ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ବିଭିନ୍ନ ଧାର୍ମିକ ନେତାଙ୍କୁ ଭେଟିଛନ୍ତି। ଡୋଭାଲଙ୍କ ବାସଭବନରେ ବାବା ରାମଦେବ ଏବଂ ସ୍ୱାମୀ ପରମାନନ୍ଦଙ୍କ ସମେତ ବେଶ କିଛି ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ। ଅଯୋଧ୍ୟା ରାୟ ଆସିବା ପରେ ଦେଶରେ ଶାନ୍ତି ଓ ସଦ୍ଭାବନା ଜାରି ରଖିବା ପାଇଁ ଏହି ବୈଠକ ଡକାଯାଇଥିବା ଜଣାପଡ଼ିଛି।
ଏଥିରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ, ଅବଧେଶାନନ୍ଦ ଗିରି ଏବଂ ଶିଆ ଧର୍ମଗୁରୁ ମୌଲାନା କାଲ୍ଜାୱଦ୍ ଏହି ଅବସରରେ ଯୋଗ ଦେଇଥିଲେ। ଏହି ବୈଠକରେ ଏଜେଣ୍ଡା ଥିଲା ଦେଶରେ ଶାନ୍ତି ବଜାୟ ରଖିବା।
ଏହି ଧର୍ମଗୁରୁମାନଙ୍କର ଅନୁଗାମୀଙ୍କ ସଂଖ୍ୟା ବହୁତ ହୋଇଥିବାରୁ ଏମାନଙ୍କ ଜରିଆରେ ଶାନ୍ତି ବାର୍ତ୍ତା ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାର ପ୍ରୟାସ କରିଛନ୍ତି। ଲୋକମାନେ ଧାର୍ମିକ ସମ୍ବେଦନଶୀଳ ମନ୍ତବ୍ୟ ଦେବାରୁ ବିରତ ରହିବାକୁ ମଧ୍ୟ ଏମାନେ ବାର୍ତ୍ତା ଦେବେ।