ମନ୍ତ୍ରୀ କହିଲେ, ଅଫିସ୍‌କୁ ହାଇ ହିଲ୍‌ ପିନ୍ଧି ଯିବାକୁ ପଡ଼ିବ

ନୂଆଦିଲ୍ଲୀ: ସ୍ୱାଧୀନ ଭାବେ ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି। ନିଜ ଖାଦ୍ୟପେୟ, ପୋଷାକପତ୍ର ଚୟନ କରିବା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ନିଷ୍ପତ୍ତି। ହେଲେ ଏପରି ଏକ ଦେଶ ଅଛି, ଯେଉଁଠି ମହିଳାଙ୍କ ପିନ୍ଧିବା ଉପରେ କଟକଣା ଜାରି କରୁଛି ସରକାର। ଏହାର ଦୃଢ ପ୍ରତିବାଦ କରିବାକୁ ଆଗେଇ ଆସିଛନ୍ତି ବିଭିନ୍ନ ମହିଳା ସଙ୍ଗଠନ। ଏପରି ଅବସ୍ଥା ଦେଖାଦେଇଛି ଜାପାନରେ। ଏଠାକାର ସରକାର କର୍ମଜୀବୀ ମହିଳା, ଯୁବତୀଙ୍କୁ ହାଇ ହିଲ ପିନ୍ଧିବାକୁ ବାଧ୍ୟ କରି ଆକ୍ରୋଶର ଶିକାର ହୋଇଛନ୍ତି। […]

intro-1523651645

Biswobandita Swain
  • Published: Saturday, 08 June 2019
  • , Updated: 08 June 2019, 11:30 AM IST

ନୂଆଦିଲ୍ଲୀ: ସ୍ୱାଧୀନ ଭାବେ ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି। ନିଜ ଖାଦ୍ୟପେୟ, ପୋଷାକପତ୍ର ଚୟନ କରିବା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ନିଷ୍ପତ୍ତି। ହେଲେ ଏପରି ଏକ ଦେଶ ଅଛି, ଯେଉଁଠି ମହିଳାଙ୍କ ପିନ୍ଧିବା ଉପରେ କଟକଣା ଜାରି କରୁଛି ସରକାର। ଏହାର ଦୃଢ ପ୍ରତିବାଦ କରିବାକୁ ଆଗେଇ ଆସିଛନ୍ତି ବିଭିନ୍ନ ମହିଳା ସଙ୍ଗଠନ। ଏପରି ଅବସ୍ଥା ଦେଖାଦେଇଛି ଜାପାନରେ। ଏଠାକାର ସରକାର କର୍ମଜୀବୀ ମହିଳା, ଯୁବତୀଙ୍କୁ ହାଇ ହିଲ ପିନ୍ଧିବାକୁ ବାଧ୍ୟ କରି ଆକ୍ରୋଶର ଶିକାର ହୋଇଛନ୍ତି।

ସାଧାରଣତଃ ସବୁଦିନ ହାଇ ହିଲ୍‌ ପିନ୍ଧିବା କଷ୍ଟକର। ଟିକେ ଅସାବଧାନ ହେଲେ ଗୋଡ ମୋଡି ହେବା ନିଶ୍ଚିତ। ଏଥିଯୋଗୁ ବିଭିନ୍ନ ସମସ୍ୟା ଦେଖାଦେଉଥିବାରୁ ଡାକ୍ତର ମଧ୍ୟ ଏହାକୁ ବାରଣ କରୁଛନ୍ତି। ଏପରି ସ୍ଥିତିରେ ଆପଣଙ୍କୁ ହାଇ ହିଲ୍‌ ପିନ୍ଧିବାକୁ ବାଧ୍ୟ କରାଗଲେ କିପରି ଲାଗିବ।

ଜାପାନ ସରକାର  କିନ୍ତୁ ଏହି ନିୟମ ଲାଗୁ କରିଛନ୍ତି। ଜାପାନର ଚାକିରୀ କରୁଥିବା ମହିଳାମାନେ ଅଫିସକୁ ହାଇ ହିଲ୍‌ ସ୍ୟାଣ୍ଡଲ ପିନ୍ଧି ଆସିବାକୁ ବାଧ୍ୟ କରାଯାଇଛି।  ମହିଳାଙ୍କ ହାଇ ହିଲ ପିନ୍ଧିବାକୁ ନେଇ ସେଠାକାର ସ୍ୱାସ୍ଥ୍ୟ ଓ ଶ୍ରମ ମନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟସ୍ଥଳୀରେ ମହିଳାଙ୍କ ହାଇ ହିଲ ସ୍ୟାଣ୍ଡଲ ପିନ୍ଧିବାକୁ ଏବେ ସମାଜ ସ୍ୱୀକାର କରିନେଲାଣି । ଏମିତିରେ ଅନେକ ବର୍ଷ ପରେ ଏଥିରେ ପରିବର୍ତ୍ତନ ଆଣିବା ଠିକ୍ ନୁହେଁ।

ଜାପାନ ସରକାରଙ୍କ ଏପରି ପଦକ୍ଷେପ ବିରୋଧରେ ୪ ଜୁନ୍ ପର୍ଯ୍ୟନ୍ତ ପାଖାପାଖି ୧୯ ହଜାର ଲୋକ ଏହି ପିଟିସନ୍ ଉପରେ ଦସ୍ତଖତ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି କି, ଅଫିସରେ ଡ୍ରେସକୋଡ ନାଁରେ ମହିଳାଙ୍କୁ ହାଇ ହିଲ ପିନ୍ଧିବାକୁ ବାଧ୍ୟ କରାନଯାଉ। ଏହି ପିଟିସନ୍ ଜାପାନର ସ୍ୱାସ୍ଥ୍ୟ ଓ ଶ୍ରମ ମନ୍ତ୍ରାଳୟକୁ ପଠାଯାଇଛି।

ସୂଚନା ଅନୁଯାୟୀ, ଜାପାନୀ ଅଭିନେତ୍ରୀ, ଲେଖିକା ଓ ମହିଳା ଅଧିକାରୀଙ୍କ ପାଇଁ କାମ କରୁଥିବା  ସଙ୍ଗଠନ ପକ୍ଷରୁ ଟ୍ୱିଟ୍‌ କରି ପ୍ରଥମେ ଏହି ଦାବି  କରାଯାଇଥିଲା । ତାଙ୍କ ସମର୍ଥନରେ ୬୭ ହଜାର ଲୋକ ତାଙ୍କ ଟ୍ୱିଟକୁ ଲାଇକ୍ କରି ୩୦ହଜାର ରିଟ୍ୱିଟ୍ କରିଥିଲେ।

Related story