ନୂଆଦିଲ୍ଲୀ:ସିଆରପିଏଫ୍ ଅଫିସରେ ନିଆଁ ଲାଗି ଜଣେ ଯବାନ ମୃତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଆର.କେ ପୁରମ ସେକ୍ଟରରେ ଥିବା ସିଆରପିଏଫର ଏକ ଅଫିସର ରେକର୍ଡ ରୁମରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଅଗ୍ନିକାଣ୍ଡ ଘଟି ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନଙ୍କ ନାମ ଲିଙ୍ଗମ୍ ଗୌଡ଼ା। ରେକର୍ଡ ରୁମରେ ନିଆଁ ଲାଗିବା ପରେ ସେ କେତେ ଜଣ ସାଥୀ ଯବାନଙ୍କୁ ଫୋନ୍ କରିଥିଲେ ଓ ବହୁତ ଧୂଆଁ ହୋଇଯାଇଛି ବୋଲି କହିଥିଲେ। ତା’ସହିତ ତାଙ୍କୁ ବଞ୍ଚାଇବା ପାଇଁ ମଧ୍ୟ କହିଥିଲେ। ଏହା ପରେ କିଛି […]

crpf

crpf

Rakesh Mallick
  • Published: Saturday, 25 July 2015
  • Updated: 25 July 2015, 03:27 AM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଆର.କେ ପୁରମ ସେକ୍ଟରରେ ଥିବା ସିଆରପିଏଫର ଏକ ଅଫିସର ରେକର୍ଡ ରୁମରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଅଗ୍ନିକାଣ୍ଡ ଘଟି ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନଙ୍କ ନାମ ଲିଙ୍ଗମ୍ ଗୌଡ଼ା।

ରେକର୍ଡ ରୁମରେ ନିଆଁ ଲାଗିବା ପରେ ସେ କେତେ ଜଣ ସାଥୀ ଯବାନଙ୍କୁ ଫୋନ୍ କରିଥିଲେ ଓ ବହୁତ ଧୂଆଁ ହୋଇଯାଇଛି ବୋଲି କହିଥିଲେ। ତା’ସହିତ ତାଙ୍କୁ ବଞ୍ଚାଇବା ପାଇଁ ମଧ୍ୟ କହିଥିଲେ। ଏହା ପରେ କିଛି ଲୋକ ସେଠାରେ ପହଞ୍ଚି ରୁମର କବାଟ ଖୋଲିବାକୁ ଉଦ୍ୟମ କରିଥିଲେ। ତେବେ ଧୂଆଁ ଏତେ ମାତ୍ରରେ ବ୍ୟାପି ଯାଇଥିଲା ଯେ ସେମାନଙ୍କୁ ପଛକୁ ହଟିବାକୁ ପଡ଼ିଥିଲା। ଏହା ପରେ ଘଟଣା ସ୍ଥଳରେ ୬ରୁ ଅଧିକ ନିଆଁଲିଭା ଗାଡ଼ି ଆସି ସେଠାରେ ପହଞ୍ଚିଥିଲା। ନିଆଁ ଲିଭାଇବା ପାଇଁ ଦମକଳ ବାହିନୀକୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ୩ ଘଣ୍ଟା ପରେ ଯାଇ ନିଆଁ ଲିଭା ଯାଇପାରିଥିଲା। ଲିଙ୍ଗମଙ୍କ ମୃତଦେହ ରେକର୍ଡ ରୁମର ଏକ କଂପ୍ୟୁଟର ଟେବୁଲ ତଳେ ଠାବ କରାଯାଇଥିଲା।

ନିଆଁ ଲାଗିବାର କାରଣ ସଂପର୍କରେ ଜଣାପଡ଼ିନାହିଁ। ଏହାର ତଦନ୍ତ ଚାଲିଛି। ତେବେ ଏଥିରେ ସିଆରପିଏଫର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos