ଏଫଟିଆଇଆଇର ସଭାପତି ନେଲେ ଫିଲ୍ମ ନିର୍ମାତା ଶେଖର କପୁର

ନୂଆଦିଲ୍ଲୀ: ବରିଷ୍ଠ ଫିଲ୍ମି ନିର୍ମାତା ଶେଖର କପୁରଙ୍କୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଆଜି ପୁଣେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁ ଅଫ ଇଣ୍ଡିଆ(ଏଫଟିଆଇଆଇ)ର ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏହା ସହ ଶେଖର କପୁର ଏଫଟିଆଇଆଇର ଗଭର୍ଣ୍ଣିଂ କାଉନ୍ସିଲର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିବେ। ଶେଖର ଉଭୟ ପଦରେ ୨୦୨୩ ମାର୍ଚ୍ଚ ୩ ତାରିଖ ଯାଏ କାର୍ଯ୍ୟ କରିବେ। ୧୯୫୪ ମସିହା ଡିସେମ୍ବର ୬ରେ […]

left-bottom

Hemant Lenka
  • Published: Tuesday, 29 September 2020
  • , Updated: 29 September 2020, 09:55 PM IST

ନୂଆଦିଲ୍ଲୀ: ବରିଷ୍ଠ ଫିଲ୍ମି ନିର୍ମାତା ଶେଖର କପୁରଙ୍କୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଆଜି ପୁଣେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁ ଅଫ ଇଣ୍ଡିଆ(ଏଫଟିଆଇଆଇ)ର ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏହା ସହ ଶେଖର କପୁର ଏଫଟିଆଇଆଇର ଗଭର୍ଣ୍ଣିଂ କାଉନ୍ସିଲର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିବେ।

ଶେଖର ଉଭୟ ପଦରେ ୨୦୨୩ ମାର୍ଚ୍ଚ ୩ ତାରିଖ ଯାଏ କାର୍ଯ୍ୟ କରିବେ। ୧୯୫୪ ମସିହା ଡିସେମ୍ବର ୬ରେ ଶେଖର କପୁର ପାକିସ୍ତାନର ଲାହୋରରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୮ରେ ରିଲିଜ ହୋଇଥିବା ଏଲିଜାବେଥ ଓ ୨୦୦୨ରେ ରିଲଜ ହୋଇଥିବା ଦି ଫୋର ଫାଦର ଫିଲ୍ମ ପାଇଁ ବେଶ ଖ୍ୟାତି ଅର୍ଜନ କରିଥିଲେ। ଶେଖର କପୁର ଅନେକ ବ୍ୟବସାୟିକ ସଫଳତା ପାଇଥିବା ଫିଲ୍ମ ମଧ୍ୟ ତିଆରି କରିଛନ୍ତି। ଏହା ମଧ୍ୟରେ ଅନୀଲ କପୁର ଓ ଶ୍ରୀଦେବୀଙ୍କ ଅଭିନୀତି ମିଷ୍ଟର ଇଣ୍ଡିଆ ଓ ‍ଫୁଲନ ଦେବୀଙ୍କ ଉପରେ ଆଧାରିତ ବନ୍ଦିତ କ୍ୱିନ ଅନ୍ୟତମ।

ଶେଖର କପୁରଙ୍କ ପୂର୍ବରୁ ଏଫଟିଆଇଆଇର ସଭାପତି ଭାବେ ବିପି ସିଂହ କାର୍ଯ୍ୟ କରୁଥିଲେ। ତାଙ୍କୁ ନିକଟରେ ଆଇସିସିଆରର ଜେନେରାଲ ଆସେମ୍ଲିରେ ନିଯୁକ୍ତି ମିଳିଥିଲା। ୧୯୬୦ ମସିହାରୁ ଏଫଟିଆଇଆଇ ଦେଶରେ କାର୍ଯ୍ୟ କରି ଚାଲିଛି।

Related story