ନୂଆଦିଲ୍ଲୀ: ନିକଟରେ ପିଏମସି ବ୍ୟାଙ୍କର ଘୋଟାଲା ସାମ୍ନାକୁ ଆସିଥିଲା। ବ୍ୟାଙ୍କରେ ଆକାଉଣ୍ଟଧାରୀ ତାଙ୍କ ଜମା ଟଙ୍କା ଉଠାଇବା ନେଇ ଆରବିଆଇ କଟକଣା ଲଗାଇବା ପରେ ପିଏମସି ଗ୍ରାହକ ଅନେକ ଅସୁବିଧାର ସାମ୍ନା କରୁଛନ୍ତି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ପ୍ରତି ବ୍ୟାଙ୍କର ଆକାଉଣ୍ଟଧାରୀଙ୍କ ଜମା ଟଙ୍କା ଉପରେ ବୀମା ରାଶି ବଢ଼ାଇଛନ୍ତି। ପୂର୍ବରୁ ବିମା ରାଶି ସର୍ବାଧିକ ୧ ଲକ୍ଷ ଟଙ୍କା ରହିଥିବା ବେଳେ ଏବେ ଏହା ୫ ଲକ୍ଷକୁ ବୃଦ୍ଧି କରିଛନ୍ତି ସରକାର।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ ଆହୁରି କହିଛନ୍ତି, ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ଏଥିପାଇଁ ଆଇନକୁ ସୁଦୃଢ଼ କରାଯାଇଛି। ଏହାବାଦ ଆଇଡିବିଆଇ ବ୍ୟାଙ୍କରେ ସରକାର ନିଜର ଅଂଶଧନ ବିକ୍ରି କରିବେ।
ସୂଚନାଯୋଗ୍ୟ, ପିଏମସି ବ୍ୟାଙ୍କର ଘୋଟାଲା ସାମ୍ନାକୁ ଆସିବା ପରେ ଜନସାଧାରଣ ଜମା ଟଙ୍କା ସୁରକ୍ଷିତ ରଖିବା ପାଇଁ ବୀମା ଗ୍ୟାରେଣ୍ଟି ପାଇଁ ଦାବି କରିଥିଲେ। ଏହାବାଦ କୋର୍ଟରେ ମଧ୍ୟ ବିମା ଟଙ୍କାକୁ ନେଇ ଅନେକ ପିଆଇଏଲ ଆବେଦନ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Politics
ଦିଲ୍ଲୀ ନିର୍ବାଚନ: ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; କରାୱାଲ ନଗରରୁ ଲଢ଼ିବେ କପିଲ ମିଶ୍ରା
ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। କରାୱାଲ ନଗରରୁ କପିଲ ମିଶ୍ରା, କୋଣ୍ଡଲିରୁ ଲଢ଼ିବେ ପ୍ରିୟଙ୍କା ଗୌତମ।
Politics
ମହାରାଷ୍ଟ୍ରରେ ଭାଙ୍ଗିଲା ବିରୋଧୀ ମେଣ୍ଟ! ଏକା ଲଢ଼ିବାକୁ ଉଦ୍ଧବ ଗୋଷ୍ଠୀର ଘୋଷଣା
ଚଳିତ ବର୍ଷ ମହାରାଷ୍ଟ୍ରର ବିଭିନ୍ନ ମହାନଗର ନିଗମ, ଜିଲ୍ଲା ପରିଷଦ ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଆଉ ଦେଖିବାକୁ ମିଳିବନି ମହା ବିକାଶ ଅଘାଡ଼ି ମେଣ୍ଟ।
Politics
ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!
କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।
National
୨୨ରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା, କାହିଁକି ୧୧ରେ ପାଳନ ହେଲା ବର୍ଷ ପୂର୍ତ୍ତି ?
ଅଭିଷେକ ପରେ ରାମଲଲାଙ୍କର ଆଳତୀ କରାଯାଇ ୫୬ ଭୋଗ ଲାଗି କରାଯାଇଛି। ଭବ୍ୟ ରାମ ମନ୍ଦିରରକୁ ଫୁଲରେ ସଜ୍ଜିତ କରାଯାଇଛି।