ଋଣରେ ବୁଡ଼ିଥିବା ଚାଷୀଙ୍କୁ ପିଆଜ କଲା କୋଟିପତି

ନୂଆଦିଲ୍ଲୀ: ଦେଶରେ ବର୍ଦ୍ଧିତ ପିଆଜ ଦର କାହାକୁ କନ୍ଦାଇଛି ତ ଆଉ କାହା ମୁହଁରେ ହସ ଫୁଟାଇଛି। ଆଉ ଏହି ହସ ଫୁଟିଛି ଜଣେ ପିଆଜ ଚାଷୀ ମୁହଁରେ। ଲକ୍ଷ୍ମୀ ସାହା ହେଲା ଭଳି ସେ ପିଆଜ ଚାଷ କରି ଯେତିକି ଲାଭ ଉଠାଇବେ ବୋଲି ଆକଳନ କରିଥିଲେ ତାଠୁ ଅଧିକ ଲାଭ ପାଇଛନ୍ତି। ଯାହାକି ସେ କେବେ ସ୍ୱପ୍ନରେ ଭାବିନଥିଲେ। କର୍ଣ୍ଣାଟକର ପିଆଜ ଚାଷୀ ମଲ୍ଲିକାର୍ଜୁନଙ୍କ କ୍ଷେତ୍ରରେ ଏହା ହୋଇଛି। ପିଆଜ ଚାଷ କରି ସେ […]

kerala onion farmer

kerala onion farmer

Subhransu Sekhar
  • Published: Sunday, 15 December 2019
  • Updated: 15 December 2019, 04:05 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ବର୍ଦ୍ଧିତ ପିଆଜ ଦର କାହାକୁ କନ୍ଦାଇଛି ତ ଆଉ କାହା ମୁହଁରେ ହସ ଫୁଟାଇଛି। ଆଉ ଏହି ହସ ଫୁଟିଛି ଜଣେ ପିଆଜ ଚାଷୀ ମୁହଁରେ। ଲକ୍ଷ୍ମୀ ସାହା ହେଲା ଭଳି ସେ ପିଆଜ ଚାଷ କରି ଯେତିକି ଲାଭ ଉଠାଇବେ ବୋଲି ଆକଳନ କରିଥିଲେ ତାଠୁ ଅଧିକ ଲାଭ ପାଇଛନ୍ତି। ଯାହାକି ସେ କେବେ ସ୍ୱପ୍ନରେ ଭାବିନଥିଲେ। କର୍ଣ୍ଣାଟକର ପିଆଜ ଚାଷୀ ମଲ୍ଲିକାର୍ଜୁନଙ୍କ କ୍ଷେତ୍ରରେ ଏହା ହୋଇଛି। ପିଆଜ ଚାଷ କରି ସେ ଏବେ କୋଟିପତି ହୋଇଛନ୍ତି। ତାଙ୍କ ଘର ଚିତ୍ରଦୁର୍ଗ ଜିଲ୍ଲାର ଡୋଡ୍ଡାସିଦ୍ଧାବନହଲ୍ଲୀ।

୪୨ ବର୍ଷୀୟ ମଲ୍ଲିକାର୍ଜ୍ଜୁନ ଟଙ୍କା ଋଣ ଆକାରେ ଆଣି ପିଆଜ ଚାଷ କରିଥିଲେ। ମଲ୍ଲିକାର୍ଜ୍ଜୁନଙ୍କ କହିବା ଅନୁଯାୟୀ, ସେ ବହୁତ ବଡ ରିସ୍କ ନେଇ କାମ କରିଥିଲେ। ଯଦି ଫସଲ ଖରାପ ହୋଇ ଯାଇଥାନ୍ତା କିମ୍ବା ଦର ଖସି ଯାଇଥାନ୍ତା ତେବେ ସେ ବହୁତ କ୍ଷତିରେ ପଡ଼ିଥାନ୍ତେ। ଭଗବାନଙ୍କ ଦୟାରୁ ସେସବୁ କିଛି ବି ହେଲାନି। ଏବେ ପିଆଜ ତାଙ୍କ ପିରବାରର ଭାଗ୍ୟ ବଦଳାଇ ଦେଇଛି।

ତେବେ କେମିତି ପିଆଜ ଦ୍ୱାରା ଏମିତି ସମ୍ଭବ ହେଲା ? ମଲ୍ଲିକାର୍ଜ୍ଜୁନଙ୍କ କହିବା ଅନୁଯାୟୀ ମାତ୍ର ୨୪୦ ଟନ  ପିଆଜ (ପ୍ରାୟ ୨୦ ଟ୍ରକ) ପାଇଁ ଏତେ ବଡ଼ ପରିବର୍ତ୍ତନ ତାଙ୍କ ଜୀବନରେ ଆସିପାରିଛି। ଯେତେବେଳେ ପିଆଜ କିଲୋ ୨୦୦ ଟଙ୍କା ହୋଇଗଲା, ତାଙ୍କର ଲାଭ କାହିଁ କେତେ ଗୁଣ ବଢିଗଲା । ସେ ଏହି ପିଆଜ ଚାଷରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ତାଙ୍କର ଆଶା ଥିଲା ୫ରୁ ୧୦ ଲକ୍ଷ ଟଙ୍କା ଲାଭ ହେବ। ହେଲେ ପିଆଜ ଦର ବଢିଯିବାରୁ ଆଶାତୀତ ଲାଭ ହେଲା । ଆଉ ତା’ ପରେ ସେଲିବ୍ରିଟି ପାଲଟିଗଲେ।

ମଲ୍ଲିକାର୍ଜ୍ଜୁନ କହନ୍ତି, ମୁଁ ମୋର ସବୁ ଋଣ ଏବେ ସୁଝି ଦେଇଛି। ଆଗକୁ ସୁନ୍ଦର ଏକ ଘର ତିଆରି କରିବା ପାଇଁ ଚାହୁଁଛି। ତା ଛଡା ଚାଷ କାମକୁ ଆହୁରି ପରିବ୍ୟାପ୍ତ କରିବାର ଯୋଜନା ମଧ୍ୟ ରଖିଛି। ଏବେ ଆଖପାଖ ଚାଷୀଙ୍କ ପାଇଁ ମଧ୍ୟ ମଲ୍ଲିକାର୍ଜ୍ଜୁନ ଆଦର୍ଶ ପାଲଟିଯାଇଛନ୍ତି। ଏବେ ଲୋକେ ଚାଷ କରିବାର କୌଶଳ ଶିଖିବା ପାଇଁ ତାଙ୍କ ପାଖକୁ ଆସୁଛନ୍ତି।

ସୂଚନାଥାଉ କି, ମଲ୍ଲିକାର୍ଜ୍ଜୁନଙ୍କର ୧୦ ଏକର ଜମି ଥିଲା। ଆଉ ୧୦ ଏକର ଜମି ଅନ୍ୟଠୁ ଆଣି ସେ ପିଆଜ ଚାଷ କରିଥିଲେ। ପ୍ରାୟ ୫୦ ଜଣ ଶ୍ରମିକଙ୍କୁ ଚାଷକାମରେ ଲଗାଇଥିଲେ। ତେବେ ଗରିବ ଚାଷୀରୁ କୋଟିପତି ହେବାର ଏଇ ଯେଉଁ ଲମ୍ବା ରାସ୍ତା ମଲ୍ଲିକାର୍ଜ୍ଜୁନଙ୍କ ପାଇଁ ଏତେ ସହଜ ବି ନ ଥିଲା। ଅନେକ ଥର ଚାଷରେ ସେ କ୍ଷତିର ସମ୍ମୁଖିନ ହୋଇଛନ୍ତି। ଥରେ ୨୦ ଲକ୍ଷ ଟଙ୍କା ଋଣରେ ଆଣି ସେ ଚାଷ କରିଥିଲେ। ହେଲେ ବହୁତ ବଡ କ୍ଷତିର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଏଥର ଭାଗ୍ୟ ଦେବୀ ତାଙ୍କ ପ୍ରତି ପ୍ରସନ୍ନ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story