“ସମ୍ବେଦନଶୀଳ ମାମଲାର ସିବିଆଇ ତଦନ୍ତରେ ହସ୍ତକ୍ଷେପ କରୁଛନ୍ତି ସରକାର”

ନୂଆଦିଲ୍ଲୀ:ବର୍ତ୍ତମାନ ଛୁଟିରେ ଥିବା ଦେଶର ଶୀର୍ଷ ତଦନ୍ତକାରୀ ସଂସ୍ଥା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସରକାରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ସହିତ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ପିଟିସନ୍‌ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ସରକାର ଏହି ତଦନ୍ତକାରୀ ସଂସ୍ଥା ଅଧୀନରେ ଚାଲୁ ରହିଥିବା ବିଭିନ୍ନ ସମ୍ବେଦନଶୀଳ ମାମଲାରେ ହସ୍ତକ୍ଷେପ କରି ଏହାର ସ୍ୱାଧୀନତା ଏବଂ ସ୍ୱୟଂକ୍ରିୟତା କ୍ଷୁର୍ଣ୍ଣ କରିଛନ୍ତି। ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନ୍‌ (ସିଭିସି) ଏବଂ ନିଯୁକ୍ତି ଓ ତାଲିମ ବିଭାଗ (ଡିଓପିଟି) ମାଧ୍ୟମରେ ରାତାରାତି ତାଙ୍କଠାରୁ […]

cbi-modi

Subrat Kumar Nayak
  • Published: Thursday, 25 October 2018
  • , Updated: 25 October 2018, 09:20 AM IST

ନୂଆଦିଲ୍ଲୀ:ବର୍ତ୍ତମାନ ଛୁଟିରେ ଥିବା ଦେଶର ଶୀର୍ଷ ତଦନ୍ତକାରୀ ସଂସ୍ଥା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସରକାରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ସହିତ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ପିଟିସନ୍‌ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ସରକାର ଏହି ତଦନ୍ତକାରୀ ସଂସ୍ଥା ଅଧୀନରେ ଚାଲୁ ରହିଥିବା ବିଭିନ୍ନ ସମ୍ବେଦନଶୀଳ ମାମଲାରେ ହସ୍ତକ୍ଷେପ କରି ଏହାର ସ୍ୱାଧୀନତା ଏବଂ ସ୍ୱୟଂକ୍ରିୟତା କ୍ଷୁର୍ଣ୍ଣ କରିଛନ୍ତି। ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନ୍‌ (ସିଭିସି) ଏବଂ ନିଯୁକ୍ତି ଓ ତାଲିମ ବିଭାଗ (ଡିଓପିଟି) ମାଧ୍ୟମରେ ରାତାରାତି ତାଙ୍କଠାରୁ କ୍ଷମତା ଅପସାରଣ କରି ନିଆଯିବାକୁ ସେ ବେଆଇନ ବୋଲି କହିଛନ୍ତି।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି, ସରକାରଙ୍କୁ ଅଡ଼ୁଆ ହେଉଥିବା ମାମଲାର ସେ ତଦନ୍ତ କରାଉଥିବାରୁ ତାଙ୍କ କ୍ଷମତା ଛଡ଼ାଇନେଇ ତାଙ୍କୁ ଛୁଟିରେ ପଠାଇଦିଆଯାଇଛି। ସେ ଏହି ଅବସରରେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଛୁଟିରେ ପଠାଇବା ପଛରେ ଥିବା ଉଦ୍ଦେଶ୍ୟ ହେଉଛି, ସେ ତଦନ୍ତରେ ବାଧା ସୃଷ୍ଟି କରିବାକୁ ଯଥେଷ୍ଟ ସୁଯୋଗ ପାଇପାରିବେ।

ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିକଟରେ ସେ ଆଡ୍‌ଭୋକେଟ୍‌ ଗୋପାଲ୍‌ ଶଙ୍କରନାରାୟନ୍‌ଙ୍କ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି, ବର୍ତ୍ତମାନ ବିଭିନ୍ନ ସମ୍ବେଦନଶୀଳ ମାମଲା ତଦନ୍ତ କରୁଥିବା ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଉଛି। ଏହି ମାମଲାର ଶୁଣାଣି ଜଲ୍‌ଦି ସାରିବା ପାଇଁ ସେ କରିଥିବା ଅନୁରୋଧକୁ ସୁପ୍ରିମ୍‌କୋର୍ଟ ଗ୍ରହଣ କରିଥିବା ଜଣାଯାଇଛି।

ଶ୍ରୀ ବର୍ମା ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି, ସିଭିସି ଏବଂ ଡିଓପିଟି ପକ୍ଷରୁ ଗତ୨୩ ତାରିଖରେ ନିଆଯାଇଥିବା ମାରାଥନ୍‌ ପଦକ୍ଷେପରେ କୌଣସି ନ୍ୟାୟିକ ସହାୟତା ନିଆଯାଇନଥିଲା ଏବଂ ସମ୍ବିଧାନର ଅନୁଛେଦ ୧୪,୧୯ ଏବଂ ୨୧ର ଉଲ୍ଲଂଘନ। ଆଇନର ସଠିକ ପ୍ରକ୍ରିୟା ଅନୁସରଣ କରି ଏହି ସମସ୍ତ ପଦକ୍ଷେପ ନିଆଯାଇନଥିଲା ବୋଲି ସେ କହିଛନ୍ତି।

ଏପରିକି ୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ଅଫିସର ଏମ୍‌ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ କାଳୀନ ନିର୍ଦ୍ଦେଶକଭାବେ ନିଯୁକ୍ତି ଦେବାକୁ ନେଇ ମଧ୍ୟ ସେ ପ୍ରଶନ ଉଠାଇଛନ୍ତି। ଏଥିପାଇଁ ଉଚ୍ଚ ସ୍ତରୀୟ କମିଟି ଜରୁରୀ ଥିଲା, ଯେଉଁଥିରେ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କ ସହିତ ବିରୋଧୀ ଦଳ ନେତା, ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଆଦି ସଦସ୍ୟ ଥାଆନ୍ତି।

ସେ ଏହି ଆବେଦନରେ ଦର୍ଶାଇଛନ୍ତି ସିବିଆଇକୁ ଡିଓପିଟି ଅଧୀନରେ ନରଖାଯାଉ। ଏପରି ହେଲେ କେବଳ ସରକାରୀ ହସ୍ତକ୍ଷେପ ବଢ଼ୁନାହିଁ, ବରଂ ଅଧିକାରୀଙ୍କ ନୈତିକତା କ୍ଷୁର୍ଣ୍ଣ ହେଉଛି।

Related story