କୋଲକାତା ମେଟ୍ରୋ ଟ୍ରେନ୍‌ରେ ଭୟଙ୍କର ନିଆଁ

କୋଲକାତା: ଚଳନ୍ତା ମେଟ୍ରୋ ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ କିମ୍ବା ଅସୁସ୍ଥ ହୋଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋଲକାତାର ରବୀନ୍ଦ୍ର ସଦନଠାରୁ ମୈଦାନ ଷ୍ଟେସନ ମଧ୍ୟରେ ଚଳାଚଳ କରୁଥିବା ମେଟ୍ରୋ ଟ୍ରେନ୍‌ର ପ୍ରଥମ କୋଚରେ ପ୍ରଥମେ ଅଗ୍ନିକାଣ୍ଡ ଘଟି ଧୂଆଁ ବାହାରିଥିଲା। ନିଆଁ ଦେଖି ଲୋକମାନେ ଟ୍ରେନ୍‌ର ଝରକା ଭାଙ୍ଗି ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ। ଫଳରେ ଷ୍ଟେସନ୍‌ରେ ଦଳାଚକଟା ଓ ଧସ୍ତାଧସ୍ତି ପରିସ୍ଥିତି […]

u

Hemant Lenka
  • Published: Thursday, 27 December 2018
  • , Updated: 27 December 2018, 06:55 PM IST

କୋଲକାତା: ଚଳନ୍ତା ମେଟ୍ରୋ ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ କିମ୍ବା ଅସୁସ୍ଥ ହୋଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋଲକାତାର ରବୀନ୍ଦ୍ର ସଦନଠାରୁ ମୈଦାନ ଷ୍ଟେସନ ମଧ୍ୟରେ ଚଳାଚଳ କରୁଥିବା ମେଟ୍ରୋ ଟ୍ରେନ୍‌ର ପ୍ରଥମ କୋଚରେ ପ୍ରଥମେ ଅଗ୍ନିକାଣ୍ଡ ଘଟି ଧୂଆଁ ବାହାରିଥିଲା।

ନିଆଁ ଦେଖି ଲୋକମାନେ ଟ୍ରେନ୍‌ର ଝରକା ଭାଙ୍ଗି ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ। ଫଳରେ ଷ୍ଟେସନ୍‌ରେ ଦଳାଚକଟା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଧୂଆଁ ଏବଂ ନିଆଁ ଯୋଗୁ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ଦଳଚକଟାରେ ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ। ତେବେ ନିଆଁ ଲାଗିବାର କାରଣ ଏଯାଏ ଜଣାପଡ଼ିନାହିଁ। ଶେଷ ଖବର ସୁଦ୍ଧା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛି।

Related story