ଆନ୍ଧ୍ରପ୍ରଦେଶରେ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ !  

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ି): ଆନ୍ଧ୍ରପ୍ରଦେଶର ପାଲନାଡ଼ୁ ଜିଲା ଅନ୍ତର୍ଗତ ଗୁରୁଜାଲା ରେଲୱେ ଷ୍ଟେସନରେ ଜଣେ  ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାରା ଗୁଣ୍ଟୁର ଓ ପାଲନାଡ଼ୁ ଜିଲାରେ ହଇଚଇ ସୃଷ୍ଟି କରିଛି। ପୂର୍ବରୁ ଗୁରୁଜାଲା ରେଲୱେ ଷ୍ଟେସନ ଗୁଣ୍ଟୁର ଅଧିନରେ ଥିଲା। କିନ୍ତୁ ଚଳିତ ମାସ ଆନ୍ଧ୍ରପ୍ରଦେଶରେ ଜିଲ୍ଲା ବିଭାଜନ ପରେ ବର୍ତ୍ତମାନ ଏହା ପାଲନାଡ଼ୁ ଜିଲ୍ଲୀ ଅଧୀନକୁ ଆସିଛି। ପ୍ରାରମ୍ଭିକ ସୂଚନା ଅନୁଯାଇ, ଗତକାଲି ରାତିରେ ପୀଡିତ ମହିଳା ଜଣକ […]

Stop Rape

Tapas Behera
  • Published: Saturday, 16 April 2022
  • , Updated: 16 April 2022, 08:48 PM IST

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ି): ଆନ୍ଧ୍ରପ୍ରଦେଶର ପାଲନାଡ଼ୁ ଜିଲା ଅନ୍ତର୍ଗତ ଗୁରୁଜାଲା ରେଲୱେ ଷ୍ଟେସନରେ ଜଣେ  ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାରା ଗୁଣ୍ଟୁର ଓ ପାଲନାଡ଼ୁ ଜିଲାରେ ହଇଚଇ ସୃଷ୍ଟି କରିଛି। ପୂର୍ବରୁ ଗୁରୁଜାଲା ରେଲୱେ ଷ୍ଟେସନ ଗୁଣ୍ଟୁର ଅଧିନରେ ଥିଲା। କିନ୍ତୁ ଚଳିତ ମାସ ଆନ୍ଧ୍ରପ୍ରଦେଶରେ ଜିଲ୍ଲା ବିଭାଜନ ପରେ ବର୍ତ୍ତମାନ ଏହା ପାଲନାଡ଼ୁ ଜିଲ୍ଲୀ ଅଧୀନକୁ ଆସିଛି।

ପ୍ରାରମ୍ଭିକ ସୂଚନା ଅନୁଯାଇ, ଗତକାଲି ରାତିରେ ପୀଡିତ ମହିଳା ଜଣକ ନିଜର ୩ ବର୍ଷର ଶିଶୁପୁତ୍ର ସହ ଗୁରୁଜାଲା ରେଲୱେ ଷ୍ଟେସନରେ ପହଂଚିଥିଲେ। ଏହି ଷ୍ଟେସନରେ କେବଳ ଗୋଟିଏ ଲୋକାଲ ଟ୍ରେନ ଅଟକିଥାଏ। ଯାହା ସକାଳ ୫ ଟାରୁ ୬ ଘଣ୍ଟା ମଧ୍ୟରେ ଏଠାକୁ ଆସିଥାଏ। ମହିଳା ଜଣକ ଏହି ଟ୍ରେନରେ ଯାତ୍ରା କରିବା ପାଇଁ ରାତିରେ ଷ୍ଟେସନରେ ପହଁଚିଥିବା ଅନୁମାନ କରାଯାଉଛି।

ସକାଳେ ମର୍ଣ୍ଣି ୱାକରେ ଯାଉଥିବା କିଛି ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଜଣକୁ ଓ ତାଙ୍କ ଶିଶୁପୁତ୍ରକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ମହିଳା ଜଣକ ଓଡ଼ିଶାର ହୋଇଥିବା ବେଳେ ତାଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡିଛି। ମହିଳା ଜଣକର ପରିଚୟ ଦେଇପାରୁନାହାନ୍ତି । ମହିଳା ଜଣକୁ ୨ ଜଣ ଦୁଷ୍କର୍ମ କରିଥିବା ଡାକ୍ତରଙ୍କୁ କହିଛନ୍ତି।  ମହିଳା ଜଣକ ଗୁରୁତର ଥିବା ଜଣାପଡିଛି। ତାଙ୍କ ଶିଶୁ ପୁତ୍ରକୁ ହସ୍ପିଟାଲ କର୍ମଚାରୀ ମାନେ ନିଜ ପାଖରେ ରଖିଥିବା ସୂଚନା ମିଳିଛି। ତେବେ ମହିଳା ଜଣକ କୌଣସି ଇଟା ଭାଟିରେ କାର୍ଯ୍ୟ କରୁଥିବା ପୁଲିସ ଅନୁମାନ କରୁଛି।

Related story