୨୨ ହଜାର ସ୍ୱାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ: WHO

ଜେନେଭା: କରୋନା ମହାମାରୀର ଚିକିତ୍ସା କରିବାବେଳେ ବିଶ୍ୱର ୫୨ଟି ଦେଶର ୨୨,୦୦୦ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ସଂକ୍ରମିତ ହୋଇଛନ୍ତି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସୂଚନା ଦେଇଛି। କୋଭିଡ-୧୯କୁ ନେଇ WHO ପ୍ରତିଦିନ ସୂଚନା ଦେଉଛି। ଶନିବାର WHO ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟରୁ ଏହି ସୂଚନା ମିଳିଛି। ମୋଟ୍ ୨୨,୦୭୩ ଜଣ ସ୍ୱାସ୍ଥ୍ୟକର୍ମୀ ଏପ୍ରିଲ ୮ ତାରିଖ ସୁଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି WHO କହିଛି। ସଂକ୍ରମିତ ସ୍ୱାସ୍ଥ୍ୟକର୍ମୀମାନେ ଉଭୟ ହସ୍ପିଟାଲ […]

CORONA PPE

Subhransu Sekhar
  • Published: Sunday, 12 April 2020
  • , Updated: 12 April 2020, 02:18 PM IST
ଜେନେଭା: କରୋନା ମହାମାରୀର ଚିକିତ୍ସା କରିବାବେଳେ ବିଶ୍ୱର ୫୨ଟି ଦେଶର ୨୨,୦୦୦ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ସଂକ୍ରମିତ ହୋଇଛନ୍ତି। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସୂଚନା ଦେଇଛି। କୋଭିଡ-୧୯କୁ ନେଇ WHO ପ୍ରତିଦିନ ସୂଚନା ଦେଉଛି। ଶନିବାର WHO ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟରୁ ଏହି ସୂଚନା ମିଳିଛି।
ମୋଟ୍ ୨୨,୦୭୩ ଜଣ ସ୍ୱାସ୍ଥ୍ୟକର୍ମୀ ଏପ୍ରିଲ ୮ ତାରିଖ ସୁଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି WHO କହିଛି। ସଂକ୍ରମିତ ସ୍ୱାସ୍ଥ୍ୟକର୍ମୀମାନେ ଉଭୟ ହସ୍ପିଟାଲ ଏବଂ ଲୋକଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଯାଇ ପର୍ସନାଲ ପ୍ରୋଟେକଟିଭ୍ ଇକ୍ୟୁପମେଣ୍ଟ (ପିପିଇ) ଯୋଗାଇ ଦେବା ଦରକାର। କରୋନା ମହାମାରୀ ହୋଇଥିବାରୁ ସ୍ୱାସ୍ଥ୍ୟକର୍ମୀଙ୍କ ଦାବିକୁ ଗ୍ରହଣ କରିବା ଦରକାର ବୋଲି WHO କହିଛି।

Related story