- Videos
- National
- ମନ୍ଦିରରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
ମନ୍ଦିରରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
- Published: Friday, 15 September 2017
- , Updated: 15 September 2017, 08:37 PM IST
<p>ମଥୁରା/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତରପ୍ରଦେଶ ମଥୁରାର ପ୍ରସିଦ୍ଧ ରାଧାରାଣୀ ମନ୍ଦିରରେ ଜଣେ ଓଡିଆ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମନ୍ଦିରରେ ଥିବା ସିସିଟିଭି କ୍ୟାମେରାର ଫୁଟେଜରୁ ମହିଳା ଙ୍କୁ ଜଣେ ବ୍ୟକ୍ତି ବଳପୂର୍ବକ ଉଠେଇ ନେଇଯିବାର ଦୃଶ୍ୟ କଏଦ ହୋଇଛି।</p>
<p>ଗତ ସୋମବାର ମହିଳା ଜଣକ ମନ୍ଦିରରେ ରହିଥିଲେ। ରାତିରେ ମନ୍ଦିରର ରୋଷେୟା ଓ ଚୌକିଦାର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣଙ୍କ ଥନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ପରେ ଦୁଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।</p>