ବଡ଼ ଖବର: ସେପ୍ଟେମ୍ବର ସୁଦ୍ଧା ବଜାରକୁ ଆସିବ କରୋନା ଟିକା!

ୱାଶିଂଟନ: ମହାମାରୀ କରୋନା କବଳରେ ପଡ଼ି କଲବଲ ହେଉଥିବା ସମଗ୍ର ବିଶ୍ୱକୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା କରୋନାକୁ ମାତ ଦେଇପାରୁଥିବା ଟିକା ବଜାରକୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳ ପକ୍ଷରୁ ଫୁଲ ଦମରେ କରୋନା ଟିକା ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ସଂଗଠନ ପକ୍ଷରୁ ବାହାର କରାଯାଇଥିବା ଟିକାର ଫେଜ-୩ ଟ୍ରାଏଲ ଆରମ୍ଭ ହୋଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ସଫଳତାର […]

dy

Hemant Lenka
  • Published: Friday, 17 July 2020
  • , Updated: 17 July 2020, 05:33 PM IST

ୱାଶିଂଟନ: ମହାମାରୀ କରୋନା କବଳରେ ପଡ଼ି କଲବଲ ହେଉଥିବା ସମଗ୍ର ବିଶ୍ୱକୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା କରୋନାକୁ ମାତ ଦେଇପାରୁଥିବା ଟିକା ବଜାରକୁ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳ ପକ୍ଷରୁ ଫୁଲ ଦମରେ କରୋନା ଟିକା ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ସଂଗଠନ ପକ୍ଷରୁ ବାହାର କରାଯାଇଥିବା ଟିକାର ଫେଜ-୩ ଟ୍ରାଏଲ ଆରମ୍ଭ ହୋଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ସଫଳତାର ସହ ଶେଷ ହୋଇଥିବା ଜଣାପଡ଼ିଛି। ତୃତୀୟ ଟ୍ରାଏଲ ସଫଳତାର ଶେଷ ହୋଇଗଲେ। ବିଶ୍ୱରେ ପ୍ରଥମଥର କରୋନାକୁ ମାତ ଦେଇପାରୁ ଥିବା ଟିକାର ବଜାର ପ୍ରବେଶ ହୋଇପାରିବ।

ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଅକ୍ସଫୋର୍ଡ ଚଳାଇଥିବା ଗବେଷଣା ଖୁବଶୀଘ୍ର କରୋନାକୁ ମାତ୍‌ ଦେଇ ପାରୁଥିବା ଟିକା ବାହାର କରିବାକୁ ସକ୍ଷମ ହେବ ବୋଲି କହିଥିଲା।

ଏବେ Berkshire Research Ethics Committeeର ଅଧ୍ୟକ୍ଷ ଡାଭିଡ କାରପେଣ୍ଟର କହିଛନ୍ତି, “ଅକ୍ସଫୋର୍ଡ ବାହାର କରିଥିବା କରୋନା ଟିକାର ଟ୍ରାଏଲ ଟିମ୍‌ ଉପଯୁକ୍ତ ଟ୍ରାକରେ ଚାଲିଛି। ଆମର ଆଶା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହିଁ କରୋନାକୁ ମାତ ଦେଉପାରୁଥିବା ଟିକା ବଜାରକୁ ଆସିବ।”

ସୋମବାର ଦିନ ଦି ଲାନସେଟ୍‌ ପକ୍ଷରୁ ଅକ୍ସ‍ଫୋର୍ଡ କରିଥିବା ହ୍ୟୁମାନ ଟ୍ରାଏଲର ତଥ୍ୟ ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି।

ଡାଭିଡ କହିଛନ୍ତି, ଫାଇନାଲ ତାରିଖ କେହି ବି କହିପାରିବେ ନାହିଁ। ହେଲେ ଗୋଟିଏ ବଡ଼ ଫାର୍ମା କମ୍ପାନୀ ସହ ମିଳିତ ଭାବେ କରୋନା ଟିକାର ଟ୍ରାଏଲ କରାଯାଉଛି। ତେଣୁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହିଁ କରୋନା ଟିକାର ଅଧିକାଂଶ ସ୍ଥାନରେ ପହଞ୍ଚି ପାରିବେ।

ବିଶ୍ୱବିଦ୍ୟାଳୟର Jenner Institute ଏହି ଟିକାର ପରୀକ୍ଷଣ କରୁଛି। ଏହାକୁ ବ୍ରିଟେନ ଓ ଆଷ୍ଟ୍ରା ଜେନସେନା ପୂର୍ଣ୍ଣ ସମର୍ଥନ ଯୋଗାଇ ଦେଉଛନ୍ତି। ପରୀକ୍ଷା ଶେଷ ହେବା ପରେ ଆଷ୍ଟ୍ରା ଜେନସେନା ହିଁ ଏହାର ଉତ୍ପାଦନ କରିବ। ଏହାକୁ ଏଥିପାଇଁ ଲାଇସେନ୍ସ ଦିଆଯାଇଛି।

ଟିକାର ହ୍ୟୁମାନ ଟ୍ରାଏଲ ବେଳେ ବ୍ରିଟେନର କିଛି ସାମାଜିକ କର୍ମୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଏହାପରେ ସେମାନଙ୍କୁ ପ୍ରସ୍ତୁତ ଟିକାର ଡୋଜ୍‌ ଦିଆଯାଇଥିଲା। ଟିକା ନେବା ପରେ ସେମାନଙ୍କ ଶରୀରରେ ଆଣ୍ଟିବଡି ଓ ଟି-ସେଲ କିଲର ଭଳି ନୂତନ ସମ୍ଭାବନା ଦେଖିବାକୁ ମିଳିଥିଲା। ଏବେ ଏହାର ଆଉ ଅଳ୍ପ କିଛି ପରୀକ୍ଷା ବାକି ରହିଛି। ପରୀକ୍ଷା ଶେଷ ହୋଇଗଲେ, ଏହାକୁ ବଜାର ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ସେ କହିଛନ୍ତି।

Related story