ଖୁବଶୀଘ୍ର ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ, କିଏ ଫାଇଦା ପାଇବେ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଏଥିସହ ଖୁବଶୀଘ୍ର ସମଗ୍ର ଦେଶରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ନିୟମ ଲାଗୁ କରାଯିବ ଓ ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି। ମୋଦି କହିଛନ୍ତି, “ଖୁବଶୀଘ୍ର ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ପରିଯୋଜନା ବାସ୍ତବ ରୂପ ନେବାକୁ ଯାଉଛି। ଏବେ ଗରିବମାନେ କେମିତି ଗୋଟିଏ ରାସନ କାର୍ଡ ସମଗ୍ର ଦେଶରେ ବ୍ୟବହାର କରି ଫାଇଦା […]

n

Hemant Lenka
  • Published: Tuesday, 30 June 2020
  • , Updated: 30 June 2020, 04:52 PM IST

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଏଥିସହ ଖୁବଶୀଘ୍ର ସମଗ୍ର ଦେଶରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ନିୟମ ଲାଗୁ କରାଯିବ ଓ ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି।

ମୋଦି କହିଛନ୍ତି, “ଖୁବଶୀଘ୍ର ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ପରିଯୋଜନା ବାସ୍ତବ ରୂପ ନେବାକୁ ଯାଉଛି। ଏବେ ଗରିବମାନେ କେମିତି ଗୋଟିଏ ରାସନ କାର୍ଡ ସମଗ୍ର ଦେଶରେ ବ୍ୟବହାର କରି ଫାଇଦା ପାଇବେ ତା’ ଉପରେ କାର୍ଯ୍ୟ କରାଯାଉଛି।

ଏହି ଯୋଜନା ଦ୍ୱାରା ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟରେ କାମ କରୁଥିବା ପ୍ରବାସୀମାନେ ଏହାଦ୍ୱାରା ଅଧିକ ଲାଭ ପାଇପାରିବେ। ତେଣୁ ଆମେ ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛୁ।”

Related story