ଉପରେ ବୁଲିଲା ଆମେରିକାର ଲଢ଼ୁଆ ବିମାନ, ଜଳକା ସାଜିଲା ଚୀନ୍
ନୂଆଦିଲ୍ଲୀ: ଦକ୍ଷିଣ ଚୀନ ସମୁଦ୍ରରେ ଆମେରିକା ଯୁଦ୍ଧାଭ୍ୟାସ ଜାରି ରଖିଛି। ଆମେରିକାର ନୌସେନା ଜୋରଦାର ଯୁଦ୍ଧାଭ୍ୟାସ ଜାରି ରଖିଛି। ଚୀନ ଏହାକୁ ନେଇ ଆମେରିକାକୁ ଚେତାବନୀ ଦେଇଛି। ହେଲେ ଆମେରିକା ଖାତିର ନକରି ୧୧ଟି ଫାଇଟର ଜେଟକୁ ସାଉଥ ଚାଇନାର ବିବାଦୀୟ ଅଞ୍ଚଳରେ ଉଡ଼ାଇଛି। ଆମେରିକାର ଏହି ଖୋଲା ଶକ୍ତି ପ୍ରଦର୍ଶନକୁ ବିରୋଧ କରିଛି ବେଜିଂ। ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସର ଏ ନେଇ ରିପୋର୍ଟ ପ୍ରକାଶ ପାଇଛି।
The US has ulterior motives by intentionally sending huge military forces into South China Sea to hold large-scale drills. The US has been sowing discords among countries in the region, pushing for South China Sea militarization and sabotaging peace and stability there: FM pic.twitter.com/xpuvOtumll
— Global Times (@globaltimesnews) July 6, 2020
ଆମେରିକାର ଯେଉଁ ବିମାନ ଯୁଦ୍ଧାଭ୍ୟାସ କରିଛି ସେହି ବିମାନର ନାମ ବି-୫୨ଏଚ ରହିଛି। ଏହି ଲଢ଼ୁଆ ବିମାନ ପରମାଣୁ ବୋମା ନେଇ ଉଡ଼ି ପାରିବାର କ୍ଷମତା ରଖିଛି। ବି-୫୨ଏଚର ୧୧ଟି ଲଢ଼ୁଆ ବିମାନ ବିବାଦୀୟ ଦକ୍ଷିଣ ଚୀନ ସମୁଦ୍ରରେ ରବିବାର ପଇଁତରା ମାରିଛି। ଆମେରିକା ଏଭଳି ଯୁଦ୍ଧାଭ୍ୟାସ କରି ସୀମାରେ ଶକ୍ତି ପ୍ରଦର୍ଶନ କରୁଛି ବୋଲି ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଚୀନ୍ ଦକ୍ଷିଣ ଚୀନ୍ ସୀମା ସମୁଦ୍ରରେ ନିଜର ପତିଆରା ଜାହିର କରିବାକୁ ଲକ୍ଷ୍ୟ ରଖିଛି। ଆମେରିକା, ଭାରତ ଆଦି ଦେଶ ସହ ଚୀନର ବିବାଦ ବଢ଼ିବା ପରେ ଚୀନ୍ ଦକ୍ଷିଣ ସମୁଦ୍ର ସୀମାରେ ବୁଡ଼ା ଜାହାଜ, ସେନା ଆଦି ମୁତୟନ କରିଛି। ଯାହାକୁ ବିରୋଧ କରି କାଉଣ୍ଟର କରିବା ପାଇଁ ମଧ୍ୟ ଆମେରିକା ଅଣ୍ଟା ଭିଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।