ସୁନ୍ଦରୀ ନୂର୍‌ ପାଇଁ ଲଢ଼ିଲେ ୨ ବାଘ, ଆସିଲା ଭିଡିଓ

ଜୟପୁର: ସିନେମାରେ ନାୟିକା ପାଇଁ ଲଢ଼େଇ ହେଉଥିବା କଥା ଜାଣିଥିବେ। ଏପରିକି ସାଧାରଣ ଜୀବନରେ ମଧ୍ୟ ତ୍ରିକୋଣୀୟ ପ୍ରେମ କାହାଣୀର ସଂଖ୍ୟା କିଛି କମ୍‌ ନୁହେଁ। ତେବେ ଯଦି ବାଘଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟେ, ଆଶ୍ଚର୍ଯ୍ୟଜନକ ହେବ ନା? ଇଣ୍ଟରନେଟ୍‌ରେ ଏବେ ଚର୍ଚ୍ଚାରେ ଅଛି ୨ଟି ବାଘ ପରସ୍ପର ସହ ଏପରି ଲଢ଼ୁଥିବାର ଦୃଶ୍ୟ। ଏଥିରେ ରାଜସ୍ଥାନର ରାନ୍ଥାମ୍ବୋର ଜାତୀୟ ଉଦ୍ୟାନରେ ରହୁଥିବା ଟି୫୭ ଏବଂ ଟି୫୮ ଲଢ଼ୁଥିବାର ଦୃଶ୍ୟ ଅଛି। ସେମାନେ ଟି ୩୯ […]

tiger

Subrat Kumar Nayak
  • Published: Thursday, 17 October 2019
  • , Updated: 17 October 2019, 04:01 PM IST

ଜୟପୁର: ସିନେମାରେ ନାୟିକା ପାଇଁ ଲଢ଼େଇ ହେଉଥିବା କଥା ଜାଣିଥିବେ। ଏପରିକି ସାଧାରଣ ଜୀବନରେ ମଧ୍ୟ ତ୍ରିକୋଣୀୟ ପ୍ରେମ କାହାଣୀର ସଂଖ୍ୟା କିଛି କମ୍‌ ନୁହେଁ। ତେବେ ଯଦି ବାଘଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟେ, ଆଶ୍ଚର୍ଯ୍ୟଜନକ ହେବ ନା? ଇଣ୍ଟରନେଟ୍‌ରେ ଏବେ ଚର୍ଚ୍ଚାରେ ଅଛି ୨ଟି ବାଘ ପରସ୍ପର ସହ ଏପରି ଲଢ଼ୁଥିବାର ଦୃଶ୍ୟ। ଏଥିରେ ରାଜସ୍ଥାନର ରାନ୍ଥାମ୍ବୋର ଜାତୀୟ ଉଦ୍ୟାନରେ ରହୁଥିବା ଟି୫୭ ଏବଂ ଟି୫୮ ଲଢ଼ୁଥିବାର ଦୃଶ୍ୟ ଅଛି। ସେମାନେ ଟି ୩୯ ବା ନୂର୍ ନାମକ ବାଘୁଣୀ ପାଇଁ ଲଢ଼ୁଥିବା ସୂଚନା ମିଳିଛି। ଟ୍ୱିଟରରେ ଲୋକପ୍ରିୟ ବନ ବିଭାଗ ଅଧିକାରୀ ପ୍ରବୀଣ କସୱାନ୍ ବୁଧବାର ଏହି ଭିଡିଓଟି ପ୍ରଥମେ ଅପ୍‌ଲୋଡ୍‌ କରିଥିଲେ।
https://twitter.com/ParveenKaswan/status/1184435552931631104

ଏହି ଅଭୟାରଣ୍ୟର ଗାଇଡ୍‌ଙ୍କ କହିବା ଅନୁଯାୟୀ ଟି୫୭ ବାଘର ନାମ ସିଂହସ୍ଥ ଏବଂ ଟି୫୮ର ନାମ ରକି। ଏମାନେ ୨ ଭାଇ। ଏହି ଅଭୟାରଣ୍ୟର ଜୟସିଂହପୁରା ଅଞ୍ଚଳର ଶର୍ମିଲି ନାମକ ବାଘୁଣୀର ଏମାନେ ୨ ସନ୍ତାନ। କସ୍‌ୱାନ୍‌ ଏହି ଭିଡିଓ ଶେୟାର କରିବା ପରେ କହିଥିଲେ ସେମାନେ ନୂର୍‌ ପାଇଁ ହିଁ ଲଢ଼ୁଥିଲେ।

ଏହି ଭିଡିଓରେ ମଧ୍ୟ ନୂର ରହିଛି। ସେ କିନ୍ତୁ ଲଢ଼େଇ ଆରମ୍ଭ ହେବାରୁ କେଉଁଆଡ଼େ ଦୂରକୁ ଚାଲିଯାଇଛି। ଭିଡି ଆରମ୍ଭରେ ଏପରି ଦୃଶ୍ୟ ରହିଛି। ଏହାକୁ ହଜାର ହଜାର ଲୋକ ଦେଖିସାରିଲେଣି। ଏହି ଭିଡିଓରେ ବାଘ ଗର୍ଜନ ସହ କିଛି ଫଟୋ ଉଠୁଥିବାର ଶବ୍ଦ ମଧ୍ୟ ଶୁଭୁଛି। ତେବେ ବାଘ ୨ ଭାଇଙ୍କ ଲଢ଼େଇରେ ଏପରି ଗର୍ଜନ ଶୁଣିବା ପରେ ଯେକେହି ଲଢ଼େଇର ଭୟାବହତା ବାବଦରେ ଅନୁମାନ କରିପାରିବ। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଆହତ ହୋଇନାହାନ୍ତି। ଏଥିରେ ଟି୫୭ ବା ସିଂହସ୍ଥର ବିଜୟ ହୋଇଥିଲା।

Related story