ସୁପ୍ରିମକୋର୍ଟ ଯିବେ ଜଷ୍ଟିସ୍‌ ବିନୀତ ସରନ୍‌: କେନ୍ଦ୍ରକୁ ସୁପାରିସ୍‌ କଲେ କଲେଜିୟମ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍ ବିନୀତ ସରନ୍‌ ସୁପ୍ରିମକୋର୍ଟ ବିଚାରପତି ହେବେ।  ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ୍ ସରନ୍‌ଙ୍କୁ ଏଭଳି ପଦୋନ୍ନତି ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି। ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ଏହା ଉପରେ ମୋହର ମାରିବେ ବୋଲି ଜଣାପଡ଼ିଛି। ସେହିପରି ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେଏମ୍‌ ଯୋଜେଫ୍‌ଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ  କଲେଜିୟମ ପୁଣିଥରେ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ […]

justice

Rakesh Mallick
  • Published: Friday, 20 July 2018
  • , Updated: 20 July 2018, 06:49 PM IST

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍ ବିନୀତ ସରନ୍‌ ସୁପ୍ରିମକୋର୍ଟ ବିଚାରପତି ହେବେ।  ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ୍ ସରନ୍‌ଙ୍କୁ ଏଭଳି ପଦୋନ୍ନତି ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି। ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ଏହା ଉପରେ ମୋହର ମାରିବେ ବୋଲି ଜଣାପଡ଼ିଛି। ସେହିପରି ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେଏମ୍‌ ଯୋଜେଫ୍‌ଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ  କଲେଜିୟମ ପୁଣିଥରେ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ୍‌ ଯୋଜେଫ୍‌ଙ୍କ ନାଁକୁ ପଦୋନ୍ନତି ପାଇଁ ପଠାଥିଲେ ହେଁ ଏହାକୁ କେନ୍ଦ୍ର ସରକାର ପୁନଃବିଚାର ପାଇଁ ଫେରାଇ ଦେଇଥିଲେ। ଯାହାକୁ ନେଇ କଲେଜିୟମ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ବ୍ୟତୀତ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ନାଁକୁ ମଧ୍ୟ କଲେଜିୟମ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତ ୧୬ରେ କଲେଜିୟମ୍‌ ବୈଠକ ବସି ଏଭଳି ନିଷ୍ପତ୍ତି ହୋଇଥିଲା। ଆଜି ଏହି ଖବରର ସାର୍ବଜନୀନ ହୋଇଛି।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ କଲେଜିୟମ କ୍ୟାଲକାଟା ହାଇକୋର୍ଟର ବିଚାରପତି ଅନିରୁଦ୍ଧ ବୋଷଙ୍କୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଁ କରିଥିବା ସୁପାରିସ୍‌କୁ କେନ୍ଦ୍ର ସରକାର ଫେରାଇ ଦେଇଛନ୍ତି। ୫ ମାସ ତଳେ କଲେଜିୟମ ଏଭଳି ସୁପାରିସ୍‌ କରିଥିବା ବେଳେ ଆଜି କେନ୍ଦ୍ର ସରକାର ଏହାର ପୁନଃବିଚାର କରିବାକୁ କହିଛନ୍ତି।

Related story