୧୬ ଦିନ ପରେ ତେଲ ଦର କମିଲା; ହେଲେ ୬୦ ନୁହେଁ, ଏକ ପଇସା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ୧୬ ଦିନ ପରେ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର ପ୍ରଥମ ଥର ପାଇଁ ହ୍ରାସ ପାଇଛି। ତେବେ ଏହି ହ୍ରାସ କାହାକୁ ଖୁସି କଲା ଭଳି ନୁହେଁ। କାରଣ ଲିଟର ପିଛା ମାତ୍ର ୧ ପଇସା କମିଛି। ଆଜି ସକାଳେ ତୈଳ କଂପାନୀଗୁଡ଼ିକ ପକ୍ଷରୁ ତଥ୍ୟ ଜାରି କରି କୁହାଯାଇଥିଲା ଯେ ପେଟ୍ରୋଲ ଲିଟର ପିଛା ୬୦ ପଇସା ହ୍ରାସ କରାଯାଇଥିବା ବେଳେ ଡିଜେଲ୍ ଦର ୫୬ ପଇସା […]

petrol

Rakesh Mallick
  • Published: Wednesday, 30 May 2018
  • , Updated: 30 May 2018, 01:10 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ୧୬ ଦିନ ପରେ ଆଜି ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର ପ୍ରଥମ ଥର ପାଇଁ ହ୍ରାସ ପାଇଛି। ତେବେ ଏହି ହ୍ରାସ କାହାକୁ ଖୁସି କଲା ଭଳି ନୁହେଁ। କାରଣ ଲିଟର ପିଛା ମାତ୍ର ୧ ପଇସା କମିଛି। ଆଜି ସକାଳେ ତୈଳ କଂପାନୀଗୁଡ଼ିକ ପକ୍ଷରୁ ତଥ୍ୟ ଜାରି କରି କୁହାଯାଇଥିଲା ଯେ ପେଟ୍ରୋଲ ଲିଟର ପିଛା ୬୦ ପଇସା ହ୍ରାସ କରାଯାଇଥିବା ବେଳେ ଡିଜେଲ୍ ଦର ୫୬ ପଇସା କମିଛି। କିନ୍ତୁ ଏହି ତଥ୍ୟ ଦେବାର ପ୍ରାୟ ଏକ ଘଣ୍ଟା ପରେ କୁହାଗଲା ଯେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୧ ପଇସା ହ୍ରାସ ପାଇଛି ଏବଂ ବୈଷୟିକ ତ୍ରୁଟି ଯୋଗୁଁ ସକାଳେ ଭୁଲ୍ ତଥ୍ୟ ଚାଲିଯାଇଥିଲା।

ଇଣ୍ଡିଆନ ଅଏଲ କମ୍ପାନୀର ୱେବସାଇଟ୍‌ରେ ଆଜି ସକାଳେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ନେଇ ସୂଚନା ଦିଆଯାଇଥିଲା। ଏଥିରେ ଲେଖାଥିଲା ଯେ ପେଟ୍ରୋଲରେ ଲିଟର ପିଛା ୬୦ ପଇସା ଓ ଡିଜେଲ୍‌ରେ ଲିଟର ପିଛା ୫୬ ପଇସାକୁ କମାଇ ଦିଆଯାଇଛି। ହେଲେ କମ୍ପାନୀ ୧ଘଣ୍ଟା ମଧ୍ୟରେ ଏହାକୁ ବଦଳାଇ ଦେଇଥିଲା।

ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୮ ଟଙ୍କା ୪୨ ପଇସା ରହିଛି। ଗତକାଲି ଏହା ୭୮ ଟଙ୍କା ୪୩ ପଇସା ଥିଲା। ସେହିପରି ମୁମ୍ବାଇରେ ଆଜି ଏହି ଦର ୮୬ ଟଙ୍କା ୨୩ ପଇସା ରହିଥିବା ବେଳେ କୋଲକୋତାରେ ୮୧ ଟଙ୍କା ୦୫ ପଇସା ଓ ଚେନ୍ନାଇରେ ୮୧ ଟଙ୍କା ୪୨ ପଇସା ରହିଛି।

ସେହିଭଳି ଦିଲ୍ଲୀରେ  ଡିଜେଲ ଦର ଲିଟର ପିଛା ୬୯ ଟଙ୍କା ୩୦ ପଇସା ରହିଥିବା ହୋଇଥିବା ବେଳେ  ମୁମ୍ବାଇରେ ୭୩ ଟଙ୍କା ୭୮ ପଇସା, କୋଲକାତାରେ ୭୧ ଟଙ୍କା ୮୫ ପଇସା ଓ ଚେନ୍ନାଇରେ ୭୩ ଟଙ୍କା ୧୭ ପଇସା ରହିଛି।

 

Related story