ଓମାର ଅବଦୁଲ୍ଲାଙ୍କ ବିରୋଧରେ ପିଏସଏ ଲାଗୁ ନେଇ ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ନୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବିରୋଧରେ କେନ୍ଦ୍ର ସରକାର ପିଏସଏ ଲାଗୁ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଓମାରଙ୍କ ଭଉଣୀ ସାରା ଅବଦୁଲ୍ଲା ପାଇଲଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସାରାଙ୍କ ତରଫରୁ କୋର୍ଟରେ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା କପିଲ ଶିବଲ ମାମଲା ଲଢ଼ିବେ। ଆବେଦନର ଶୀଘ୍ର ଶୁଣାଣି ପାଇଁ ଦାବି କରାଯାଇଛି ହେଲେ କୋର୍ଟ ବିଚାର କରି କହିବେ ବୋଲି କହିଛନ୍ତି। ଓମାର ଅବଦୁଲ୍ଲା ୫ ଅଗଷ୍ଟ […]

Omar-abdullah

Omar-abdullah

Subhransu Sekhar
  • Published: Monday, 10 February 2020
  • Updated: 10 February 2020, 01:59 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ କଶ୍ନୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବିରୋଧରେ କେନ୍ଦ୍ର ସରକାର ପିଏସଏ ଲାଗୁ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଓମାରଙ୍କ ଭଉଣୀ ସାରା ଅବଦୁଲ୍ଲା ପାଇଲଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସାରାଙ୍କ ତରଫରୁ କୋର୍ଟରେ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା କପିଲ ଶିବଲ ମାମଲା ଲଢ଼ିବେ। ଆବେଦନର ଶୀଘ୍ର ଶୁଣାଣି ପାଇଁ ଦାବି କରାଯାଇଛି ହେଲେ କୋର୍ଟ ବିଚାର କରି କହିବେ ବୋଲି କହିଛନ୍ତି।

ଓମାର ଅବଦୁଲ୍ଲା ୫ ଅଗଷ୍ଟ ୨୦୧୯ରେ ସିଆରପିସିର ଧାରା ୧୦୭ ଅନୁଯାୟୀ ତାଙ୍କୁ ଅଟକ ରଖାଯାଇଥିଲା। ଏହି ଆଇନ ଆଧାରରେ ତାଙ୍କର ୬ ମାସର ଅବଧି ଫେବୃଆରୀ ୫ରେ ପୂରଣ ହେବାକୁ ଯାଉଥିଲା। ହେଲେ ସରକାର ଏହି ଦିନ ଓମାର ଅବଦୁଲ୍ଲା ଏବଂ ଜମ୍ମୁ କଶ୍ମୀରର ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିରୋଧରେ ମଧ୍ୟ ପିଏସଏ ଲାଗୁ କରିଥିଲେ। ଏହାପରେ ଅବଦୁଲ୍ଲାଙ୍କୁ ବିନା କୌଣସି ଟ୍ରାଏଲରେ ୩ ମାସରୁ ବର୍ଷେ ପର୍ଯ୍ୟନ୍ତ ଜେଲରେ ରଖିହେବ।

ଉମର ଅବଦୁଲ୍ଲାଙ୍କ ବିରୋଧରେ ପିଏସଏ ଲାଗୁ କରିବାର କାରଣ ସରକାରଙ୍କ ପକ୍ଷରୁ କୁହାଯାଇଛି। ଧାରା ୩୭୦ ଉଚ୍ଛେଦକୁ କରିବା ନିଷ୍ପତ୍ତିକୁ ବିରୋଧ କରୁଥିଲେ। ଦେଶର ଏକତା ଏବଂ ଅଖଣ୍ଡତା ବିରୋଧରେ ଟୁଇଟ କରି ଲୋକଙ୍କୁ ଉସକାଉଥିଲେ। ତେବେ ଅବଦୁଲ୍ଲାଙ୍କ ପକ୍ଷରୁ ଏଭଳି କିଛି ଟୁଇଟ୍ କରାଯାଇଥିବାର ପ୍ରମାଣ ସରକାରଙ୍କ ତରଫରୁ ଦିଆଯାଇ ନାହିଁ। ୫ ଅଗଷ୍ଟ ୨୦୧୯ରେ ଅବଦୁଲ୍ଲାଙ୍କୁ ଗିରଫ କରିବା ପୂର୍ବରୁ ଲୋକଙ୍କୁ ଶାନ୍ତି ବଜାୟୀ ରଖିବା ପାଇଁ ଆହ୍ୱାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos