କରୋନା ଯୋଗୁ ଗୋଟିଏ ଦିନରେ ଦେଶରେ ଗଲା ୩୨ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୭୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ଏହି ଭାଇରସ ଯୋଗୁ ୩୨ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆଜି ମହାରାଷ୍ଟ୍ରରେ ୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ସେଠାକାର ସରକାର ସ୍ପଷ୍ଟ କରିଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୨ରେ ପହଞ୍ଚି […]

dx

Hemant Lenka
  • Published: Wednesday, 08 April 2020
  • , Updated: 08 April 2020, 08:16 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୭୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ଏହି ଭାଇରସ ଯୋଗୁ ୩୨ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଆଜି ମହାରାଷ୍ଟ୍ରରେ ୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ସେଠାକାର ସରକାର ସ୍ପଷ୍ଟ କରିଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୨ରେ ପହଞ୍ଚି ଯାଇଛି। ହେଲେ କେନ୍ଦ୍ର ସରକାର ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୪ ବୋଲି ଦର୍ଶାଇଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ ମୃତ୍ୟୃ ଘଟିବା ଦେଶରେ ପ୍ରଥମ।

ଆଜି କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ରେ ଆଉ ୭୭୩ ଜଣ ଆକ୍ରାନ୍ତ ହେବା ପରେ ଦେଶରେ ରୋଗୀଙ୍କ ସଂଖ୍ୟା ୫ ହଜାର ୨୭୪କୁ ବୃଦ୍ଧି ପାଇଛି। ସେହିପରି ୩୨ ଜଣଙ୍କ ମୃତ୍ୟୁ ଘଟିବା ପରେ ଏଯାଏ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୪୯ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୪୧୧ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କରୋନା ଦ୍ୱାରା ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୮ ପହଞ୍ଚି ଥିବାବେଳେ ମୃତ୍ୟୁସଂଖ୍ୟା ୬୪ ରହିଛି। ହେଲେ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୫ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୭୨ରେ ପହଞ୍ଚିଛି। ଆଜି ଗୋଟିଏ ଦିନରେ ୧୧୭ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ଘଟିଛି।

ମହାରାଷ୍ଟ୍ର ପରେ କେରଳରେ ୩୩୬, ଦିଲ୍ଲୀରେ ୫୭୬, ଆନ୍ଧ୍ର ପ୍ରଦେଶରେ ୩୦୫, ଗୁଜରାଟରେ ୧୬୫, ହରିଆଣାରେ ୧୪୭, ଜମ୍ମୁ-କଶ୍ମୀରରେ ୧୧୬, କର୍ଣ୍ଣାକଟାରେ ୧୭୫, ମଧ୍ୟପ୍ରଦେଶରେ ୨୨୯, ଓଡ଼ିଶାରେ ୪୨, ପଞ୍ଜାବରେ ୯୧, ରାଜସ୍ଥାନରେ ୩୨୮, ତାମିଲନାଡୁରେ ୬୯୦, ତେଲେଙ୍ଗାନାରେ ୪୨୭, ଉତ୍ତର ପ୍ରଦେଶରେ ୩୪୩ ଓ ପଶ୍ଚିମବଙ୍ଗରେ ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ମହାମାରୀ ବ୍ୟାପିଛି।

Related story