ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ଓଡ଼ିଆ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି। ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଡାକ୍ତରଙ୍କ ନାମ ଅଶ୍ୱିନୀ କୁମାର ପ୍ରତାପ। ୩୯ ବର୍ଷୀୟ ଏହି ଡାକ୍ତର ଦିଲ୍ଲୀ ସ୍ଥିତ ନ୍ୟାଶନାଲ ହେଲଥ ସିଷ୍ଟମ ରିସୋର୍ସେସ ସେଣ୍ଟର (ଏନଏଚଏସଆରସି)ରେ କାର୍ଯ୍ୟରତ ଥିଲେ। ମୃତ ଡାକ୍ତରଙ୍କ ଘର ବାଙ୍କୀ। ସେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଏମବିବିଏସ ସହିତ କମ୍ୟୁନିଟି ମେଡିସିନ ଉପରେ ପିଜି କରିଥିଲେ। ତାଙ୍କର ସ୍ତ୍ରୀ ଏବଂ […]

COrona-7-2-1

Subhransu Sekhar
  • Published: Saturday, 20 June 2020
  • , Updated: 20 June 2020, 08:10 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ଓଡ଼ିଆ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି। ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଡାକ୍ତରଙ୍କ ନାମ ଅଶ୍ୱିନୀ କୁମାର ପ୍ରତାପ। ୩୯ ବର୍ଷୀୟ ଏହି ଡାକ୍ତର ଦିଲ୍ଲୀ ସ୍ଥିତ ନ୍ୟାଶନାଲ ହେଲଥ ସିଷ୍ଟମ ରିସୋର୍ସେସ ସେଣ୍ଟର (ଏନଏଚଏସଆରସି)ରେ କାର୍ଯ୍ୟରତ ଥିଲେ।

ମୃତ ଡାକ୍ତରଙ୍କ ଘର ବାଙ୍କୀ। ସେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଏମବିବିଏସ ସହିତ କମ୍ୟୁନିଟି ମେଡିସିନ ଉପରେ ପିଜି କରିଥିଲେ। ତାଙ୍କର ସ୍ତ୍ରୀ ଏବଂ ତିନି ବର୍ଷୀୟ ଯାଁଳା ଛୁଆ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ଏହି ତିନି କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି।

ଜୁନ ୧୬ରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସେ ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ଡାକ୍ତର ଅଶ୍ୱିନୀ ଡାଇବେଟିସରେ ଆକ୍ରାନ୍ତ ଥିବାରୁ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଥିଲା। ଶୁକ୍ରବାର ତାଙ୍କର କରୋନା ଟେଷ୍ଟ ହୋଇଥିଲା ସେଥିରେ ପୁଣିଥରେ ରେଜଲ୍ଟ ପଜିଟିଭ୍ ଆସିଥିଲା। ଏହାପରେ ଆଜି ସକାଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହାପରେ ସକାଳ ୧୧ଟାରେ ଏହି ଓଡ଼ିଆ ଡାକ୍ତର ଶେଶ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି।

Related story