ନୂଆଦିଲ୍ଲୀ: ଉତ୍ତର ଭାରତରେ ନଡ଼ା ପୋଡ଼ି ଚିନ୍ତାର ବିଷୟ ପାଲଟିଛି। ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ପ୍ରଦୂଷଣ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ପଞ୍ଜାବ ଏବଂ ହରିଆଣାରେ ନଡ଼ା ପୋଡ଼ିବାରୁ ଏହାର ପ୍ରଭାବ ରାଜଧାନୀ ଦିଲ୍ଲୀରେ ପଡ଼ୁଛି।
ଏବେ ସୁପ୍ରିମକୋର୍ଟ ଏହି ମାମଲାକୁ ଗୁରୁତର ସହ ନେଇ ଏକ କମିଟି ଗଠନ କରିଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ମଦନ ଲୋକୁରଙ୍କୁ ନିୟୋଜିତ କରିଛନ୍ତି। ସେ ଏକୁଟିଆ ଏହି ଘଟଣା ଉପରେ ନଜର ରଖିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଛନ୍ତି।
ଜଷ୍ଟିସ ଲୋକୁର ଏବେ ଉତ୍ତର ଭାରତର ଏହି ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏ ସଂକ୍ରାନ୍ତରେ ରିପୋର୍ଟ ମାଗିବେ। ଏଥିସହ ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବେ।
ଏଥିସହ ନଡ଼ା ପୋଡ଼ି ଉପରେ ନଜର ରଖିବା ପାଇଁ ନ୍ୟାଶନାଲ କେଡେଟ୍ କୋର୍ (ଏନସିସି), ଏନଏସଏସ, ଭାରତ ସ୍କାଉଟ୍ ଏବଂ ଗାଇଡର ପ୍ରମୁଖଙ୍କୁ ଜଷ୍ଟିସ ଲୋକୁରଙ୍କୁ ସହଯୋଗ କରିବା ପାଇଁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।