ପଚରାଉଚରା ପାଇଁ ଡାକିଥିଲା ପୁଲିସ୍‌, ଥାନାରେ ଝୁଲି ପଡ଼ିଲେ ମହିଳା

ଅହମ୍ମଦାବାଦ: ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି ।  ସ୍ୱାମୀ ଥାଉ ଥାଉ ପର ପୁରୁଷ ସହ ପ୍ରେମ ସମ୍ପର୍କରେ ମାତିଥିଲେ ମହିଳା । ଏନେଇ ଏକ ମାମଲାରେ ପୁଲିସ୍‌ ତାଙ୍କୁ ଥାନାକୁ ପଚରାଉଚରା ପାଇଁ ଡାକିଥିବା ବେଳେ ସେଠାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ସମ୍ପୃକ୍ତା ମହିଳା । ଏପରି ଅଭାବନୀୟ ଘଟଣା ଗୁଜରାଟର ରାଜକୋଟ ଅଞ୍ଚଳରେ ଘଟିଛି। ମୃତ ୩୬ ବର୍ଷୀୟା ମହିଳାଜଣଙ୍କ ପରିବାରବର୍ଗଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଛି। ଡେପୁଟି ପୁଲିସ୍‌ କମିଶନର କହିଛନ୍ତି […]

DeadBody

DeadBody

Niharika Rout
  • Published: Monday, 23 May 2022
  • Updated: 23 May 2022, 09:49 AM IST

Sports

Latest News

ଅହମ୍ମଦାବାଦ: ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି ।  ସ୍ୱାମୀ ଥାଉ ଥାଉ ପର ପୁରୁଷ ସହ ପ୍ରେମ ସମ୍ପର୍କରେ ମାତିଥିଲେ ମହିଳା । ଏନେଇ ଏକ ମାମଲାରେ ପୁଲିସ୍‌ ତାଙ୍କୁ ଥାନାକୁ ପଚରାଉଚରା ପାଇଁ ଡାକିଥିବା ବେଳେ ସେଠାରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ସମ୍ପୃକ୍ତା ମହିଳା । ଏପରି ଅଭାବନୀୟ ଘଟଣା ଗୁଜରାଟର ରାଜକୋଟ ଅଞ୍ଚଳରେ ଘଟିଛି। ମୃତ ୩୬ ବର୍ଷୀୟା ମହିଳାଜଣଙ୍କ ପରିବାରବର୍ଗଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଛି।

ଡେପୁଟି ପୁଲିସ୍‌ କମିଶନର କହିଛନ୍ତି ଯେ,  ମହିଳାଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ଅନ୍ୟତ୍ର ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏହାପରେ ଧାରୁଆ ଅସ୍ତ୍ରରେ ନିଜକୁ ଆଘାତ ପହଞ୍ଚାଇବା ମାମଲାରେ ପୁଲିସ୍‌ ପଚରାଉଚରା ପାଇଁ ତାଙ୍କୁ ଶନିବାର ସନ୍ଧ୍ୟାରେ ଡାକିଥିଲା। ଉକ୍ତ ସମୟରେ ତାଙ୍କ ପ୍ରେମିକ ବି ତାଙ୍କ ସହ ଉପସ୍ଥିତ ଥିଲେ। ହେଲେ ଏ ନେଇ ତାଙ୍କ ସ୍ୱାମୀଙ୍କ ପାଖରେ କିଛି ସୂଚନା ନ ଥିଲା।

ଅନ୍ୟତ୍ର ପ୍ରେମ ସମ୍ପର୍କ ବିଷୟରେ ସ୍ୱାମୀ ଜାଣିଯିବେ ଭାବି ମହିଳାଜଣକ ଶନିବାର ରାତିରେ ଘରକୁ ଫେରିବାକୁ ରାଜି ହୋଇ ନ ଥିଲେ। ଫଳରେ ସେ ଥାନାରେ ଅଟକିଥିଲେ। ରବିବାର ସକାଳେ ଶୌଚାଳୟ ଯାଇଥିବା ବେଳେ ବହୁତ ସମୟ ପର୍ଯ୍ୟନ୍ତ ଫେରି ନ ଥିଲେ। ଏହାପରେ ଖୋଜାଖୋଜି କରିବାରୁ ଶୌଚାଳୟ ଭିତରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

ଏନେଇ ମହିଳାଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ବରିଷ୍ଠ ପୁଲିସ୍‌ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos