‘କସାବର କୁଟିଳ ହସ ଆଜି ବି କଣ୍ଟା ହୋଇ ମୋ ହୃଦୟକୁ ଫୋଡ଼ି ପକାଏ’

ମୁମ୍ବାଇ: ଆଜି ହେଉଛି ନଭେମ୍ବର ୨୬ ତାରିଖ। ଏକ ଦୁଃଖଦ ଘଟଣା ପାଇଁ ଭାରତ ଇତିହାସରେ ଏହା ସବୁ ଦିନ ପାଇଁ ରହିଯିବ। ୨୦୦୮ ମସିହାରେ ଏହି ଦିନ ମୁମ୍ବାଇ ସହରରେ ହୋଇଥିଲା ଅନ୍ୟତମ ବଡ଼ ଆତଙ୍କବାଦୀ ଆକ୍ରମଣ। ଲଶ୍ମର ଏ ତୋଏବାର ୧୦ ଆତଙ୍କବାଦୀ ସମୁଦ୍ର ପଥରେ ଆସି କରିଥିଲେ ଏହି ଆକ୍ରମଣ। ମୁମ୍ବାଇର ଏକାଧିକ ସ୍ଥାନରେ ହୋଇଥିଲା ଏହି ଆକ୍ରମଣ। ଏଥିରେ ଥିଲା ରେଳ ଷ୍ଟେସନ୍, ବଡ଼ ବଡ଼ ହୋଟେଲ୍ ଓ ହସ୍ପିଟାଲ୍। ଛତ୍ରପତି […]

70

70

Jitendra Garnayak
  • Published: Monday, 26 November 2018
  • Updated: 26 November 2018, 11:34 AM IST

Sports

Latest News

ମୁମ୍ବାଇ: ଆଜି ହେଉଛି ନଭେମ୍ବର ୨୬ ତାରିଖ। ଏକ ଦୁଃଖଦ ଘଟଣା ପାଇଁ ଭାରତ ଇତିହାସରେ ଏହା ସବୁ ଦିନ ପାଇଁ ରହିଯିବ। ୨୦୦୮ ମସିହାରେ ଏହି ଦିନ ମୁମ୍ବାଇ ସହରରେ ହୋଇଥିଲା ଅନ୍ୟତମ ବଡ଼ ଆତଙ୍କବାଦୀ ଆକ୍ରମଣ। ଲଶ୍ମର ଏ ତୋଏବାର ୧୦ ଆତଙ୍କବାଦୀ ସମୁଦ୍ର ପଥରେ ଆସି କରିଥିଲେ ଏହି ଆକ୍ରମଣ। ମୁମ୍ବାଇର ଏକାଧିକ ସ୍ଥାନରେ ହୋଇଥିଲା ଏହି ଆକ୍ରମଣ। ଏଥିରେ ଥିଲା ରେଳ ଷ୍ଟେସନ୍, ବଡ଼ ବଡ଼ ହୋଟେଲ୍ ଓ ହସ୍ପିଟାଲ୍। ଛତ୍ରପତି ଶିବାଜୀ ଟର୍ମିନସ୍, ଓବେରଇ ଟ୍ରାଇଡେଣ୍ଡ, ତାଜ୍ ପ୍ୟାଲେସ୍, ଲିଓପୋଲ୍ଡ କ୍ୟାଫେ, କାମା ହସ୍ପିଟାଲ୍ ଓ ନରିମନ ହାଉସ୍‌ରେ ଏହି ଆକ୍ରମଣ ହୋଇଥିଲା। ତା’ସହିତ କିଛି ସ୍ଥାନରେ ବିସ୍ଫୋରଣ ମଧ୍ୟ କରାଯାଇଥିଲା।

ଏହି ସବୁ ସ୍ଥାନରେ ଆକ୍ରମଣ ଯୋଗୁ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ଆତଙ୍କବାଦୀଙ୍କୁ ମାରିବା ପାଇଁ ହୋଇଥିବା ଅପରେସନ୍ ନଭେମ୍ବର ୨୯ ତାରିଖରେ ଶେଷ ହୋଇଥିଲା। ଅଜମଲ କସାବକୁ ଛାଡ଼ି ଦେଲେ ଆଉ ୯ ଆତଙ୍କବାଦୀ ଏଥିରେ ନିହତ ହୋଇଥିଲେ।

ଅଜମଲ କସାବ ଓ ତା’ର ଜଣେ ସାଥୀ ଇସ୍ମାଇଲ୍ ଖାନ୍ ଛତ୍ରପତି ଶିବାଜୀ ମହାରାଜ୍ ଟର୍ମିନସ୍‌ରେ ଆକ୍ରମଣ କରିଥିଲେ। ରାତି ପ୍ରାୟ ସାଢ଼େ ୯ଟା ବେଳେ ଏ ଦୁଇ ଜଣ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହଲ୍‌ରେ ପ୍ରବେଶ କରିଥିଲେ ଓ ଆଖିବୁଜା ଗୁଳି କରିଥିଲେ। ଏଠାରେ ୫୮ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୧୦୪ ଜଣ ଆହତ ହୋଇଥିଲେ। ଘଣ୍ଟାଏରୁ ଅଧିକ ସମୟ ଧରି ଏଠାରେ ଏ ଦୁଇ ଆତଙ୍କବାଦୀ ଉତ୍ପାତ କରିଥିଲେ।

[caption id="attachment_305855" align="aligncenter" width="750"]zende ବିଷ୍ଣୁ ଦତ୍ତାରାମ ଜେଣ୍ଡେ[/caption]

ରେଳ ଷ୍ଟେସନ୍‌ରେ ଦୁଇ ଆତଙ୍କବାଦୀ ରକ୍ତର ହୋଲି ଖେଳୁଥିବା ବେଳେ ଉପସ୍ଥିତ ଘୋଷଣାକାରୀ (ଏନାଉନ୍ସର) ବିଷ୍ଣୁ ଦତ୍ତାରାମ ଜେଣ୍ଡେ ଯାତ୍ରୀଙ୍କୁ ଆକ୍ରମଣ ସଂପର୍କରେ ସତର୍କ କରାଇ ଥିଲେ ଓ ଷ୍ଟେସନ୍ ଛାଡ଼ି ଚାଲି ଯିବାକୁ କହିଥିଲେ। ଫଳରେ ବହୁ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା।

କସାବ ଓ ଇସ୍ମାଇଲ୍ ଷ୍ଟେସନ୍‌ରୁ ବାହାରି ରାସ୍ତାକୁ ଆସିଥିଲେ ଓ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୮ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ସେମାନେ ସେଠାରୁ କାମା ହସ୍ପିଟାଲ୍ ଯାଇଥିଲେ। ସେଠାରେ ସେମାନଙ୍କ ଗୁଳିରେ ତତ୍କାଳୀନ ମୁମ୍ବାଇ ଆଣ୍ଟି ଟେରରିଷ୍ଟ୍ ସ୍କ୍ୱାଡ୍ ମୁଖ୍ୟ ହେମନ୍ତ କରକରେ, ମୁମ୍ବାଇ ପୁଲିସ୍‌ର ଏସିପି ଆଶୋକ କାମ୍‌ତେ ଓ ଇନ୍ସପେକ୍ଟର ବିଜୟ ସାଲେସ୍କର ସହିଦ ହୋଇଥିଲେ। ଦୁଇ ଆତଙ୍କବାଦୀ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ବାଟରେ ପୁଲିସ୍ ସହିତ ଗୁଳିବିନିମୟ ବେଳେ ଇସ୍ମାଇଲ୍‌ର ମୃତ୍ୟୁ ହୋଇଥିଲା ଓ କସାବକୁ ଜୀବନ୍ତ ଧରାଯାଇଥିଲା। ତାକୁ ପରେ ଫାଶୀ ଦିଆଯାଇଥିଲା।

ତେବେ ସେଦିନ ଛତ୍ରପତି ଶିବାଜୀ ମହାରାଜ୍ ଟର୍ମିନସ୍‌ରେ କସାବ ଯେଉଁ ଭଳି ଗୁଳି ବର୍ଷଣ କରୁଥିଲା, ତାହା ଆଜି ବି ପାସୋରି ନାହାନ୍ତି ଘୋଷଣାକାରୀ (ଏନାଉନ୍ସର) ବିଷ୍ଣୁ ଦତ୍ତାରାମ ଜେଣ୍ଡେ। ସେ କହିଛନ୍ତି, କସାବ ହସି ହସି ଓ ଗାଳି କରି କରି ଲୋକଙ୍କ ଉପରକୁ ଗୁଳି ମାରୁଥିଲା। ତା’ କୁଟିଳ ହସ ଆଜି ବି କଣ୍ଟା ହୋଇ ମୋ ହୃଦୟକୁ ଫୋଡ଼ି ପକାଏ।

ବିଷ୍ଣୁ ଦତ୍ତାରାମ ଜେଣ୍ଡେ ଏବେ ମଧ୍ୟ ରେଳବାଇରେ କାର୍ଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story