ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩

ନୂଆଦିଲ୍ଲୀ: ଶନିବାର ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିରୁ ୩୯ ଜଣ ବିଦେଶୀ ନାଗରିକ ଅଛନ୍ତି। ରାଜ୍ୟାମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୬୩ ଜଣ ଆକ୍ରାନ୍ତ ଅଛନ୍ତି। ଏହା ପଛକୁ କେରଳରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଆଜି ପର୍ଯ୍ୟନ୍ତ ୭ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କଣ୍ଟାକ୍ଟ ଟ୍ରାସିଂ କରାଯାଇଛି। ଯଦି କମ୍ୟୁନିଟି ଟ୍ରାନ୍ସମିଶନ୍‌ ଠାବ କରାଯିବ […]

train

Subrat Kumar Nayak
  • Published: Saturday, 21 March 2020
  • , Updated: 21 March 2020, 09:53 PM IST

ନୂଆଦିଲ୍ଲୀ: ଶନିବାର ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିରୁ ୩୯ ଜଣ ବିଦେଶୀ ନାଗରିକ ଅଛନ୍ତି। ରାଜ୍ୟାମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୬୩ ଜଣ ଆକ୍ରାନ୍ତ ଅଛନ୍ତି। ଏହା ପଛକୁ କେରଳରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଆଜି ପର୍ଯ୍ୟନ୍ତ ୭ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କଣ୍ଟାକ୍ଟ ଟ୍ରାସିଂ କରାଯାଇଛି। ଯଦି କମ୍ୟୁନିଟି ଟ୍ରାନ୍ସମିଶନ୍‌ ଠାବ କରାଯିବ ତାହାଲେ ଲୋକଙ୍କୁ ଜଣାଇ ଦିଆଯିବ। ଲୋକେ ଏମିତି ଫ୍ୟାଶନ୍‌ ପାଇଁ କରୋନା ଭାଇରସ୍‌ ପରୀକ୍ଷା କରାଇବା ଉଚିତ ନୁହେଁ। ଏପରିକି ନିଜେ କେବଳ ନିଶ୍ଚିତ ହେବା ପାଇଁ ଏପରି କରିବା ଉଚିତ ନୁହେଁ। ଏହା ପ୍ରଟକୋଲ୍‌ ଅନୁସାରେ କରିବା ଉଚିତ।

ଦିଲ୍ଲୀରେ ୨୬ ଜଣଙ୍କଠାରେ କରୋନା ପଜିଟିଭ୍‌ ରହିଛି। ଏଥିରେ ଜଣେ ବିଦେଶୀ ରହିଛନ୍ତି। ଉତ୍ତରପ୍ରଦେଶରେ ମଧ୍ୟ ଜଣେ ବିଦେଶୀଙ୍କ ସହ ୨୪ ଜଣ କରୋନା ପଜିଟିଭ୍‌ ଅଛନ୍ତି। ତେଲେଙ୍ଗାନାରେ ୧୧ ଜଣ ବିଦେଶୀଙ୍କ ସମେତ ୨୧ ଜଣ କରୋନା ପଜିଟିଭ୍‌ ଅଛନ୍ତି। ରାଜସ୍ଥାନରେ ଏହି ସଂଖ୍ୟା ୧୭ ରହିଛି। ଏମାନଙ୍କ ମଧ୍ୟରେ ୨ ଜଣ ବିଦେଶୀ ଅଛନ୍ତି।

ହରିଆଣାରେ ୧୪ ଜଣ ବିଦେଶୀଙ୍କ ସମେତ ୧୭ ଜଣ କରୋନା ପଜିଟିଭ୍‌ ଅଛନ୍ତି। କର୍ଣ୍ଣାଟକାରେ ୧୫ ଜଣ କରୋନା ଭାଇରସ୍‌ ପଜିଟିଭ୍‌ ଅଛନ୍ତି। ପଞ୍ଜାବ ଏବଂ ଲଦାଖରେ ୧୩ ଜଣ ଲେଖାଏ କରୋନା ପଜିଟିଭ୍‌ ଅଛନ୍ତି। ଏହି ସଂଖ୍ୟା ଗୁଜରାଟରେ ୭ ରହିଥିବାବେଳେ ଜମ୍ମୁ-କଶ୍ମୀରରେ ୪ ରହିଛି। ଅନ୍ୟପକ୍ଷରେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ୩ ଜଣ ଲେଖାଏ କରୋନା ପଜିଟିଭ୍‌ ରହିଛି। ଓଡ଼ିଶାରେ ୨ ଜଣ କରୋନା ପଜିଟିଭ୍‌ ଅଛନ୍ତି।

Related story