ଟୋରୋଣ୍ଟୋ: କ୍ୟାନାଡାର ଟୋରୋଣ୍ଟୋ ସହରର ଗ୍ରୀକ୍ଟାଉନ୍ ଅଞ୍ଚଳରେ ରବିବାର ରାତିରେ ଏକ ରେଷ୍ଟୁରାଣ୍ଟ୍ ବାହାରେ ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳି ଚଳାଇବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୯ ବର୍ଷର ଝିଅ ଅଛି। ତା ଅବସ୍ଥା ସଙ୍କଟାପନ୍ନ ଅଛି।
ଗୁଳିମାଡ଼ କରିବା ପରେ ଦୁର୍ବୃତ୍ତ ଜଣଙ୍କ ନିଜକୁ ଗୁଳି କରି ଦେଇଥିଲେ। ତାଙ୍କର ବି ମୃତ୍ୟୁ ଘଟିଛି। ଏପରି ଗୁଳିମାଡ଼ କରିବା ପଛରେ ଦୁର୍ବୃତ୍ତଙ୍କର କ’ଣ ଉଦ୍ଦେଶ୍ୟ ଥିଲା ତାହା ଜଣାପଡ଼ିନି। ସେ ପ୍ରାୟ ୨୦ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି।
ଏହି ଗୁଳିମାଡ଼ ସମ୍ପର୍କରେ କିଛି ତଥ୍ୟ ଥିଲେ ଜଣାଇବାକୁ ସ୍ଥାନୀୟ ଲୋକଙ୍କୁ ପୁଲିସ୍ ଅନୁରୋଧ କରିଛି।