୧୧ଟି ରାଜ୍ୟରେ କରୋନା ଟିକା ନେଲେ ୧.୯୧ ଲକ୍ଷ

ନୂଆଦିଲ୍ଲୀ: ଶନିବାର ସାରା ଦେଶରେ ମୋଟ ୧,୯୧,୧୮୧ ଜଣ କରୋନା ଯୋଦ୍ଧା ଟିକା ନେଇଛନ୍ତି। ଆଜିଠୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ସରକାରଙ୍କ ନିୟମ ଅନୁଯାୟୀ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି। ୧୬,୭୫୫ଟି କେନ୍ଦ୍ରରେ ଆଜି ଟିକାକରଣ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୧୧ଟି ରାଜ୍ୟରେ ଉଭୟ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ ଦିଆଯାଇଛି। ଦିଲ୍ଲୀ ସମେତ ଆସାମ, ବିହାର, ହରିଆଣା, କର୍ଣ୍ଣାଟକ, […]

pmo-vaccinated

Subhransu Sekhar
  • Published: Saturday, 16 January 2021
  • , Updated: 16 January 2021, 09:26 PM IST

ନୂଆଦିଲ୍ଲୀ: ଶନିବାର ସାରା ଦେଶରେ ମୋଟ ୧,୯୧,୧୮୧ ଜଣ କରୋନା ଯୋଦ୍ଧା ଟିକା ନେଇଛନ୍ତି। ଆଜିଠୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ସରକାରଙ୍କ ନିୟମ ଅନୁଯାୟୀ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି। ୧୬,୭୫୫ଟି କେନ୍ଦ୍ରରେ ଆଜି ଟିକାକରଣ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ୧୧ଟି ରାଜ୍ୟରେ ଉଭୟ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ ଦିଆଯାଇଛି। ଦିଲ୍ଲୀ ସମେତ ଆସାମ, ବିହାର, ହରିଆଣା, କର୍ଣ୍ଣାଟକ, ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ଟିକାକରଣ ହୋଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଫିସରୁ ଟିକାକରଣ ଉପରେ ନଜର ରଖିଥିଲେ। ସେ ସାରା ଦେଶରେ ଟିକାକରଣ କେନ୍ଦ୍ରରୁ ରିଅଲ-ଟାଇମ ଆଧାରରେ ଅପଡେଟ୍ ମଧ୍ୟ ନେଇଥିଲେ।

ଓଡ଼ିଶାରୁ କେତେ ନେଲେ ଟିକା?

ତେବେ ଟିକାକରଣ ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ କେହି ଅୁସସ୍ଥ ହୋଇଥିବାର କି ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ନଜିର ନାହିଁ।

ଶନିବାର ଭାରତୀୟ ସେନା କହିଛି ଯେ ୩,୧୨୯ ଜଣ ସ୍ୱାସ୍ଥ୍ୟ ଅଧିକାରୀ ଟିକା ନେଇଛନ୍ତି। ଭାରତୀୟ ନୌସେନା କହିଛି ପ୍ରାୟ ୨୪୦ ସ୍ୱାସ୍ଥ୍ୟ କର୍ମୀ ଶନିବାର ଟିକା ନେଇଛନ୍ତି।

ସେହିପରି ପ୍ରଥମ ଦିନରେ ଗୁଜୁରାଟର ୩୩ ଟି ଜିଲ୍ଲା ଏବଂ ୮ ଟି ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳରେ ୧୬୧ ଟି କେନ୍ଦ୍ରରେ ୧୧,୮୦୦ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ରାଜସ୍ଥାନର ମୋଟ ୧୨,୨୫୮ ସ୍ୱାସ୍ଥ୍ୟକର୍ମଚାରୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀ ଟିକା ନେଇଛନ୍ତି।

Related story