ନୂଆଦିଲ୍ଲୀ: ଦେଶର ଉଚ୍ଚ ସଦନ ବା ରାଜ୍ୟସଭା ଭିତରେ କରୋନା ପ୍ରବେଶ କରିଛି। ରାଜ୍ୟସଭା ସଚିବାଳୟର ଜଣେ ଅଫିସର ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଅଫିସରଙ୍କ ସହ ତାଙ୍କ ପତ୍ନୀ ଓ ପିଲାଙ୍କୁ ମଧ୍ୟ କରୋନା ସଂକ୍ରମିତ କରିଛି।
ପାର୍ଲାମେଣ୍ଟ ହାଉସ ଆନେକ୍ସ ବଲଡିଂର ପ୍ରଥମ ମହଳାରେ ଏହି ଅଫିସର ଜଣଙ୍କ କାର୍ଯ୍ୟ କରୁଥିଲେ। ଗତକାଲି ବି ସେ ଅଫିସ ଆସିଥିଲେ। ତେବେ ଆଜି ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।
ଏହାପରେ ସଂସଦର ଦୁଇ ଫ୍ଲୋରକୁ ସିଲ କରାଯିବା ସହ ସାନି ଟାଇଜ କରାଯାଇଛି। ସେହିପରି ଅଫିସର ଓ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ପ୍ରଶାସନ ପକ୍ଷରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।