ପୁଅକୁ କାନ୍ଧରେ ଧରି ଯୋଗୀଙ୍କ କାର୍ଯ୍ୟକ୍ରମରେ ଡ୍ୟୁଟି କଲେ ମହିଳା କନଷ୍ଟେବଳ

ଲକ୍ଷ୍ନୌ : ନାରୀର ପ୍ରକୃତ ପରିଚୟ ହେଉଛି ଜନନୀ, ଜାୟା, ଭଗିନୀ। ଏସବୁ ଦାୟିତ୍ୱ ତୁଲାଇ ସାରିବା ପରେ ହିଁ ସେ ତାର ଅନ୍ୟ ସମସ୍ତ କର୍ତ୍ତବ୍ୟ ନିର୍ବାହ କରିଥାଏ। ସେ କାର୍ଯ୍ୟକ୍ଷେତ୍ର ହେଉ ନା କାହିଁକି। ଆଜିର ନାରୀ କୌଣସି ଗୁଣରେ କମ୍‌ ନୁହଁନ୍ତି। ଉଭୟ ଘର ଓ କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱକୁ ଏକାଠି କରି ଚାଲିବାରେ ନାରୀର ଅବଦାନ ପ୍ରଶଂସନୀୟ। ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଉତ୍ତର ପ୍ରଦେଶର ମହିଳା କନଷ୍ଟେବଳ ପ୍ରୀତି ରାନି। […]

duty

Puspanjali Panda
  • Published: Tuesday, 03 March 2020
  • , Updated: 03 March 2020, 01:26 PM IST

ଲକ୍ଷ୍ନୌ : ନାରୀର ପ୍ରକୃତ ପରିଚୟ ହେଉଛି ଜନନୀ, ଜାୟା, ଭଗିନୀ। ଏସବୁ ଦାୟିତ୍ୱ ତୁଲାଇ ସାରିବା ପରେ ହିଁ ସେ ତାର ଅନ୍ୟ ସମସ୍ତ କର୍ତ୍ତବ୍ୟ ନିର୍ବାହ କରିଥାଏ। ସେ କାର୍ଯ୍ୟକ୍ଷେତ୍ର ହେଉ ନା କାହିଁକି। ଆଜିର ନାରୀ କୌଣସି ଗୁଣରେ କମ୍‌ ନୁହଁନ୍ତି। ଉଭୟ ଘର ଓ କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱକୁ ଏକାଠି କରି ଚାଲିବାରେ ନାରୀର ଅବଦାନ ପ୍ରଶଂସନୀୟ।

ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଉତ୍ତର ପ୍ରଦେଶର ମହିଳା କନଷ୍ଟେବଳ ପ୍ରୀତି ରାନି। ଆପଣ ଜାଣି ଖୁସି ହେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗସ୍ତ ସମୟରେ ୧୦୦ ପୁଲିସ ଫୋର୍ସ ମଧ୍ୟରେ ପ୍ରୀତି ତାଙ୍କ ଦେଢ଼ ବର୍ଷର ପୁଅକୁ କାନ୍ଧରେ ଧରି ଡ୍ୟୁଟି କରୁଛନ୍ତି। ପ୍ରୀତିଙ୍କର ଏହି କାର୍ଯ୍ୟ ଆଜି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ପୁଅକୁ କାନ୍ଧରେ ଧରି ଡ୍ୟୁଟି କରୁଥିବା ସମୟରେ ପ୍ରୀତିଙ୍କର ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ୟୁଜର୍ସ ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଉତ୍ତର ପ୍ରଦେଶର ଦାଦ୍ରି ପୁଲିସ ଷ୍ଟେସନରେ ସେ କାର୍ଯ୍ୟ କରନ୍ତି। ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ନୋଏଡ଼ା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସକାଳ ୬ଟାରୁ ଭିଭିଆଇପି ଡ୍ୟୁଟି ଆରମ୍ଭ ହୋଇଛି। ତେଣୁ ନୋଏଡ଼ାର ବଟାନିକାଲ୍‌ ଗାର୍ଡେନ୍‌ ବାହାରେ ଦେଢ଼ ବର୍ଷର ପୁଅକୁ ଧରି ସେ ଡ୍ୟୁଟି ଆରମ୍ଭ କରିଛନ୍ତି।

ଏହାକୁ ନେଇ ପ୍ରୀତି କହିଛନ୍ତି, ‘ମୋ ସ୍ୱାମୀଙ୍କର ଆଜି ଏକ ପରୀକ୍ଷା ଅଛି, ତେଣୁ ସେ ପୁଅକୁ ରଖି ପାରିଲେ ନାହିଁ। ମୋ ପାଇଁ କାର୍ଯ୍ୟକ୍ଷେତ୍ର ମଧ୍ୟ ଗୁରୁତ୍ୱ ବହନ କରେ। ତେଣୁ ବାଧ୍ୟ ହୋଇ ମୁଁ ପୁଅକୁ ଧରି ଡ୍ୟୁଟି କରୁଛି।’

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମ ରହିଛି। ଆଜି ସେ ନୋଏଡ଼ାରେ ୧୪୫୨ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହା ସହିତ ୧୩୬୯ କୋଟି ଟଙ୍କା ପ୍ରୋଜେକ୍ଟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

Related story