ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆରଟିଆଇ ଅଧୀନରେ ଆସିବ କି? ଆସନ୍ତାକାଲି ଶୁଣାଣି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧୀକାର ଆଇନ୍ ଅଧୀନରେ ଆସିବ କି? ଆସନ୍ତାକାଲି ସୁପ୍ରିମକୋର୍ଟ ଏ ନେଇ ରାୟ ଶୁଣାଣି କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଏହି ଖଣ୍ଡପୀଠରେ ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ଡିଆୟି ଚନ୍ଦ୍ରଚୁଡ, ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା ରହିଛନ୍ତି। ଜାନୁଆରୀ ୨୦୧୦ରେ ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଶୁଣାଣି କରିଥିଲେ। ଯାହାକୁ […]

supreme

Subhransu Sekhar
  • Published: Tuesday, 12 November 2019
  • , Updated: 13 November 2019, 10:49 AM IST

ନୂଆଦିଲ୍ଲୀ: ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧୀକାର ଆଇନ୍ ଅଧୀନରେ ଆସିବ କି? ଆସନ୍ତାକାଲି ସୁପ୍ରିମକୋର୍ଟ ଏ ନେଇ ରାୟ ଶୁଣାଣି କରିବେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଏହି ଖଣ୍ଡପୀଠରେ ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ଡିଆୟି ଚନ୍ଦ୍ରଚୁଡ, ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା ରହିଛନ୍ତି।

ଜାନୁଆରୀ ୨୦୧୦ରେ ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଶୁଣାଣି କରିଥିଲେ। ଯାହାକୁ ସୁପ୍ରିମକୋର୍ଟର ମହାସଚିବ ଚ୍ୟାଲେଞ୍ଜ କରିଛନ୍ତି ସୁପ୍ରିମକୋର୍ଟରେ। ସୂଚନାଯୋଗ୍ୟ, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧୀକାର ଆଇନ ଅଧୀନରେ ଆସିବା ଦରକାର ବୋଲି ସେତେବେଳେ ଦିଲ୍ଲୀ ହାଇକୋର୍ଟ କହିଥିଲେ।

ଏପ୍ରିଲ ୪ରେ ଏହି ପ୍ରସଙ୍ଗରେ ଶୁଣାଣି କରି ପ୍ରଧାନ ବିଚାରପତି ରାୟ ସଂରକ୍ଷିତ ରଖିଥିଲେ। ସେତେବେଳେ ଜଷ୍ଟିସ ଗୋଗୋଇ ହୃଦବୋଧ କରିଥିଲେ ଯେ, ସ୍ୱଚ୍ଛତା ଆଳରେ ନ୍ୟାୟିକ ପ୍ରକ୍ରିୟାର ଗାରିମା ନଷ୍ଟ କରିବା ଠିକ୍ ନୁହେଁ।

ନଭେମ୍ୱର ୨୦୦୭ରେ ଆରଟିଆଇ କର୍ମୀ ସୁବାଷ ଚନ୍ଦ୍ର ଅଗ୍ରଓ୍ୱାଲ୍ ପ୍ରଥମେ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ବାବଦରେ ଜାଣିବା ପାଇଁ ସୂଚନା ଅଧୀକାର ଆଇନରେ ମାଗିଥିଲେ। ହେଲେ ଏହା ଖାରଜ ହୋଇଯାଇଥିଲା। ପରେ ଶ୍ରୀ ଅଗ୍ରଓ୍ୱାଲ୍ କେନ୍ଦ୍ର ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଅଧୀକାର ଆଇନ ଅଧୀନରେ ଆସୁ ବୋଲି ନିବେଦନ କରିଥିଲେ। ଯାହାକୁ ଅନୁମତି ଦେଇଥିଲେ କେନ୍ଦ୍ର ସୂଚନା କମିଶନର। ଏହାପରେ ଜାନୁଆରୀ ୨୦୦୯ରେ ଦିଲ୍ଲୀ ହାଇକୋର୍ଟରେ ଏହି ପ୍ରସଙ୍ଗରେ ଆବେଦନ ହୋଇଥିଲା।

Related story