ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, କଂଗ୍ରେସର ଆସନ ସଂଖ୍ୟାରେ ହେବ ହ୍ରାସ

ନୂଆଦିଲ୍ଲୀ: ଚଳିତ ବର୍ଷ ରାଜ୍ୟସଭାରେ ୬୮ଟି ଆସନ ଖାଲି ହେବାର ଅଛି। ଏସବୁ ପାଇଁ ନିର୍ବାଚନ ପରେ କଂଗ୍ରେସ ନିଜର ଦବ୍‌ଦବା ହରାଇବ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସର ଖାଲି ହେବାକୁଥିବା ୧୯ଟି ଆସନରୁ ଏହି ଦଳ ୯ଟି ଆସନ ହରାଇବ। ତେବେ ଚର୍ଚ୍ଚା ହେଉଛି ଚଳିତ ନିର୍ବାଚନରେ କଂଗ୍ରେସର ବହୁ ବଡ଼ ମୁଣ୍ଡ ରାଜ୍ୟସଭା ଯିବେ। ଏମାନଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ଜ୍ୟତିରାଦିତ୍ୟ ସିନ୍ଧିଆ ଏବଂ ରଣଦୀପ ସୂର୍ଯ୍ୟାୱାଲା ଆଦି ସଂସଦର […]

Rajyasabha

Rajyasabha

Subrat Kumar Nayak
  • Published: Sunday, 16 February 2020
  • Updated: 16 February 2020, 09:59 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ରାଜ୍ୟସଭାରେ ୬୮ଟି ଆସନ ଖାଲି ହେବାର ଅଛି। ଏସବୁ ପାଇଁ ନିର୍ବାଚନ ପରେ କଂଗ୍ରେସ ନିଜର ଦବ୍‌ଦବା ହରାଇବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସର ଖାଲି ହେବାକୁଥିବା ୧୯ଟି ଆସନରୁ ଏହି ଦଳ ୯ଟି ଆସନ ହରାଇବ। ତେବେ ଚର୍ଚ୍ଚା ହେଉଛି ଚଳିତ ନିର୍ବାଚନରେ କଂଗ୍ରେସର ବହୁ ବଡ଼ ମୁଣ୍ଡ ରାଜ୍ୟସଭା ଯିବେ। ଏମାନଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ଜ୍ୟତିରାଦିତ୍ୟ ସିନ୍ଧିଆ ଏବଂ ରଣଦୀପ ସୂର୍ଯ୍ୟାୱାଲା ଆଦି ସଂସଦର ଉଚ୍ଚ ସଦନକୁ ଯିବେ।

କଂଗ୍ରେସ ଯୋଜନା କରିଛି ୯ଟି ଆସନରେ ଏହି ଦଳର ବିଜୟ ସୁନିଶ୍ଚିତ। ଏହି ଦଳ ବାକି ଗୋଟିଏ ବା ୨ଟି ଆସନ ମେଣ୍ଟ ଦଳଙ୍କ ସହଯୋଗରେ ଜିତିବାକୁ ଚେଷ୍ଟା କରିବ। ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ କଂଗ୍ରେସକୁ ସାମାନ୍ୟ ଫାଇଦା ହେବାର ଅଛି। ତେବେ ବହୁତ ନେତା ଲୋକସଭା ନିର୍ବାଚନରେ ହାରିଥିବାରୁ ସେମାନେ ରାଜ୍ୟସଭା ଟିକେଟ୍‌ ପାଇଁ ଆଶାୟୀ ରହିବେ।

ତେବେ ଆସନ୍ତା ଏପ୍ରିଲ, ଜୁନ୍‌ ଏବଂ ନଭେମ୍ବରରେ ୬୮ଟି ଖାଲିଥିବା ଆସନ ପୂରଣ ପାଇଁ ହେବାକୁ ଥିବା ନିର୍ବାଚନରେ ବିରୋଧୀ ନିଜର ଦବ୍‌ଦବା ହରାଇବେ। ଏହା ଶାସକ ଏନ୍‌ଡିଏକୁ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସହାୟକ ହେବ। ବର୍ତ୍ତମାନ ସୁଦ୍ଧା ସଂସଦର ଉଚ୍ଚ ସଦନ କୁହାଯାଉଥିବା ରାଜ୍ୟସଭାରେ ସାମାନ୍ୟ ଦୁର୍ବଳ ଥିବା ଶାସକ ଏନ୍‌ଡିଏ କୌଣସି ବିଲ୍‌ ପାରିତ କରିବାରେ ସମସ୍ୟା ଭୋଗିବନି। ବର୍ତ୍ତମାନ ମେଣ୍ଟରେ ନଥିବା ବିଜେଡି ଏବଂ ଏଆଇଡିଏମ୍‌କେ ଆଦି ଦଳ ବିଜେପି ପାଇଁ ରାଜ୍ୟସଭାରେ ସହାୟକ ହୋଇଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos