ମୁମ୍ୱାଇ ଦଳାଚକଟା: ମୃତକଙ୍କ ମଥାରେ ନମ୍ବର ଲେଖାକୁ ନେଇ ତୀବ୍ର ଅସନ୍ତୋଷ

ମୁମ୍ୱାଇ: ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍‌ରେ ଗତକାଲି ହୋଇଥିବା ଦଳାଚକଟାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କୁ ଚିହ୍ନଟ କରିବା ପାଇଁ ସେମାନଙ୍କ ମୁଣ୍ଡରେ ନମ୍ବର ଲେଖାଯିବାକୁ ନେଇ କେଇଏମ୍ ଡାକ୍ତରଖାନାରେ ଉତ୍ତେଜନା ଦେଖାଯାଇଛି। ମେଡିକାଲ କର୍ତ୍ତୃପକ୍ଷ ମୃତକଙ୍କର ଫଟୋ ଏକ ବୋର୍ଡରେ ଲଗାଇଛନ୍ତି। ଫଟୋରେ ମୃତକଙ୍କ ମୁଣ୍ଡରେ ନମ୍ବରିଂ କରାଯାଇଛି। ମୃତକଙ୍କ ଫଟୋକୁ ଏମିତି ସାର୍ବଜନୀନ କରିବା ଓ ସେମାନଙ୍କ ମଥାରେ ନମ୍ବର ଲେଖିବାକୁ ନେଇ ସେମାନଙ୍କ ସଂପର୍କୀୟମାନେ ଅସନ୍ତୋଷ […]

mumbai

mumbai

Rakesh Mallick
  • Published: Saturday, 30 September 2017
  • , Updated: 30 September 2017, 08:53 AM IST

ମୁମ୍ୱାଇ: ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍‌ରେ ଗତକାଲି ହୋଇଥିବା ଦଳାଚକଟାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କୁ ଚିହ୍ନଟ କରିବା ପାଇଁ ସେମାନଙ୍କ ମୁଣ୍ଡରେ ନମ୍ବର ଲେଖାଯିବାକୁ ନେଇ କେଇଏମ୍ ଡାକ୍ତରଖାନାରେ ଉତ୍ତେଜନା ଦେଖାଯାଇଛି।

ମେଡିକାଲ କର୍ତ୍ତୃପକ୍ଷ ମୃତକଙ୍କର ଫଟୋ ଏକ ବୋର୍ଡରେ ଲଗାଇଛନ୍ତି। ଫଟୋରେ ମୃତକଙ୍କ ମୁଣ୍ଡରେ ନମ୍ବରିଂ କରାଯାଇଛି। ମୃତକଙ୍କ ଫଟୋକୁ ଏମିତି ସାର୍ବଜନୀନ କରିବା ଓ ସେମାନଙ୍କ ମଥାରେ ନମ୍ବର ଲେଖିବାକୁ ନେଇ ସେମାନଙ୍କ ସଂପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

600

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏପରି ପଦକ୍ଷେପକୁ ସୋସିଆଲ ମିଡିଆରେ ମଧ୍ୟ ନିନ୍ଦା କରାଯାଇଛି। ଜଣେ ବ୍ୟକ୍ତି ଟ୍ୱିଟ୍‌ କରିଛନ୍ତି,“ଦଳାଚକଟା ଘଟଣା ଯେତିକି ଦୁଃଖଦାୟକ, ହସ୍ପିଟାଲ କର୍ତ୍ତୃପକ୍ଷ ମୃତକଙ୍କୁ ଦେଇଥିବା ସମ୍ମାନ ତା’ଠାରୁ ଆହୁରି ଅଧିକ ଦୁଃଖଦପୂର୍ଣ୍ଣ।”

ତେବେ କେଇଏମ୍ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ନିଷ୍ପତ୍ତିକୁ ଠିକ୍ ବୋଲି କହିଛନ୍ତି। ମୃତକଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରିତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସେମାନେ କହିଛନ୍ତି।

Related story