଗ ଏହାକୁ ସବୁଦିନ ପାଇଁ ମନେ ରଖିବେ ବୋଲି କହିଛନ୍ତି। ସେ କହିଛନ୍ତି, ଗତକାଲି ଚେନ୍ନାଇରେ ଓହ୍ଲାଇ ମହାବଳୀପୁରମକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଭଳି ମୋ ସହ କଥା ହୋଇଛନ୍ତି ତାହା ଦୁଇ ଦେଶର ସମ୍ପର୍କକୁ ଆହୁରି ଆଗକୁ ନେବ। ଏହା ଦୁଇ ଦେଶ ମଧ୍ୟରେ କଥାବର୍ତ୍ତା ନଥିଲା ବରଂ ଦୋସ୍ତିର ଆଉ ଏକ ଯୁଗର ଆରମ୍ଭ କରିଥିଲା।

ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ପୂର୍ବରୁ ମାମଲ୍ଲାପୁରମ ସମୁଦ୍ରକୂଳରେ ଥିବା ତାଜ ଫିଶରମ୍ୟାନ୍ କୋଭ୍ ବିଚ୍ ରିସର୍ଟରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହୋଇଥିଲା। ବଙ୍ଗୋପସାଗର କୂଳରେ ପ୍ରାକୃତିକ ପରିବେଶରେ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟ୍ ଧରି ଆଲୋଚନା ହୋଇଥିଲା। ଆଲୋଚନା ବେଳେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ନିକଟରେ ଅନୁବାଦକଙ୍କ ଛଡ଼ା ଆଉ କେହି ଉପସ୍ଥିତ ନ ଥିଲେ।

ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ପରେ ଜିନପିଙ୍ଗଙ୍କ ସହ ମୋଦି ହୋଟେଲରେ ହସ୍ତତନ୍ତ ଓ ହସ୍ତକଳାକୃତି ଉପରେ ଆୟୋଜିତ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହି ଅବସରରେ ମୋଦି ଚାଇନା ପ୍ରିମିୟର ଜିନପିଙ୍ଗଙ୍କ ଚିତ୍ର ଥିବା ହାତବୁଣା ରେଶମ ପ୍ରତିକୃତି ଉପହାର ଆକାରରେ ଦେଇଥିଲେ। ମଧ୍ୟାହ୍ଶ ଭୋଜନ ପରେ ମୋଦି ହୋଟେଲରୁ ଜିଙ୍ଗପିଙ୍ଗଙ୍କୁ ବିଦାୟ ଦେଇଥିଲେ।

Related story