ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକଙ୍କୁ କରୋନା, ପୁଣି କୋଭିଡ ଟେଷ୍ଟ କରିବେ ରାଷ୍ଟ୍ରପତି

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବ୍ୟକ୍ତିଗତ କାମ ପାଇଁ ନିୟୋଜିତ ଜଣେ ସହାୟକ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସହାୟକଙ୍କୁ କରୋନା ହୋଇଥିବାରୁ ଟ୍ରମ୍ପଙ୍କ କୋଭିଡ ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ କରୋନା ଟେଷ୍ଟ ହୋଇଥିଲା। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏହି ସହାୟକ ଜଣ ଟ୍ରମ୍ପଙ୍କ ବ୍ୟତୀତ ତାଙ୍କ ପରିବାର ଲୋକଙ୍କର ଅତି ଘନିଷ୍ଠ ଭାବେ କାର୍ଯ୍ୟ କରୁଥିଲେ। ସହାୟକ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଖବର […]

u

Hemant Lenka
  • Published: Friday, 08 May 2020
  • , Updated: 08 May 2020, 01:18 PM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବ୍ୟକ୍ତିଗତ କାମ ପାଇଁ ନିୟୋଜିତ ଜଣେ ସହାୟକ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସହାୟକଙ୍କୁ କରୋନା ହୋଇଥିବାରୁ ଟ୍ରମ୍ପଙ୍କ କୋଭିଡ ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ କରୋନା ଟେଷ୍ଟ ହୋଇଥିଲା। କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

ଏହି ସହାୟକ ଜଣ ଟ୍ରମ୍ପଙ୍କ ବ୍ୟତୀତ ତାଙ୍କ ପରିବାର ଲୋକଙ୍କର ଅତି ଘନିଷ୍ଠ ଭାବେ କାର୍ଯ୍ୟ କରୁଥିଲେ। ସହାୟକ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଶୁଣି ଟ୍ରମ୍ପ ବେଶ କଷ୍ଟ ଅନୁଭବ କରିଛନ୍ତି। ଏବେ ହ୍ୱାଇଟ ହାଉସ ଫିଜିସିଆନ ଟ୍ରମ୍ପଙ୍କ କରୋନା ପରୀକ୍ଷା କରିବେ ବୋଲି କୁହାଯାଇଛି।

ହ୍ୱାଇଟ ହାଉସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆମେରିକା ନୌସେନାର ଜଣେ ସଦସ୍ୟ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକ ଭାବେ ହ୍ୱାଇଟ ହାଉସରେ କାମ କରୁଥିଲେ। ସେ ରାଷ୍ଟ୍ରପତି ଓ ତାଙ୍କ ପରିବାର ଲୋକଙ୍କର ଅତ୍ୟନ୍ତ ଘନିଷ୍ଠ ରହିଥିଲେ। ଏବେ ଏହି ସହାୟକ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିଛି। ଏହାପରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ କରୋନା ଟେଷ୍ଟ କରାଯିବ। ପୂର୍ବଭଳି ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିବ ବୋଲି ଆମର ବିଶ୍ୱାସ।

Related story