ବିଜୟ ପରେ ଆପରେ ସାମିଲ ହେଲେଣି ୧୦ ଲକ୍ଷରୁ ଅଧିକ ଲୋକ!

ନୂଆଦିଲ୍ଲୀ: ପ୍ରଚଣ୍ଡ ଜନମତ ସହ ଦିଲ୍ଲୀରେ ତୃତୀୟଥର କ୍ଷମତା ଦଖଲ କରିଥିବା ଆମ ଆଦମୀ ପାର୍ଟି(ଆପ) ସହ ଏବେ ଲକ୍ଷାଧିକ ଲୋକ ଯୋଡ଼ି ହେବାକୁ ଲାଗିଛନ୍ତି। ବିଜୟ ପରେ ଅର୍ଥାତ ଫେବୃଆରୀ ୧୧ରୁ ଆଜି ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ଆପ ସହ ସାମିଲ ହୋଇଛନ୍ତି ବୋଲି ଆଜି ଦଳ ପକ୍ଷରୁ ଦାବି କରାଯାଇଛି। ଆପ ପକ୍ଷରୁ ଦଳରେ ସାମିଲ ହେବାକୁ ଚାହୁଁଥିବା ଲୋକମାନେ ଏକ ମିସ୍‌ କଲ ଦେଇପାରିବେ ବୋଲି କୁହାଯାଇଥିଲା। ଏଥିପାଇଁ ଏକ […]

t

Hemant Lenka
  • Published: Thursday, 13 February 2020
  • , Updated: 13 February 2020, 05:38 PM IST

ନୂଆଦିଲ୍ଲୀ: ପ୍ରଚଣ୍ଡ ଜନମତ ସହ ଦିଲ୍ଲୀରେ ତୃତୀୟଥର କ୍ଷମତା ଦଖଲ କରିଥିବା ଆମ ଆଦମୀ ପାର୍ଟି(ଆପ) ସହ ଏବେ ଲକ୍ଷାଧିକ ଲୋକ ଯୋଡ଼ି ହେବାକୁ ଲାଗିଛନ୍ତି। ବିଜୟ ପରେ ଅର୍ଥାତ ଫେବୃଆରୀ ୧୧ରୁ ଆଜି ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ଆପ ସହ ସାମିଲ ହୋଇଛନ୍ତି ବୋଲି ଆଜି ଦଳ ପକ୍ଷରୁ ଦାବି କରାଯାଇଛି।

ଆପ ପକ୍ଷରୁ ଦଳରେ ସାମିଲ ହେବାକୁ ଚାହୁଁଥିବା ଲୋକମାନେ ଏକ ମିସ୍‌ କଲ ଦେଇପାରିବେ ବୋଲି କୁହାଯାଇଥିଲା। ଏଥିପାଇଁ ଏକ ନମ୍ବର ମଧ୍ୟ ଜାରି କରାଯାଇଥିଲା। ଆଜି ଦଳ ଟ୍ୱିଟ କରି କହିଛି ଯେ, “ବିଜୟର ୨୪ ଘଣ୍ଟା ଭିତରେ ଏକ ମିଲିୟନରୁ ଅଧିକ ଲୋକ ଆପରେ ଯୋଗଦେଇଛନ୍ତି। ପ୍ରାୟ ୧୧ ଲକ୍ଷ ଲୋକ ସାରା ଭାରତ ବର୍ଷରୁ ଦଳରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରି ଝାଡ଼ୁ ଧରିଛନ୍ତି।”

ଅନ୍ୟପକ୍ଷରେ ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ୬୨ଟି ଆସନ ଦଖଲ କରିଥିବା ଆପ ଆସନ୍ତା ୧୬ ତାରିଖରେ ସରକାର ଗଠନ କରିବ। ଏହି ଦିନ ଅରବିନ୍ଦ କେଜ୍ରିୱାଲ ରାମଲିଲ୍ଲା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ଆଜି ଦଳ ଦିଲ୍ଲୀବାସୀଙ୍କୁ ନିମନ୍ତ୍ରଣ କରିଛି।

ବିଶେଷ କରି ଆପ୍‌ର ମଫଲୁରମ୍ୟାନ୍‌ଙ୍କୁ ଦଳ ପକ୍ଷରୁ ଶପଥ ପାଠ କାର୍ଯ୍ୟକ୍ରମକୁ ଆସିବାକୁ କୁହାଯାଇଛି। ମଫଲୁରମ୍ୟାନ ଜଣଙ୍କ ଜଣେ ଶିଶୁ।

ସେ ନିର୍ବାଚନ ବେଳେ ଆପର ପୋଷ୍ଟର ବୟ ସାଜିଥିଲେ। ଅରବିନ୍ଦ କେଜ୍ରିୱାଲ ଯେମିତି ଆପର ଟୋପି ଓ ମଫଲୁର ପିନ୍ଧନ୍ତି, ଶିଶୁ ଜଣଙ୍କ ମଧ୍ୟ ସେଭଳି ପୋଷାକ ପରିଧାନ କରିଥିଲେ।

Related story