କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟରେ ଓବିସି ବର୍ଗଙ୍କୁ ମଧ୍ୟ ମିଳିବ ସଂରକ୍ଷଣ

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟରେ ଆଡମିଶନ୍‌ ନେବା କେତେ ଯେ ଡିମାଣ୍ଡ ତାହା ଅଙ୍ଗେ ନିଭାଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ହିଁ କହିପାରିବେ। ମାତ୍ର କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ ବର୍ତ୍ତମାନ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ବର୍ଗ ପାଇଁ ଏହା ଆହୁରି ସହଜ ହୋଇଯାଇଛି। କାରଣ ବର୍ତ୍ତମାନ ଆଡମିଶନ୍‌ କ୍ଷେତ୍ରରେ ସେମାନଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ରହିବ। ଆସନ୍ତା ଶିକ୍ଷାବର୍ଷ ପାଇଁ ବା ୨୦୨୦-୨୧ ଶିକ୍ଷାବର୍ଷ […]

kv

Subrat Kumar Nayak
  • Published: Wednesday, 18 December 2019
  • , Updated: 18 December 2019, 10:46 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟରେ ଆଡମିଶନ୍‌ ନେବା କେତେ ଯେ ଡିମାଣ୍ଡ ତାହା ଅଙ୍ଗେ ନିଭାଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ହିଁ କହିପାରିବେ। ମାତ୍ର କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ ବର୍ତ୍ତମାନ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ବର୍ଗ ପାଇଁ ଏହା ଆହୁରି ସହଜ ହୋଇଯାଇଛି। କାରଣ ବର୍ତ୍ତମାନ ଆଡମିଶନ୍‌ କ୍ଷେତ୍ରରେ ସେମାନଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ରହିବ।

ଆସନ୍ତା ଶିକ୍ଷାବର୍ଷ ପାଇଁ ବା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଛାତ୍ର ଛାତ୍ରୀମାନେ ଏହି ସୁବିଧା ପାଇପାରିବେ। ଏହି ବିଦ୍ୟାଳୟମାନଙ୍କରେ ୨୭% ଆସନ ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯିବ। ପୂର୍ବରୁ ସେମାନେ ଏହି ସଂରକ୍ଷଣରୁ ବଞ୍ଚିତ ହେଉଥିଲେ।

ମାନବିକ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, “ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ମତ ଅନୁଯାୟୀ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ତଥା କେଭି ଓ ଜେଏନ୍‌ଭି ସମ୍ପର୍କିତ ସିଇଆଇ ଆଇନ ୨୦୦୬ ଅନୁଯାୟୀ ଏସବୁ ବିଦ୍ୟାଳୟରେ ଓବିସି ଛାତ୍ରଛାତ୍ରୀଙ୍କୁ ଆଡମିଶନ୍‌ କ୍ଷେତ୍ରରେ ସଂରକ୍ଷଣ ଲାଗୁ ହେବ। ମନ୍ତ୍ରଣାଳୟ ଓବିସି ଷ୍ଟୁଡେଣ୍ଟସ୍‌ଙ୍କୁ ଏସବୁ ଫାଇଦାର ସମ୍ପ୍ରସାରଣ ପାଇଁ ମଞ୍ଜୁରୀ ଦେଇଛନ୍ତି।”

Related story