ଗଛରେ ଚାର୍ଜ ହେବ ମୋବାଇଲ୍ ଫୋନ୍‌: ଜାଣନ୍ତୁ କେଉଁଠି ମିଳିବ ଏହି ସେବା

କୋଏମ୍ବାଟୁର: ଏଥର ‘ଟ୍ରି’ ବା ଗଛ କରିବ ଆପଣଙ୍କ ମୋବାଇଲ୍‌ ଫୋନ୍‌ ଚାର୍ଜ। ଯଦି ବିଳମ୍ବିତ ରାତ୍ରିରେ ଆପଣ ଫେରୁଛନ୍ତି ଏବଂ ଆପଣଙ୍କ ଫୋନ୍‌ ହଠାତ୍‌ ଚାର୍ଜ ସରିଯିବାରୁ ବନ୍ଦ ହେଇଯାଉଛି, ତେବେ ଗଛ ମୂଳରେ କିଛି ସମୟ ବସି ପଡିଲେ ଆପେ ଆପେ ଫୋନ୍‌ ଚାର୍ଜ ହୋଇଯିବ। କେବଳ ଚାର୍ଜ ନୁହେଁ, ଆପଣ ଗଛରୁ  wi-fiର ସୁବିଧା ମଧ୍ୟ ପାଇପାରିବେ। ଆପଣ ଏବେ କନ୍‌ଫ୍ୟୁଜ୍‌ ହେବେଣି, ଗଛ କେମିତି ଫୋନ୍‌ ଚାର୍ଜ କରିବ! ହଉ, କନ୍‌ଫ୍ୟୁଜ୍‌ […]

Solar tree_0

Rakesh Mallick
  • Published: Friday, 18 May 2018
  • , Updated: 18 May 2018, 12:12 PM IST

କୋଏମ୍ବାଟୁର: ଏଥର 'ଟ୍ରି' ବା ଗଛ କରିବ ଆପଣଙ୍କ ମୋବାଇଲ୍‌ ଫୋନ୍‌ ଚାର୍ଜ। ଯଦି ବିଳମ୍ବିତ ରାତ୍ରିରେ ଆପଣ ଫେରୁଛନ୍ତି ଏବଂ ଆପଣଙ୍କ ଫୋନ୍‌ ହଠାତ୍‌ ଚାର୍ଜ ସରିଯିବାରୁ ବନ୍ଦ ହେଇଯାଉଛି, ତେବେ ଗଛ ମୂଳରେ କିଛି ସମୟ ବସି ପଡିଲେ ଆପେ ଆପେ ଫୋନ୍‌ ଚାର୍ଜ ହୋଇଯିବ। କେବଳ ଚାର୍ଜ ନୁହେଁ, ଆପଣ ଗଛରୁ  wi-fiର ସୁବିଧା ମଧ୍ୟ ପାଇପାରିବେ। ଆପଣ ଏବେ କନ୍‌ଫ୍ୟୁଜ୍‌ ହେବେଣି, ଗଛ କେମିତି ଫୋନ୍‌ ଚାର୍ଜ କରିବ! ହଉ, କନ୍‌ଫ୍ୟୁଜ୍‌ ହୁଅନ୍ତୁ ନାହିଁ। କଥାଟି ଆମେ ଆପଣଙ୍କୁ ଖୋଲିକି ବୁଝାଇ ଦେଉଛୁ।

ତାମିଲନାଡୁର କୋଏମ୍ବାଟୁର ସହରରେ ନିର୍ମାଣ ହେଉଛି ଏମିତି ଏକ 'ସ୍ମାର୍ଟ ଟ୍ରି'। ଗଛଟିକୁ ଫାଇବର ଓ ଜିଙ୍କ ବା ଦସ୍ତା ଦ୍ୱାରା ନିର୍ମାଣ କରାଯିବ। ଓଜନିଆ ଧାତବରେ ତିଆରି ହେବାକୁ ଥିବା ଗଛର ଗଣ୍ଡକୁ ଫାଇବର ଦ୍ୱାରା ଢାଙ୍କି ଦିଆଯିବ। ଫଳରେ ଏହା ଏକ ବାସ୍ତବ ଗଛଭଳି ଦୃଶ୍ୟମାନ ହେବ। ଗଛର ପତ୍ରଗୁଡିକ ଦସ୍ତାରେ ତିଆରି ହେବ। ପତ୍ର ଗୁଡିକରେ ସୁନେଲି ରଙ୍ଗର ପ୍ରଲେପ ଦିଆଯିବ। ଏହି 'ସ୍ମାର୍ଟ ଟ୍ରି' ନିର୍ମାଣ ପାଇଁ ୧୨ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।

ଏହି ଗଛର ଶୀର୍ଷ ଭାଗରେ ଏକ ସୋଲାର ପ୍ୟାନେଲ୍‌ ସ୍ଥାପିତ କରାଯିବ ଯାହା ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରି ଓ ଏକ ବ୍ୟାଟେରିରେ ଏହାକୁ ସଂଗୃହୀତ କରିବ।ଏହି ପ୍ୟାନେଲ୍‌ ପ୍ରତିଦିନ ୧୫୦୦ ୱାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ କରିବ। ମୋବାଇଲ୍‌ ଫୋନ୍‌ ଏବଂ ଲାପ୍‌ଟପ୍‌ ଚାର୍ଜ କରିବା ପାଇଁ ଗଛରେ ଭିନ୍ନ ଭିନ୍ନ ଚାର୍ଜିଂ ପଏଣ୍ଟ ରହିବ।

ଗଛଟିକୁ ସହରର ଭିଓସି ପାର୍କରେ ସ୍ଥାପିତ କରାଯିବ। ଗଛ ତଳେ ପାଞ୍ଚଟି ବେଞ୍ଚ ରହିବ, ଯେମିତି ଅତିକମ୍‌ରେ ୩୦ ଜଣ ଲୋକ ବସି wi-fiର ବ୍ୟବହାର କରିପାରିବେ।

ଆସନ୍ତା ସୋମବାର ଦିନ ଗଛଟିକୁ ଭିଓସି ପାର୍କରେ ସ୍ଥାପନ କରାଯିବ। ଏହା ଏକ ପାଇଲଟ୍‌ ପ୍ରୋଜେକ୍ଟ ହେବ। ଏହାର ସଫଳତା ଆଧାରରେ କୋଏମ୍ବାଟୁରରେ ଅତିକମ୍‌ରେ ଆଉ ୩୦ଟି ସ୍ମାର୍ଟ ଟ୍ରି ସ୍ଥାପନା କରାଯିବାର ଯୋଜନା ରହିଛି। ସ୍ଥାନ ଅନୁସାରେ ଗଛ ଗୁଡିକର ଡିଜାଇଲ୍‌ ଭିନ୍ନ ଭିନ୍ନ ହେବ। କିନ୍ତୁ ସେହି ସମାନ କାମ ରହିବ।

Related story