ଦେଶରେ ରେକର୍ଡ: ଗୋଟିଏ ଦିନରେ ପ୍ରାୟ ୨୧ ହଜାର ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୧୮ ହଜାର ପାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଗୁରୁବାର ଗୋଟିଏ ଦିନରେ ପ୍ରାୟ ୨୧ ହଜାର ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ଅତିକ୍ରମ କରିଯାଇଛି। ସେହିପରି ମୃତ୍ୟୁସଂଖ୍ୟା ବି ୧୮ ହଜାର ୨ ଶହ ଡେଇଁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଗୁରୁବାର ଦେଶରେ ୨୦,୯୦୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦେଶରେ କରୋନା ପ୍ରବେଶ କରିବା ଦିନଠାରୁ ଏତେ ସଂଖ୍ୟକ ପଜିଟିଭ […]

f

Hemant Lenka
  • Published: Friday, 03 July 2020
  • , Updated: 03 July 2020, 04:10 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଗୁରୁବାର ଗୋଟିଏ ଦିନରେ ପ୍ରାୟ ୨୧ ହଜାର ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ଅତିକ୍ରମ କରିଯାଇଛି। ସେହିପରି ମୃତ୍ୟୁସଂଖ୍ୟା ବି ୧୮ ହଜାର ୨ ଶହ ଡେଇଁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଗୁରୁବାର ଦେଶରେ ୨୦,୯୦୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଦେଶରେ କରୋନା ପ୍ରବେଶ କରିବା ଦିନଠାରୁ ଏତେ ସଂଖ୍ୟକ ପଜିଟିଭ କେବେ ହେଲେ ଗୋଟିଏ ଦିନରେ ଚିହ୍ନଟ ହୋଇ ନଥିଲେ। କିନ୍ତୁ ଗୁରୁବାର ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ପାର କରିଛି। ଏହାକୁ ମିଶାଇ ଦେଶରେ ମୋଟ ୬,୨୫,୫୪୪ ଜଣ କରୋନାରେ ସଂକ୍ରମିତ ହେଲେଣି। ସେହିପରି ୨୪ ଘଣ୍ଟାରେ ୩୩୪ ଜଣ କରୋନାରେ ସଂକ୍ରମିତ ହୋଇ ଆଖି ବୁଜିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧୮,୨୧୩ରେ ପହଞ୍ଚି ଯାଇଛି।

ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏବେ ଆରୋଗ୍ୟ ହାର ୬୦.୭୨%ରେ ପହଞ୍ଚି ଯାଇଛି। ଅର୍ଥାତ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩,୭୯,୮୯୨ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଦେଶରେ ୨,୨୭,୪୩୯ ଆକ୍ଟିଭ କେସ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ତାମିଲନାଡୁ ଓ ତୃତୀୟରେ ଦିଲ୍ଲୀ ରହିଛି।

ମହାରାଷ୍ଟ୍ରରେ ସର୍ବାଧିକ ୧,୮୬,୬୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮୧୭୮ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ଲକ୍ଷେ ପାର କରିଛି। ଏଯାଏ ୧,୦୧୧୭୨ ଜଣ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୭୭୨୭୬ ଜଣ ଚିକିତ୍ସିତ ହେଉଛନ୍ତି।

ତାମିଲନାଡୁରେ ୯୮,୩୯୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୨୧ ଜଣ ପ୍ରାଣ ହରାଇଛନ୍ତି। ଏଠାରେ ୫୬,୦୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୧,୦୫୦ ଜଣ ଆକ୍ଟିକ କେସ୍‌ ରହିଛନ୍ତି। ଦିଲ୍ଲୀରେ ୨୮୬୪ ଜଣଙ୍କ ମୁଣ୍ଡ ନେଇଛି କରୋନା

Related story