ବେନାମୀ ସଂପତ୍ତି ସଂପର୍କରେ ସୂଚନା ଦେଲେ ମିଳିବ କୋଟିଏ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଯୋଜନା। ବେନାମୀ ସମ୍ପତ୍ତି ସମ୍ପର୍କରେ ତଦନ୍ତକାରୀ ଏଜେନ୍ସୀଗୁଡ଼ିକୁ ସୂଚନା ଦେଲେ ମିଳିବ କୋଟିଏ ଟଙ୍କା। ଆସନ୍ତା ମାସରେ ଏନେଇ ସରକାର ବିଧିବଦ୍ଧ ଘୋଷଣା କରିପାରନ୍ତି। ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସସେ (ସିବିଡିଟି)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ ଜଣେ ସୂଚନା ପ୍ରଦାନକାରୀ ଅତିକମ୍‌ରେ ୧୫ ଲକ୍ଷ ଓ ସର୍ବାଧିକ କୋଟିଏ ଟଙ୍କା ପାଇବେ।” ସେ କହିଛନ୍ତି, ସୂଚନାଦାତାଙ୍କ ସୂଚନା ଠିକ୍ ହୋଇଥିବା ଦରକାର। ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ। ବିଭାଗ […]

modi1

Rakesh Mallick
  • Published: Sunday, 24 September 2017
  • , Updated: 24 September 2017, 01:49 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଯୋଜନା। ବେନାମୀ ସମ୍ପତ୍ତି ସମ୍ପର୍କରେ ତଦନ୍ତକାରୀ ଏଜେନ୍ସୀଗୁଡ଼ିକୁ ସୂଚନା ଦେଲେ ମିଳିବ କୋଟିଏ ଟଙ୍କା। ଆସନ୍ତା ମାସରେ ଏନେଇ ସରକାର ବିଧିବଦ୍ଧ ଘୋଷଣା କରିପାରନ୍ତି।

ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସସେ (ସିବିଡିଟି)ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ ଜଣେ ସୂଚନା ପ୍ରଦାନକାରୀ ଅତିକମ୍‌ରେ ୧୫ ଲକ୍ଷ ଓ ସର୍ବାଧିକ କୋଟିଏ ଟଙ୍କା ପାଇବେ।”

ସେ କହିଛନ୍ତି, ସୂଚନାଦାତାଙ୍କ ସୂଚନା ଠିକ୍ ହୋଇଥିବା ଦରକାର। ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ। ବିଭାଗ କେବେ ବି ସୂଚନାଦାତାଙ୍କୁ ବିପଦରେ ପକାଇବ ନାହିଁ। ଗତବର୍ଷଠାରୁ କାର୍ଯ୍ୟକାରୀ ହୋଇଥିବା ବେନାମୀ ସଂପତ୍ତି ଆଇନ୍‌ରେ ଏହି ବ୍ୟବସ୍ଥା ନଥିଲା। କିନ୍ତୁ ଏହି ବ୍ୟବସ୍ଥାଟି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ ଓ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟରେ ପ୍ରଚଳିତ ଅଛି। ସୂଚନାଦାତାମାନଙ୍କୁ ଏହି ବିଭାଗଗୁଡ଼ିକ ପୁରସ୍କୃତ କରନ୍ତି। ତେବେ ସେମାନେ ଏତେ ପରିମାଣରେ ଅର୍ଥ ଦିଅନ୍ତି ନାହିଁ।

ସିବିଡିଟିର ଆଉ ଜଣେ ଅଧିକାରୀ କହିଛନ୍ତି,“ସୂଚନାଦାତାଙ୍କ ସାହାଯ୍ୟ ନେଲେ ବେନାମୀ ସଂପତ୍ତି ରଖୁଥିବା ବ୍ୟକ୍ତିଙ୍କୁ ଠାବ କରିବା କାର୍ଯ୍ୟ ଅପେକ୍ଷାକୃତ ସହଜ ହେବ। ସୂଚନାଦାତା ମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦେଲେ ଆମ କାମ ସହଜ ହୋଇଯିବ। ଏହି ଯୋଜନାଟି ଅର୍ଥ ମନ୍ତ୍ରଣାଳୟ ପାଖରେ ବିଚାରାଧୀନ ରହିଛି। ଅର୍ଥ ମନ୍ତ୍ରଣାଳୟ ଓ ଅର୍ଥ ମନ୍ତ୍ରୀ ଅନୁମତି  ଦେବା ପରେ ସିବିଡିଟି ପକ୍ଷରୁ ଏହି ଯୋଜନା ସଂପର୍କରେ ଘୋଷଣା କରାଯିବ। ଅକ୍ଟୋବର ଅବା ନଭେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଏନେଇ ଘୋଷଣା କରାଯାଇପାରେ ବୋଲି ଆମେ ଆଶା କରୁଛୁ।”

Related story