ପାକିସ୍ତାନ ମୁହଁରେ ‘ସୁଖୋଇ’ ଚାପୁଡ଼ା, ସମ୍ପୂର୍ଣ୍ଣ ଅକ୍ଷତ ଅଛି ‘ଆଭେଞ୍ଜର ୧’

ନୂଆଦିଲ୍ଲୀ: ଗତ ଫେବୃଆରୀରେ ପାକିସ୍ତାନ ଭାରତୀୟ ସୁଖୋଇ ବିମାନକୁ ଖସାଇ ଦେଇଥିବା ନେଇ କରିଥିବା ଦାବିକୁ ଭୁଲ ପ୍ରମାଣ କରିଛି ବାୟୁସେନା। ଭାରତୀୟ ବାୟୁସେନା ପକ୍ଷରୁ ଏଭଳି ଜବାବ ଦିଆଯାଇଛି ଯାହାକି ପାକିସ୍ତାନକୁ ଚକିତ କରିଦେଇଛି। ଦିଲ୍ଲୀ ନିକଟସ୍ଥ ହିନ୍ଦୋନ୍‌ ବାୟୁସେନର ଷ୍ଟେସନ୍‌ ଉପର ଆକାଶ ମାର୍ଗରେ ୩ ମିରାଜ୍‌-୨୦୦୦ ଏବଂ ୨ଟି ସୁଖୋଇ ଆଭେଞ୍ଜର ଉଡ଼ାଣ ଭରିଛି। ଆଉ ମଜା କଥା ହେଉଛି ଏହି ଫର୍ମେସନ୍‌ର ଡାହାଣରେ ଉଡ଼ୁଥିବା ସୁଖୋଇ ହିଁ ଆଭେଞ୍ଜର-୧, ଯାହାକି ପାକିସ୍ତାନ […]

sukhoi

Subrat Kumar Nayak
  • Published: Tuesday, 08 October 2019
  • , Updated: 08 October 2019, 04:50 PM IST

ନୂଆଦିଲ୍ଲୀ: ଗତ ଫେବୃଆରୀରେ ପାକିସ୍ତାନ ଭାରତୀୟ ସୁଖୋଇ ବିମାନକୁ ଖସାଇ ଦେଇଥିବା ନେଇ କରିଥିବା ଦାବିକୁ ଭୁଲ ପ୍ରମାଣ କରିଛି ବାୟୁସେନା। ଭାରତୀୟ ବାୟୁସେନା ପକ୍ଷରୁ ଏଭଳି ଜବାବ ଦିଆଯାଇଛି ଯାହାକି ପାକିସ୍ତାନକୁ ଚକିତ କରିଦେଇଛି। ଦିଲ୍ଲୀ ନିକଟସ୍ଥ ହିନ୍ଦୋନ୍‌ ବାୟୁସେନର ଷ୍ଟେସନ୍‌ ଉପର ଆକାଶ ମାର୍ଗରେ ୩ ମିରାଜ୍‌-୨୦୦୦ ଏବଂ ୨ଟି ସୁଖୋଇ ଆଭେଞ୍ଜର ଉଡ଼ାଣ ଭରିଛି। ଆଉ ମଜା କଥା ହେଉଛି ଏହି ଫର୍ମେସନ୍‌ର ଡାହାଣରେ ଉଡ଼ୁଥିବା ସୁଖୋଇ ହିଁ ଆଭେଞ୍ଜର-୧, ଯାହାକି ପାକିସ୍ତାନ ଖସାଇଛି ବୋଲି ଦାବି କରୁଥିଲା।

ଏହି ଯୁଦ୍ଧ ବିମାନ ଅକ୍ଷତ ରହିଥିବାବେଳେ ପାକିସ୍ତାନ କିନ୍ତୁ ଫେବୃଆରୀ ୨୭ ତାରିଖରେ ଏହାକୁ ଖସାଇଥିବା ଦାବି କରିଥିଲା। ଏହା ପୂର୍ବରୁ ଭାରତ ବାଲାକୋଟ୍‌ଠାରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ବୋମା ବର୍ଷଣ କରିଥିଲା।

ଆଉ ସବୁଠାରୁ ବଡ଼ କଥା ହେଉଛି, ଆଜି ଯେଉଁ ଦୁଇ ପାଇଲଟ୍‌ ଏହି ବିମାନ ଉଡ଼ାଉଥିଲେ ସେ ଦୁଇ ଜଣ ହିଁ ୨୭ ତାରିଖରେ ଉକ୍ତ ସୁଖୋଇ-୩୦ଏମ୍‌କେଆଇରେ ଥିଲେ। ଆଜି ଏହି ଅବସରରେ ବାୟୁସେନା ମୁଖ୍ୟ ଆରକେଏସ୍‌ ବାହାଦୂରିଆ କହିଛନ୍ତି, ବାଲାକୋଟ୍‌ଠାରେ ଏୟାର ଷ୍ଟ୍ରାଇକ୍‌ରେ ସଫଳତାର ସହ ଦାୟିତ୍ୱ ତୁଲାଇଥିବା ସମସ୍ତ କମାଣ୍ଡ, ଷ୍ଟେସନ୍‌ ଏବଂ ୟୁନିଟ୍‌ଙ୍କ ଅବଦାନ ପ୍ରତି କୃତଜ୍ଞତା ପ୍ରକାଶ କରୁଛୁ।

ପାକିସ୍ତାନ ମିଛକୁ ନେଇ ଭାରତ ପକ୍ଷରୁ କୁହାଯାଇଥିଲା, ସୁଖୋଇ-୩୦ଏମ୍‌କେଆଇ ଖସାଇବା ନେଇ ଏଭଳି ମିଛ ଦାବି କରିବା ପଛରେ ନିଜ ଆମେରିକୀୟ ଏଫ୍‌-୧୬ ହରାଇବାକୁ ଲୁଚାଇବାର ପ୍ରୟାସ। ରୁଷ୍‌ ନିର୍ମିତ ମିଗ୍‌-୨୧ ବାଇସନ୍‌ ଉଡ଼ାଉଥିବା ଅଭିନନ୍ଦନ ବର୍ତ୍ତମାନ ଏହି ବିମାନକୁ ଖସାଇଥିଲେ। ଏଥିପାଇଁ ସେ ବୀର ଚକ୍ରରେ ପୁରସ୍କୃତ ହୋଇଛନ୍ତି। ଆଜି ମଧ୍ୟ ସେ ଏହି ଯୁଦ୍ଧବିମାନ ଉଡ଼ାଇଛନ୍ତି।

Related story